ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ମହୁଆ ମୋଇତ୍ରଙ୍କ ଠିକଣାରେ CBI ଚଢ଼ାଉ, ଟଙ୍କା ବଦଳରେ ପ୍ରଶ୍ନ ମାମଲାରେ ଚାଲିଛି ଖୋଳତାଡ଼

ନୂଆଦିଲ୍ଲୀ, ୨/୦୩: ଟିଏମସି ନେତ୍ରୀ ମହୁଆ ମୋଇତ୍ରଙ୍କ କେତେକ ଠିକଣାରେ ସିବିଆଇ ଚଢ଼ାଉ କରିଛି । ଏହି ଚଢ଼ାଉ ଟଙ୍କା ବଦଳରେ ପ୍ରଶ୍ନ ପଚାରିବା ମାମଲାରେ ହୋଇଛି । କୋଲକାତା ସମେତ ମହୁଆଙ୍କ ଏକାଧିକ ଠିକଣାରେ ଚଡ଼ାଉ କରିଛି ସିବିଆଇ । ଗୁରୁବାର ମହୁଆ ମୋଇତ୍ରଙ୍କ ବିରୋଧରେ ସିବିଆଇ ନିୟମିତ ମାମଲା ରୁଜୁ କରିଥିଲା । ଦିଲ୍ଲୀରୁ ସିବିଆଇର ଏକ ଟିମ୍ ମହୁଆ ମୋଇତ୍ରଙ୍କ ବାପାଙ୍କ ଦକ୍ଷିଣ କୋଲକାତାର ଅଲୀପୁର ଫ୍ଲାଟରେ ପହଞ୍ଚିଛି ।

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ମହୁଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଲୋକପାଳ ଆଦେଶ ଦେଇଥିଲେ । ଲୋକପାଳ, ସିବିଆଇକୁ ନିର୍ଦ୍ଦେଶ ଦେଇ କହିଥିଲେ ଦୁର୍ନୀତି ନିବାରଣ ଆଇନ୍ ପ୍ରକାରେ ମାମଲା ରୁଜୁ କରି ତଦନ୍ତ କରାଯାଉ । ଏଥିସହ ୬ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ଲୋକପାଳ ।

ନିର୍ଦ୍ଦେଶନାମାରେ ଲୋକପାଳ କହିଥିଲେ, ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରମାଣ ରହିଛି । ସେ ଥିବା ପଦକୁ ଦେଖିଲେ ମାମଲା ଗୁରୁତର । ତେଣୁ ଅଭିଯୋଗର ତଦନ୍ତ ଆବଶ୍ୟକ । ପ୍ରତିନିଧିଙ୍କ କାନ୍ଧରେ ଅଧିକ ଦାୟିତ୍ୱ ଥାଏ । ଆମ କର୍ତ୍ତବ୍ୟ ଦୁର୍ନୀତି ଓ ତା ସମ୍ପର୍କିତ ବ୍ୟବସ୍ଥାକୁ ମୂଳରୁ ଉତ୍ପାଟନ କରିବା । 

ମାମଲା କଣ ?

ଟଙ୍କା ନେଇ ମହୁଆ ମୋଇତ୍ର ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଏଥିକ୍ସ କମିଟି ତାର ରିପୋର୍ଟ ଲୋକସଭା ଅଧ୍ୟକ୍ଷଙ୍କୁ ଦେଇଥିଲା । ଏହି ମାମଲାର ଆରମ୍ଭ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗରୁ ହୋଇଥିଲା । ସଂସଦରେ ପ୍ରଶ୍ନ କରିବା ଲାଗି ମହୁଆ ରିଅଲ ଇଷ୍ଟେଟ ବ୍ୟବସାୟୀ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ ନିଶିକାନ୍ତ । 

ଏହାପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏକ କମିଟି ଗଠନ କରିଥିଲେ । କମିଟିର ୬ ସଦସ୍ୟ ରିପୋର୍ଟ ଦେବା ସହ ଲୋକସଭା ସଦସ୍ୟତା ରଦ୍ଦ ପାଇଁ ସୁପାରିସ୍ କରିଥିଲେ । କମିଟିର ରିପୋର୍ଟ ସପକ୍ଷରେ ମତଦାନ ପରେ ୨୦୨୩ ଡିସେମ୍ବରରେ ସାଂସଦ ପଦ ହରାଇଥିଲେ ମହୁଆ ମୋଇତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.