ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଉନ୍ନାବରେ ଦୁଃଖଦ ଘଟଣା : ଫ୍ୟାନ୍ କରେଣ୍ଟରେ ଚାଲିଗଲା ୪ କୁନି କୁନି ପିଲାଙ୍କ ଜୀବନ

ଉନ୍ନାବ : ୟୁପିର ଉନ୍ନାବରୁ ଏକ ହୃଦୟ ଖବର ସାମନାକୁ ଆସିଛି । ବାରାସଗୱର ଥାନା ଅଞ୍ଚଳର ଲାଲମନଖେଡା ଗାଁରେ ରବିବାର ସନ୍ଧ୍ୟାରେ ଉକ୍ତ ଘଟଣା ଘଟିଛି। ସମୟ ପାଖାପାଖି ୪ଟାରେ ,ଘରେ ଲାଗିଥିବା ଷ୍ଟାଣ୍ଟ ଫ୍ୟାନ୍‌ର କରେଣ୍ଟ ପ୍ରଭାବରେ ଆସି ୪ ଜଣ ପିଲାଙ୍କର ମୃତ୍ୟୁ ହୋଇଛି। କରେଣ୍ଟ ଲାଗିବା ପରେ ଜଣେ ଜଣକୁ ବଞ୍ଚାଇବା ଚକ୍କରରେ କରେଣ୍ଟ ପ୍ରଭାବରେ ପଡ଼ି ଯାଇଥିଲେ। ଏହି ୪ ନାବାଳକ ଓ ନାବାଳିକାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଘଟଣାର ସୂଚନା ପାଇବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଦେଇଛି । 

ଲାଲମନଖେଡା ଗାଁରେ ରହୁଥିବା ବିରେନ୍ଦ୍ର କୁମାରଙ୍କ ଘର ଭିତରେ ଏକ ଷ୍ଟାଣ୍ଡ ଫ୍ୟାନ ଲାଗିଥିଲା,ଯେଉଁଥିରୁ ବିଦ୍ୟୁତ କରେଣ୍ଟ ବାହାରୁ ଥିଲା। ସବୁ ପିଲା ଘର ଭିତରେ ଥିଲେ। ମାତା ପିତା କ୍ଷେତକୁ ଯାଇଥିଲେ। ଘରେ ପିଲାଙ୍କ ବ୍ୟତୀତ ଆଉ କେହି ନଥିଲେ। ଏହି ସମୟରେ ପାଖରେ ଖେଳୁ ଥିବା ଜଣେ ପିଲା ଫ୍ୟାନଟିକୁ ଛୁଇଁ ଦେଇଥିଲା ଏବଂ କରେଣ୍ଟ ପ୍ରଭାବରେ ଆସି ଚିତ୍କାର କରିଥିଲା। ତାର ଚିତ୍କାର ଶୁଣି ସେଠାରେ ପାଖରେ ଥିବା ୩ଜଣ ପିଲା ଆସିଥିଲେ। ସେମାନେ ଜଣଙ୍କ ପରେ ଜଣେ କରେଣ୍ଟ ପ୍ରଭାବକୁ ଆସି ଯାଇଥିଲେ। ଏହାପରେ ଘଟଣା ସ୍ଥଳରେ ହିଁ ଏହି ୪ ପିଲାଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା। ପଡୋଶୀଙ୍କ ସୂଚନାରେ କ୍ଷେତରୁ ତୁରନ୍ତ ମାତା ପିଲା ଘରକୁ ଆସି ଥିଲେ। 

ଇଲେକ୍ଟ୍ରି କରେଣ୍ଟରେ ମୃତ୍ୟୁ ହୋଇଥିବା ନାବାଳକ ଓ ନାବାଳିକା ହେଲେ ମୟଙ୍କ (୯) , ହିମାଂଶୀ (ଶ୍ର) , ହିମାଙ୍କ (୬) , ମାନସୀ (୪ )। ୪ ପିଲାଙ୍କ ମୃତ୍ୟୁ ଏକା ସାଥିରେ ଦେଖି ପିଲାଙ୍କ ମାଆଙ୍କ ସହ ପରିବାର ଲୋକେ ଚେତାଶୂନ୍ୟ ହୋଇ ଯାଇଥିଲେ। ସଂପୃକ୍ତ ଅଞ୍ଚଳରେ ଉକ୍ତ ଦୁର୍ଘଟଣାକୁ ନେଇ ଦୁଃଖର ଛାୟା ଖେଳି ଯାଇଛି। 

Copyright © 2022 - Summa Real Media Private Limited. All Rights Reserved.