ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଡେପୁଟି ଏନ୍‌ଏସ୍‌ଏ ବିକ୍ରମ ମିଶ୍ରି ନୂଆ ବିଦେଶ ସଚିବ ନିଯୁକ୍ତ

ନୂଆଦିଲ୍ଲୀ,୨୯/୦୬: ଡେପୁଟି ଏନ୍‌ଏସ୍‌ଏ (ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା) ବିକ୍ରମ ମିଶ୍ରି ଦେଶର ପରବର୍ତ୍ତୀ ବିଦେଶ ସଚିବ ନିଯୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ମିଶ୍ରିଙ୍କ ନାମ ଅନୁମୋଦନ କରାଯାଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ  ବିଜ୍ଞପ୍ତି ପ୍ରକାଶ  ପାଇଛି । 

୧୯୮୯  ବ୍ୟାଚ୍‌ ବିଦେଶ ସେବା ଅଧିକାରୀ ମିଶ୍ରି ଆସନ୍ତା ଜୁଲାଇ ୧୫ରୁ ନୂଆ ଦାୟିତ୍ୱ  ଗ୍ରହଣ କରିବେ । ବର୍ତ୍ତମାନର ବିଦେଶ  ସଚିବ ଥିବା ବିନୟ ମୋହନ କ୍ୱାତ୍ରାଙ୍କ ସ୍ଥାନରେ  ମିଶ୍ରିଙ୍କୁ ନିଯୁକ୍ତ କରାଯାଇଛି । କ୍ୱାତ୍ରାଙ୍କ କାର୍ଯ୍ୟକାଳ  ଗତ ମାର୍ଚ୍ଚରେ ଶେଷ ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଏହାକୁ ୬ମାସ ବଢ଼ାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଏଥିରେ  ସଂଶୋଧନ କରି ତାଙ୍କ କାର୍ଯ୍ୟକାଳ ଜୁଲାଇ  ୧୪ ପର୍ଯ୍ୟନ୍ତ ସ୍ଥିର କରିଥିଲେ । ପୂର୍ବରୁ ମିଶ୍ରି  ୩ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲ,  ମନମୋହନ ସିଂହ ଓ ନରେନ୍ଦ୍ର ମୋଦିଙ୍କ  ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଛନ୍ତି।  ବିଦେଶ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା  ସହ ଚୀନ୍‌ରେ ଭାରତର ରାଷ୍ଟ୍ରଦୂତ ଭାବେ  ଅବସ୍ଥାପିତ ଥିଲେ । ୨୦୨୨ ଜାନୁଆରୀରେ  ତାଙ୍କୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ  ଡେପୁଟି ଏନ୍‌ଏସ୍‌ଏ ଭାବେ ନିଯୁକ୍ତି ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.