ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପକ୍ଷୀଙ୍କ ଭୂସ୍ୱର୍ଗ ମଙ୍ଗଳାଯୋଡି,ବିଦେଶୀ ଅତିଥିଙ୍କ ଆଗମନରେ ବଢ଼ିଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ଖୋର୍ଦ୍ଧା,୦୬/୧୦: ଶୀତର ଆଗମନ ମାତ୍ର ଟାଙ୍ଗୀ ବ୍ଳକ ଅନ୍ତର୍ଗତ ଭୂଷଣ୍ଡପୁର ପଞ୍ଚାୟତ ଅନ୍ତର୍ଗତ ନୀଳାମ୍ବୁ ଚିଲିକାର ଅନ୍ୟତମ ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ି ହୋଇଉଠେ ଚଳଚଞ୍ଚଳ । ଏଠାକୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟୁଥିବା ବେଳେ ଏ ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜାଉଠାଇବାକୁ ଦୌଡ଼ି ଆସିଥାନ୍ତି ଦେଶ ଓ ବିଦେଶରୁ ହଜାର ହଜାର ପର୍ଯ୍ୟଟକ । ସେମାନେ ମଙ୍ଗଳାଯୋଡ଼ିର ବିଦେଶାଗତ ପକ୍ଷୀଙ୍କ ଜଳକ୍ରୀଡ଼ା ଦେଖନ୍ତି । ଏଠାରେ ରଙ୍ଗବେରଙ୍ଗ ପକ୍ଷୀଙ୍କୁ ଅତିନିକଟରୁ ଦେଖିବାକୁ ସୁଯୋଗ ମିଳିଥାଏ । ଚଳିତ ବର୍ଷ ହଜାର ହଜାର ବିଦେଶାଗତ ପକ୍ଷୀଙ୍କ ସମାଗମ ହେଲାଣି । ଏହି ସଂଖ୍ୟା ଆଗକୁ ବଢ଼ିବ ବୋଲି ଅନୁମାନ କରାଯାଉଥିବା ପକ୍ଷୀ ସୁରକ୍ଷା ଦାୟିତ୍ୱରେ ଥିବା ମଧୁ ବେହେରା କହିଛନ୍ତି । ଏସବୁ ବିଦେଶାଗତ ପକ୍ଷୀଗୁଡ଼ିକ ସାତ ସମୁଦ୍ର ଡେଇଁ ସାଇବେରିଆ, ମାଙ୍ଗୋଳିଆ, ଲଦାଖ, ପାକିସ୍ଥାନ, ସାଇଥ ଆଫିକାରୁ ଆସିଥିବା ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ପିଣ୍ଟ୍ରେଲ, ରୁଡିସିଲଡର, ଶୋଭଲନ, ଗାଡ଼ୱାଲ,ପପିଲ ମୋରମନ୍‌,ଗାର୍ଗିନ୍‌ ଥିବା ଜଣାପଡ଼ିଛି । 

ତେବେ ଏଯାବତ କୌଣସି ନୂତନ ପ୍ରଜାତିର ବିଦେଶାଗତ ପକ୍ଷୀକୁ ଦେଖିବାକୁ ମିଳିନି ।  ପକ୍ଷୀମାନେ କଉଁନାଡ଼, ଘାସ, ଛୋଟ,ଛୋଟ କୀଟପତଙ୍ଗକୁ ଖାଦ୍ୟଭାବେ ବ୍ୟବହାର କରନ୍ତି । ତେଣୁ ସେମାନେ ମଙ୍ଗଳାଯୋଡ଼ି କୂଳରେ ଥିବା ସନ୍ତସନ୍ତିଆ ସ୍ଥାନ ନଚେତ ଘାସ ଉପରେ ଖାଦ୍ୟ ସଂଗ୍ରହ କରିବା ଦୃଶ୍ୟ ପର୍ଯ୍ୟଟକମାନେ ଉପଭୋଗ କରିଥାନ୍ତି ।କିନ୍ତୁ ଚଳିତ ବର୍ଷ ଚିଲିକାରେ ବର୍ଷା ପରିମାଣ କମିବା ଦ୍ୱାରା ମଙ୍ଗଳାଯୋଡ଼ିରେ ସନ୍ତସନ୍ତିଆ ସ୍ଥାନ ଦେଖିବାକୁ ମିଳୁନି । ତେଣୁ ପକ୍ଷୀଗୁଡ଼ିକ କୂଳ ଠାରୁ ବହୁତ ଦୂରରେ ଜଳକ୍ରୀଡ଼ା କରୁଥିବା ବେଳେ ପର୍ଯ୍ୟଟକମାନେ ନିକଟରୁ ଦେଖିବାକୁ କାଠିକର ପାଠ ହୋଇପଡ଼ୁଛି ।

Copyright © 2022 - Summa Real Media Private Limited. All Rights Reserved.