ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସଂରକ୍ଷିତ ଜଙ୍ଗଲ ଜମିରେ ଚାରା ରୋପଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୩ ଆହତ

ଝରିଗାଁ, ୦୯/୦୭ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଧୋହଡ଼ାକୋଟ ସଂରକ୍ଷିତ ଜଙ୍ଗଲରେ ନୂତନ ଭାବେ ଚାରା ରୋପଣକୁ ନେଇ ୨ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଗୋଷ୍ଠୀ ସଙ୍ଘର୍ଷରେ ଉଭୟ ଗ୍ରାମର ପ୍ରାୟ ୨୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଧୋହଡାକୋଟ ଗ୍ରାମର ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ, ଦୀର୍ଘ ବର୍ଷ ଧରି ଧୋହଡାକୋଟ ଗ୍ରାମର ଲୋକମାନେ ଶତାଧିକ ଏକର ସଂରକ୍ଷିତ ଜଙ୍ଗଲରେ ଚାଷ କରି ଆସୁଛନ୍ତି। ତେବେ ନକ୍ସାପଦର ଗ୍ରାମର ଲୋକମାନେ ଧୋହଡାକୋଟ ଗ୍ରାମର ସଂରକ୍ଷିତ ଜଙ୍ଗଲରେ ଥିବା ନୀଳ ଜାନୀଙ୍କ ଜମିରେ ଚାରା ରୋପଣ ପାଇଁ ଗତ ମାସେ ତଳେ ଗାତ ଖୋଳିଥିଲେ। ଏହାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ମନାନ୍ତର ରହିଥିଲା। ସୋମବାର ବିଳମ୍ବିତ ରାତିରେ ନକ୍ସାପଦର ଗ୍ରାମବାସୀ ଟ୍ରାକ୍ଟର ଏବଂ ବାଇକରେ ଧୋହଡାକୋଟ ଗାଁକୁ ଆସି ଗ୍ରାମବାସୀଙ୍କ ଘରେ ଘରେ ପଶି ଆକ୍ରମଣ କରିଥିଲେ।

ଅନ୍ୟପକ୍ଷେ ନକ୍ସାପଦର ଗ୍ରାମର ମନଧର ଜାନୀଙ୍କ ଅଭିଯୋଗ କ୍ରମେ, ଗତକାଲି ଧୋହଡାକୋଟ ଗ୍ରାମର କିଛି ଲୋକ ସଂରକ୍ଷିତ ଜଙ୍ଗଲରେ ଚାରାରୋପଣକୁ ନେଇ କଂଗ୍ରା ନିକଟରେ ଗଣ୍ଡଗୋଳ କରିଥିଲେ। ଏପରିକି ମାଡ଼ ମାରିଥିଲେ। ଏହି ଘଟଣା ପରେ ନକ୍ସାପଦର ଗ୍ରାମବାସୀ ଧୋହଡ଼ାକୋଟ ଗ୍ରାମବାସୀଙ୍କୁ ଝଗଡା ନକରିବା ସହ ବୁଝାମଣା ପାଇଁ ଧୋହଡ଼ାକୋଟ ଯାଇଥିବା ବେଳେ ସେଠାରେ ଧୋହଡ଼ାକୋଟ ଗ୍ରାମବାସୀ ନକ୍ସାପଦର ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ତେବେ ଉଭୟ ଗ୍ରାମର ଗ୍ରାମବାସୀଙ୍କ ଗୋଷ୍ଠୀ ସଂଘର୍ଷରେ ଧୋହଡ଼ାକୋଟ ଗ୍ରାମର ଗୁରୁବାରୁ ଜାନୀ (୩୦ ବର୍ଷ), ମଙ୍ଗୁଳୁ ଜାନୀ (୧୭ବର୍ଷ), କମଲୋଚନ ଜାନୀ(୩୦ବର୍ଷ), ରଇବାରୀ ଜାନୀ(୬୦ବର୍ଷ), ବଳରାମ ଜାନୀ(୧୮ବର୍ଷ), ନୀଳ ଜାନୀ(୫୦ବର୍ଷ), ନାଷ୍ଟି ଜାନୀ(୪୫ବର୍ଷ), ଖମ୍ବାରୁ ଜାନୀ(୧୮ବର୍ଷ), ରଇବାରୀ ଜାନୀ(୪୫ବର୍ଷ), ସମାୟୀ ଜାନୀ(୩୨ବର୍ଷ), ସାବେ ଜାନୀ(୨୪ବର୍ଷ), ନବ ଜାନୀ(୧୬ବର୍ଷ), କୃଷ୍ଣ ଜାନୀ(୧୬ବର୍ଷ), ରବି ଜାନୀ(୧୮ବର୍ଷ), ଅନନ୍ତ ଜାନୀ(୧୮ବର୍ଷ), ମଳୟ ଜାନୀ(୫୦ ବର୍ଷ) ଏବଂ ନକ୍ସାପଦର ଗ୍ରାମର ମନୋଧର ଜାନୀ(୨୬ ବର୍ଷ), କବି ଜାନୀ(୩୦ବର୍ଷ), ଚଉବନ ଜାନୀ(୨୨ବର୍ଷ), ଶୁଦ୍ର ଜାନୀ(୧୭ବର୍ଷ), ମକରମ ଜାନୀ(୨୫ ବର୍ଷ), ଘାସିରାମ ଜାନୀ(୧୮ବର୍ଷ), ଭଦ୍ର ଜାନୀ(୧୫ ବର୍ଷ) ପ୍ରମୁଖ ଆହତ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଲେଖା ହେବା ସୁଧା ଉଭୟ ପକ୍ଷରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିନଥିବା ଜଣାପଡ଼ିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.