ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ହିରୋ ହିରୋଇନ୍’ର ଦ୍ୱିତୀୟ ପୋଷ୍ଟର୍ ରିଲିଜ୍, ଫ୍ୟାନ୍ସଙ୍କ ହୃଦୟ ଜିତିଲା ଦିବ୍ୟାଙ୍କ ଲୁକ୍

ମୁମ୍ବାଇ ୦୨/୦୨: ଅପ୍‌କମିଙ୍ଗ ତେଲୁଗୁ-ହିନ୍ଦୀ ଫିଲ୍ମ ‘ହିରୋ ହିରୋଇନ୍‌’ର ନାୟିକା ଦିବ୍ୟା ଖୋସଲା କୁମାରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ଫାର୍ଷ୍ଟ ଲୁକ୍‌ ପୋଷ୍ଟର୍‌ ଜାରି ହେବା ପରଠୁ ରିଲିଜ୍‌ ତାରିଖକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ନିର୍ମାତା ଏବେ ୨ୟ ପୋଷ୍ଟର୍‌ ଶେୟାର କରି ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି । ପ୍ରେମ ଓ ନାଟକର ଫେଣ୍ଟାଫେଣ୍ଟି କାହାଣୀ ଫିଲ୍ମରେ ପ୍ରଦର୍ଶିତ ହେବ । ସୁରେଶ କ୍ରୀଷ୍ଣା ଏହାର ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଚର୍ଚ୍ଚିତ ନିର୍ମାତା ପ୍ରେରଣା ଅରୋରା । ଫିଲ୍ମ ‘ଟଏଲେଟ୍‌: ଏକ୍‌ ପ୍ରେମ୍‌ କଥା’, ‘ରୁସ୍ତମ୍‌’, ‘ପରୀ’ ଓ ‘ପ୍ୟାଡ୍‌ମ୍ୟାନ୍‌’ ଭଳି ଫିଲ୍ମ ପାଇଁ ସେ ସ୍ୱତନ୍ତ୍ର ପରିଚିତି ହାସଲ କରିଛନ୍ତି । 




ଗୋଟିଏ ପରେ ଗୋଟିଏ ହିଟ୍‌ ପ୍ରୋଜେକ୍ଟ ପାଇଁ ସିନେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଛନ୍ତି ଦିବ୍ୟା । ନିକଟରେ ମୁକ୍ତିପ୍ରାପ୍ତ ‘ୟାରିୟାଁ-୨’ରେ ତାଙ୍କ ପ୍ରଦର୍ଶନକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ‘ହିରୋ ହିରୋଇନ୍‌’ର ୨ୟ ପୋଷ୍ଟର୍‌ରେ ଦିବ୍ୟାଙ୍କ ଲୁକ୍‌ ଫ୍ୟାନ୍‌ଙ୍କୁ ମୀନା କୁମାରୀ ଓ ବୈଜୟନ୍ତୀମାଲାଙ୍କ ସମୟକୁ ନେଇଯାଇଛି । ଫିଲ୍ମର ପୋଷ୍ଟର୍‌କୁ ନେଇ ଫ୍ୟାନ୍‌ଙ୍କ ପ୍ରତିକ୍ରିୟା ଦେଖି ଦିବ୍ୟା ଖୁବ୍‌ ଉତ୍ସାହିତ ଅଛନ୍ତି । ପ୍ରେମ, ଆବେଗଭରା କାହାଣୀ ଦର୍ଶକଙ୍କ ମନ ଛୁଇଁବ ବୋଲି ସେ ଆଶା କରୁଛନ୍ତି । ଆଧୁନିକ ପ୍ରେମକୁ ଫିଲ୍ମରେ ବର୍ଣ୍ଣନା କରାଯାଇଛି, ଯାହାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଚାତକ ପରି ଅପେକ୍ଷା କରିଛନ୍ତି ବୋଲି ସେ ବେଶ ଉତ୍ସାହର ସହ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.