ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଶାସକ୍ତ ଅବସ୍ଥାରେ ବୋହୂ ସହ ଝଗଡା ହେଲା କାଳ, ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ଖଜୁରୀପଡ଼ା,୨୯।୫  : ଶଶୁର ମଦ୍ୟପାନ  କରି ବୋହୂ ସାଙ୍ଗରେ  ଗଣ୍ଡଗୋଳ କରୁଥିଲା I ଏହାର ପ୍ରତିବାଦ କରିଥିଲା ପୁଅ I ରାଗରେ ଜର୍ଜରିତ ହୋଇ ପୁଅକୁ ଟାଙ୍ଗିଆରେ ହାଣିବା ପାଇଁ ଗୋଡ଼ାଇଥିଲା ବାପା I ଶେଷରେ ପୁଅ ରାଗିଯାଇ ବାପା ଧରିଥିବା ଟାଙ୍ଗିଆକୁ ଛଡେଇ ନେଇ ସେହି ଟାଙ୍ଗିଆରେ ବାପାକୁ ହାଣି ପକାଇଲା ପୁଅ I ଏଭଳି ଏକ ଅଭନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ସୁଦୃକୁମ୍ପା ଫାଣ୍ଡି ଅଧୀନରେ ଥିବା ବିଲାବାଡି ପଞ୍ଚାୟତ ର କାକେନ୍ଦ୍ରି ଗାଁ ରେ I 

ସୂଚନା ଅନୁସାରେ ଏହି କାକେନ୍ଦ୍ରି ଗାଁ ର ବାରୁଣୀ ଗଣ୍ଡା (୫୮) ବୁଧବାର ରାତି ପ୍ରାୟ ଦଶଟା ସମୟରେ ପ୍ରଚୁର ମଦ୍ୟପାନ କରି ନିଜ ବହୁ ସାଙ୍ଗରେ ପାଟିତୁଣ୍ଡ କରିଥିଲେ I ଠିକ ଏହି ସମୟରେ ବାରୁଣୀ ଙ୍କ ପୁଅ ରୋହିତ ଗଣ୍ଡା(୨୮) ପ୍ରତିବାଦ କରିଥିଲେ I ଏଥିରେ ବାରୁଣୀ ଗଣ୍ଡା ରାଗିଯାଇ ନିଜ ପୁଅ ରୋହିତ ଗଣ୍ଡା କୁ ଏକ ଧାରୁଆ ଟାଙ୍ଗିଆ ରେ ନିଶାସକ୍ତ ଅବସ୍ଥାରେ ହାଣିବା ପାଇଁ ଗୋଡ଼ାଇ ଥିଲେ I ଏହୁ ଗୋଡାଗୋଡି ଭିତରେ ରୋହିତ ଗଣ୍ଡା ନିଜ ବାପାଙ୍କ ଠାରୁ ଟାଙ୍ଗିଆ କୁ ଛଡାଇ ନେଇ ସେହି ଟାଙ୍ଗିଆ ରେ ନିଜ ବାପାଙ୍କୁ ହାଣି ପକାଇଥିଲେ I ଫଳରେ ଘଟଣା ସ୍ଥଳରେ ହିଁ ବାରୁଣୀ ଗଣ୍ଡା ଙ୍କ ମୃତ୍ୟୁ ହୋଇଥିଲା I ଏହାପରେ ପୁଅ ରୋହିତ ଗଣ୍ଡା ଫେରାର ହୋଇଯାଇଥିଲା।  ମୃତ ବାରୁଣୀ ଙ୍କ ଝିଅ କଳ୍ପନା ଗଣ୍ଡା ତାଙ୍କ ବାପାଙ୍କୁ ଭାଇ ରୋହିତ ଗଣ୍ଡା ହତ୍ୟା କରିଥିବା ନେଇ ଫୁଲବାଣୀ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗ ପାଇଲା ପରେ ଘଟଣା ସ୍ଥଳଟି ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଗୁରୁବାର ଫୁଲବାଣୀ ସଦର ଥାନା ଅଧିକାରୀ ଶ୍ରୀକାନ୍ତ ଶେଖର ମାନଧାତା ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରିଥିଲେ। ଏଥି ସହ ସଦର ଥାନାରେ  ଏକ ହତ୍ୟା ମାମଲା ରୁଜୁ କରି ଶବ କୁ ବ୍ୟବଚ୍ଛେଦ ପାଇଁ ପଠେଇ ଛନ୍ତି I ଅନ୍ୟପଟେ ଏହି ଘଟଣା କୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ହତ୍ୟାକାରୀ ପୁଅକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ I

ଆହୁରି ପଢନ୍ତୁ : ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.