ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଚନ୍ଦାହାଣ୍ଡି ବ୍ଲକ ମିଶନ ଶକ୍ତି ମହାସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

ଚନ୍ଦାହାଣ୍ଡି,୧୧।୭-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମିଶନ ଶକ୍ତି ମହାସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଧାୟକ ନରସିଂ ଭତ୍ରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।  ଚନ୍ଦାହାଣ୍ଡି ବ୍ଲକ ମିଶନ ଶକ୍ତି ମହାସଂଘର ସଭାନେତ୍ରୀ ଗୌରୀ ବେହେରାଙ୍କ  ନେତୃତ୍ୱରେ  ମିଶନ ଶକ୍ତି ମହାସଂଘର ସମସ୍ତ ବିଏଲଏଫ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର  ସଭାନେତ୍ରୀ ଏବଂ ସଦସ୍ୟାମାନେ ଦାବିପତ୍ର ପ୍ରଦାନ କରିଥିଲେ। ବିଏଲଏଫ ସଦସ୍ୟାଙ୍କ  ପାରିଶ୍ରମିକ ୧୦ହଜାର ଟଙ୍କା ପ୍ରଦାନ ନିମନ୍ତେ ଦାବୀପତ୍ର ପ୍ରଦାନ କରିଥିଲେ l   ମିଶନ ଶକ୍ତିରେ ରହିଥିବା ସମସ୍ୟାର ସମାଧାନ ତୁରନ୍ତ କରିବାକୁ  ବିଧାୟକ ଭତ୍ରା ବିଡିଓ ରାମକୃଷ୍ଣ ନାୟକଙ୍କୁ  ନିର୍ଦେଶ ଦେବା ସହ  ପାରିଶ୍ରମିକ ବୃଦ୍ଧି ବାବଦରେ ରାଜ୍ୟ ମିଶନ ଶକ୍ତି ସଚିବଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। 

ମହାସଂଘର ସଭାନେତ୍ରୀ ଗୌରୀ ବେହେରାଙ୍କ ସୂଚନା ଅନୁସାରେ  ଚନ୍ଦାହାଣ୍ଡି  ବ୍ଲକର ୧୪ ଟି ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ସହ ବିଭିନ୍ନ ଦକ୍ଷତା ତାଲିମ ପ୍ରଦାନ ପାଇଁ  ମିଶନ ଶକ୍ତି ମହାସଂଘ କାର୍ଯ୍ୟ କରୁଛି । ପାରିଶ୍ରମିକ ବାବଦକୁ ରାଜ୍ୟ ସରକାର ବିଏଲଏଫ ସଦସ୍ୟା ଙ୍କୁ ୨୦୦୦ ପ୍ରଦାନ କରୁଥିବା ବେଳେ  ସଭାନେତ୍ରୀ ସମ୍ପାଦିକାଙ୍କୁ ୪୦୦୦ ଟଙ୍କା ଦେଉଛନ୍ତି l ଏହା ମଧ୍ୟ ପ୍ରତି ମାସରେ ପ୍ରଦାନ କରାଯାଉ ନାହିଁ l ଅନ୍ୟପକ୍ଷରେ ମିଶନ ଶକ୍ତି ସହଯୋଗୀ  ଏମ ବି କେ ବ୍ୟାଙ୍କ ମିତ୍ରଙ୍କୁ  ୧୦ ହଜାର, ଏବଂ ସିଆରପିଙ୍କୁ ୬ ହଜାର ପ୍ରଦାନ କରାଯାଉ ଥିବା ବେଳେ  ବିଏଲଏଫଙ୍କୁ ଏତେ ଅଣଦେଖା କାହିଁ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି l  ଏହା ବ୍ୟତୀତ ଚନ୍ଦାହାଣ୍ଡି ବ୍ଲକ ମିଶନ ଶକ୍ତି ଗୃହ ବର୍ତ୍ତମାନ ସୁଧା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ନଥିବାରୁ  ମହାସଂଘ ର ବୈଠକ କରିବାରେ ଅସୁବିଧା ଦେଖା ଯିବା ସହ ଋଣ ପାଇଁ ଆସୁଥିବା ସ୍ୱୟଂ ସହାୟିକା ମାନେ ଜାଗା ଅଭାବରୁ ବାହାରେ ବସିଥାନ୍ତି l ଉପଯୁକ୍ତ ଆସବା ପତ୍ର କିମ୍ବା ଟେବୁଲ ଚେୟାର ନ ଥିବାରୁ  ଅଫିସ ଚଳିବା ଭାରି କଷ୍ଟ ଏଥି ପ୍ରତି ପ୍ରଶାସନ ର କୌଣସି ନିଘା ନାହିଁ ବୋଲି ସେମାନେ ଖୋଭର ସହ ପ୍ରକାଶ କରିଛନ୍ତି l ଏଠାରେ ମିଶନ ଶକ୍ତି କାଫେ କାର୍ଯ୍ୟ କାରି ନ ହେବାରୁ ରୋଜଗାର ହୋଇ ପାରି ନ ଥିବା ସେମାନେ ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ଦାବୀ କରିଛନ୍ତି l ବିଧାୟକଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦିକା ପ୍ରତିମା ଦାଶ, ବିଏଲଏଫ କୌଶଲ୍ୟା ପାଣ୍ଡେ, ଗଜମତୀ ମାଝି, ମୁକ୍ତା ବିଶି, କସ୍ତୁରୀ କଚିମ,  ଉର୍ମିଳା ମାଝି  ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.