ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରବିବାରଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଶ୍ରୀବଳଦେବଜିଉ ମନ୍ଦିରରେ କରିବେ ପୂଜାର୍ଚ୍ଚନା

କେନ୍ଦୁଝର,୨୨/୦୬: କେନ୍ଦୁଝର ସଦର  ଆସନରୁ ବିଜୟୀ ବିଜେପି ପ୍ରାର୍ଥୀ ମୋହନ ଚରଣ  ମାଝୀ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେବା  ପରେ ଆସନ୍ତା ୨୩ ତାରିଖରେ ପ୍ରଥମଥର ନିଜ ନିର୍ବାଚନମଣ୍ଡଳୀକୁ ଶ୍ରୀ ମାଝୀ ଆସୁଥିବାରୁ ପ୍ରାଶାସନିକ  ସ୍ତରରେ ତତ୍ପରତା ପ୍ରକାଶ ପାଇଛି । 

୨୩ ତାରିଖ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ  କେନ୍ଦୁଝର ଜିଲ୍ଲା ଘଟଗାଁ ହାଇସ୍କୁଲ୍‌ ପଡ଼ିଆରେ ସକାଳ  ୧୦ଟା ୨୫ରେ ଅବତରଣ କରିବେ । ରୋଡ ସୋରେ ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ  ଯିବେ । ମନ୍ଦିରରେ ପୂଜାର୍ଚ୍ଚନା ପରେ ୧୨ଟା ୪୫ରେ ପୁଣି ହେଲିକପ୍ଟରରେ କେନ୍ଦୁଝର  ଯାତ୍ରା କରିବେ । ରିଜର୍ଭ ପୁଲିସ ପଡ଼ିଆରେ ଅବତରଣ ପରେ ସର୍କିଟ ହାଉସ୍‌ରେ  ବିଶ୍ରାମ ନେବେ । ମଧ୍ୟାହ୍ନଭୋଜନ ସାରି ଅପରାହ୍ଣ ୩ଟା ୧୦ରେ ପୁରୁଣା ସହର ଶ୍ରୀବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ପରେ ପୁରୁଣା  ବଜାରଠାରୁ ଏକ ରୋଡ୍‌ ସୋ’ରେ ଆସି ଷ୍ଟାଡିୟମରେ ଜନସମାବେଶକୁ  ସମ୍ବୋଧିତ କରିବେ । ସନ୍ଧ୍ୟାରେ ସର୍କିଟ୍‌ ହାଉସ ଯାଇ ରାତ୍ରୀଯାପନ କରିବେ ।  

୨୪ ତାରିଖ ସକାଳ ୧୦ଟା ୩୦ରେ ହେଲିକପ୍ଟରରେ ନିଜ ଗ୍ରାମ ରାଇକଳା  ଯିବେ । ଦିନ ୧୧ଟାରେ ରାଇକଳାରୁ ଏକ ରୋଡ୍‌ ସୋ’ରେ ଝୁମ୍ପୁରା ପର୍ଯ୍ୟନ୍ତ  ଯିବେ । ଝୁମ୍ପୁରା ବ୍ଲକ୍‌ ଦୁର୍ଗା ପଡ଼ିଆଠାରେ ଜନସମାବେଶକୁ ସମ୍ବୋଧିତ କରିବେ ।  ଅପରାହ୍ଣ ୨ଟା ୪୫ରେ ସଡ଼କ ପଥରେ ରାଇକଳା ନିଜ ଗ୍ରାମରେ ପହଞ୍ଚିବା ପରେ  ନିଜ ଘରେ ମଧ୍ୟାହ୍ନଭୋଜନ କରିବେ । ରାଇକଳାରେ ଲୋକଙ୍କ ସହ ଭାବ ବିନିମୟ କରିବା ପରେ ଅପରାହ୍ଣ ୫ଟାରେ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.