ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଦ ଦୁର୍ନୀତିରେ ନିର୍ବାଚନୀ ବଣ୍ଡର ଏଣ୍ଟ୍ରି : ଆପ୍‌ ମନ୍ତ୍ରୀଙ୍କ ଅଭିଯୋଗ ସରକାରୀ ସାକ୍ଷୀ ବିଜେପିକୁ ଦେଇଛନ୍ତି ୫୯ କୋଟିର ବଣ୍ଡ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ ପରେ ଏବେ ଆମ ଆଦାମୀ ପାର୍ଟୀ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଓ ପାର୍ଟି ନେତ୍ରୀ ଆତିଶୀ ଶନିବାର ଏକ ସମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି। ସେ କହିଛନ୍ତି ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତ କରାଯାଇଛି। ଗତ ଦୁଇ ବର୍ଷ ଧରି ତଦନ୍ତ ଚାଲିଆସୁଛି। ଏହି ଦୁଇ ବର୍ଷ ମଧ୍ୟରେ ବାରମ୍ବାର ଗୋଟିଏ ପ୍ରଶ୍ନ ଉଠିଛି ଯେ, ଦୁର୍ନୀତି ଟଙ୍କା ଗଲା କୁଆଡେ? ପ୍ରକୃତ କଥା ହେଉଛି ଦୁର୍ନୀତି ଟଙ୍କା ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ପାଖକୁ ଯାଇଥିବାର ଅଭିଯୋଗ କରିଛନ୍ତି ଆତିଶୀ ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି କିଙ୍ଗପିନ୍ ଭାବେ ଦର୍ଶାଇବା ପ‌ରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆପ୍ ନେତ୍ରୀ ଆତିଶୀ । ସେ କହିଛନ୍ତି, ଇଡି ମନି ଟ୍ରେଲ୍‌କୁ ପ୍ରମାଣିତ କରିପାରିନି, କେବଳ ବୟାନ ଆଧାରରେ ଗିରଫ କରିଛି। ସୁପ୍ରିମକୋର୍ଟ ଗୋଟିଏ ପ୍ରଶ୍ନ ପଚାରିଥିଲେ ତାହା ହେଲା ମନି ଟ୍ରେଲ୍‌ ପ୍ରମାଣ କେଉଁଠି ଅଛି। କେଜ୍ରିଓ୍ବାଲଙ୍କ  ଗିରଫ ଶରତ ଚନ୍ଦ୍ର ରେଡ୍ଡୀଙ୍କ ବୟାନ ଆଧାରରେ ହୋଇଛି, ସେ ଏପିଏଲ ହେଲଥ୍ କେୟାର ଫାର୍ମା କମ୍ପାନୀ ଚଳାନ୍ତି,ତାଙ୍କୁ ୯ ତାରିଖରେ ପଚରା ଉଚରା ପାଇଁ ଡକାଯାଇଥିଲା। ନଭେମ୍ବର ୨୦୨୨ ରେ ସେ କହିଥିଲେ ମୁଁ କେଜ୍ରିଓ୍ବଲଙ୍କୁ କେବେ ଭେଟିନି, ମୋର ଆପ୍‌ ସହିତ କୌଣସି ସମ୍ପର୍କ ନାହିଁ, ତା ପରିଦିନ ତାଙ୍କୁ ଗିରଫ କରାଯାଇଥିଲା। କିଛି ମାସ ପରେ ସେ ନିଜ ବୟାନ ବଦଳାଇ ଦେଇଥିଲେ ଓ ତାଙ୍କୁ ଜାମିନ୍ ମିଳିଥିଲା, କିନ୍ତୁ ଏହା କେବଳ ଏକ ବୟାନ, ଟଙ୍କାର କୌଣସି ସୁରାକ୍ ମିଳିନି।

ଆତିଶୀ ନିର୍ବାଚନୀ ଚାନ୍ଦା ସମ୍ପର୍କିତ ଦସ୍ତାବିଜ ଦେଖାଇ କହିଛନ୍ତି,  ଯିଏକି ନିର୍ବାଚନ ବଣ୍ଡ ମାଧ୍ୟମରେ ବିଜେପିକୁ ଇଲୋକ୍ଟୋରାଲ ବଣ୍ଡ ଜରିଆରେ ୪.୫ କୋଟି ଙ୍କା ଦେଇଛି। ଇଣ୍ଡୋ ଫାର୍ମା, ଏପିଏଲ ହେଲଥକେୟାରର ମାଲିକ ରେଡ୍ଡି ନିର୍ବାଚନୀ ବଣ୍ଡ ରୂପରେ ବିଜେପିକୁ ଟଙ୍କା ଦେଇଛି। ଗିରଫ ପରେ ରେଡ୍ଡୀଙ୍କ କମ୍ପାନୀ ୫୫ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ଦେଇଛି। ମନି ଟ୍ରେଲ ବିଷୟରେ ଜଣାପଡିଛି ଯେ, ସବୁ ଟଙ୍କା ନିର୍ବାଚନୀ ବଣ୍ଡ ରୂପରେ ବିଜେପିର ଖାତାକୁ ଯାଇଛି। ଉଲ୍ଲେଖନୀୟ ଯେ, କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଇଡି ତାଙ୍କୁ ରିମାଣ୍ଡରେ ନେଇଛି। ମାର୍ଚ୍ଚ ୨୮ ଯାଏ ରିମାଣ୍ଡରେ ରହିବେ କେଜ୍ରିୱାଲ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.