ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଟଙ୍କା ଖର୍ଚ୍ଚ କରି ଭାରତୀୟଙ୍କ ବିବାହରେ ସାମିଲ ହେଉଛନ୍ତି ବିଦେଶୀ, ଏହି ନୂଆ ଷ୍ଟାର୍ଟଅପ୍‌ରୁ ହେଉଛି ଖୁବ୍ ରୋଜଗାର

ନୂଆଦିଲ୍ଲୀ,୮।୧୧: ଭାରତରେ ହେଉଥିବା ବିଭିନ୍ନ ବିବାହରେ ଯୋଗ ଦେବା ପାଇଁ ବିଦେଶୀ ନାଗରିକ ଭଲ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଭଳି ବହୁ ଷ୍ଟାର୍ଟଅପ୍‌ ଚାଲିଛି, ଯାହା ଜରିଆରେ ଆପଣ ଭାରତର ବିବାହ ଗୁଡିକରେ ସାମିଲ ହୋଇପାରିବେ। ଏଭଳି ଏକ ଷ୍ଟାର୍ଟଅପ୍‌ ଅଷ୍ଟେ୍ରଲିଆରେ ଆଜିକାଲି ଖୁବ୍ ଫେମସ୍ ରହିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍ ଧମାଲ କରିଛି। ସିଏନ୍‌ଏନ୍‌ର ସୂଚନା ଅନୁସାରେ, ‘ଜଏନ୍‌ ମାଇଁ ଓ୍ବେଡିଂ’ ନାମକ ଏହି ଷ୍ଟାର୍ଟଅପ୍‌କୁ ୨୦୧୬ ‌ରେ ହଙ୍ଗେରିଆନ୍‌-ଅଷ୍ଟେ୍ରଲିଆନ୍‌ ଓରସି ପାର୍କନୀଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ଏହା ଜରିଆରେ ଅଷ୍ଟେ୍ରଲିଆ ନାଗରିକ ଭାରତରେ ହେବାକୁ ଥିବା ପାରମ୍ପାରିକ ବିବାହରେ ସାମିଲ ହେଉଛନ୍ତି। 

କମ୍ପାନୀ ଓ୍ବେବସାଇଟ୍‌ରେ କୁହାଯାଇଛି ଯେ, ଭାରତରେ ୩୦୦ ରୁ ଅଧିକ ବିଭିନ୍ନ ପ୍ରକାର ବିବାହ ହେଉଛି ଓ ଦେଶରେ ପ୍ରତି ବର୍ଷ ଏକ କୋଟିରୁ ଅଧିକ ବିବାହ ଆୟୋଜନ କରାଯାଉଛି। ‘ଜଏନ୍‌ ମାଇଁ ଓ୍ବେଡିଂ’ ସେହି ଯୋଡି ପର୍ଯ୍ୟନ୍ତ ପହଞ୍ଚିଥାଏ, ଯିଏକି ନିଜ ପ୍ରେମ କାହାଣୀ ଓ ବିବାହ କାର୍ଯ୍ୟକ୍ରମରେ ଅନ୍ୟ ଲୋକଙ୍କୁ ଡକାଇବାକୁ ଇଛୁକ ଅଛନ୍ତି। ଏହାପରେ ତାକୁ ଟୁରିଷ୍ଟଙ୍କୁ ଜଣାଯାଇଥାଏ ସେମାନେ ପାରମ୍ପାରିକ ପ୍ରଣାଳିରେ ଭାରତୀୟ ବିବାହ ଦେଖିବାକୁ ଚାହୁଁଛନ୍ତି କି ନାହିଁ ? ଦିନକ ପାଇଁ ଜଣେ ବ୍ୟକ୍ତିଙ୍କୁ ୧୨,୪୮୮ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ, ସଭଳି ଦୁଇଦିନ ପାଇଁ ଏହା ୨୦ ହଜାର ଟଙ୍କା ଆଖପାଖରେ ରହିଛି।

ଷ୍ଟାର୍ଟଅପ୍‌କୁ ଆରମ୍ଭ କରିଥିବା ଓରସି ପାର୍କନୀ କହିଛନ୍ତି, ଆପଣଙ୍କୁ ଗୋଟିଏ ଥରରେ ସବୁ ବିଭିନ୍ନ ସାଂସ୍କୃତିକ ତତ୍ତ୍ବର ଅନୁଭବ ମିଳିଥାଏ। ଏଥିରେ ସ୍ଥାନୀୟ ଲୋକଙ୍କୁ ଭେଟିବା, ସ୍ଥାନୀୟ ବ୍ୟଞ୍ଜନର ସ୍ବାଦ ନେବା, ଭାରତୀୟ ପୋଷାକ ପିନ୍ଧିବା, ସଙ୍ଗୀତ, ମନୋରଞ୍ଜନ, ସ୍ଥାନୀୟ ରୀତି-ନୀତି ବିଷୟରେ ଶିଖିବା, ଏପରିକି ବିବାହ ସ୍ଥଳର ଆଧାର‌ରେ ବାସ୍ତୁକଳା ମଧ୍ୟ ସାମିଲ ରହିଛି।’ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ୍ କମେଣ୍ଟ କରାଯାଉଛି। କିଛି ଲୋକ ଏହାକୁ ସୁନ୍ଦର ବ୍ୟବସାୟ ବୋଲି ବିଚାର କରୁଛନ୍ତି।

Copyright © 2022 - Summa Real Media Private Limited. All Rights Reserved.