ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଧିକ ଜଳ ବ୍ୟବହାର କଲେ କଟିବ ଚାଲାଣ ? ମନ୍ତ୍ରୀ ଆତିଶୀ କହିଲେ ଏମିତି

ନୂଆଦିଲ୍ଲୀ,୨୯/୫: ଆପଣ ଅଧିକ ପାଣି ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କର ନାଁରେ ବି କଟିପାରେ ଚାଲାଣ। ଏମିତି କିଛି ବ୍ୟବସ୍ଥା ଏବେ ରାଜଧାନୀ ଦିଲ୍ଲୀରେ ଲାଗୁ ହେବାର ଆଶଙ୍କା ପ୍ରକାଶ ପାଇଛି । କାରଣ ଦିଲ୍ଲୀର ଜଳସମ୍ପଦ  ମନ୍ତ୍ରୀ ଆତିଶୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ହରିୟାଣାରେ କ୍ଷମତାସୀନ ବିଜେପି ସରକାର ମେ ୧ରୁ ଦିଲ୍ଲୀ ଭାଗ ପାଣି ଦେଉ ନାହିଁ। ତେଣୁ ଦିଲ୍ଲୀରେ ଜଳସଙ୍କଟ ସୃଷ୍ଟି ହୋଇପାରେ। ତେଣୁ ଦିଲ୍ଲୀ ସରକାର ନୂଆ ନିୟମ ଲାଗୁ କରିପାରନ୍ତି। ପାଣି ଯୋଗାଣ ତର୍କସଙ୍ଗତ ବ୍ୟବସ୍ଥା ମାଧ୍ୟମରେ କରାଯିବ।

ସାମ୍ବାଦିକ ସମ୍ମିଳନୀର ସମ୍ବୋଧନ କରି ଆତିଶୀ କହିଛନ୍ତି ଯେ ଦିଲ୍ଲୀର ଅନେକ ଅଞ୍ଚଳରେ ଜଳ ଅଭାବ ଦେଖାଦେଉଛି । ତେଣୁ ସେ ଜଳକୁ ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ଚେତାବନୀ ଦେଇଛନ୍ତି ଯେ ଯଦି ଲୋକମାନେ ଏହି ଆବେଦନକୁ ଧ୍ୟାନ ନ ଦିଅନ୍ତି, ତେବେ ଆଗାମୀ ଦିନରେ ଜଳର ଅତ୍ୟଧିକ ବ୍ୟବହାର ପାଇଁ ସରକାରଙ୍କୁ ଚାଲାଣ କାଟିବାକୁ ପଡିପାରେ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ସରକାର ଏହି ପ୍ରସଙ୍ଗରେ ହରିୟାଣା ସହ କ୍ରମାଗତ ଭାବରେ କଥାବାର୍ତ୍ତା କରୁଛନ୍ତି ଏବଂ ଯଦି ଏହାର ସମାଧାନ ନହୁଏ ତେବେ ଆସନ୍ତା କିଛି ଦିନ ମଧ୍ୟରେ ଏହା ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.