ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଛାପଡ଼ା ପୋଲିସର ଚଢ଼ଉ, ୧୦୯୧କିଲୋ ଗଞ୍ଜେଇ ଜବତ

ଫିରିଙ୍ଗିଆ,୩/୪ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସକୁ ପୁଣି ମିଳିଛି ଏକ ବଡ଼ ସଫଳତା I ଦୁଇଟି ପୃଥକ ଜାଗାରେ ଚଢ଼ଉ କରାଯାଇଛି । ଏହି ଚଢଉରେ ୧୦୯୧କିଲୋ ଗଞ୍ଜେଇ ଜବତ ହୋଇଛି । ଏଥର ମଧ୍ୟ ଘଟଣାସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି I

ପୋଲିସର ସୂଚନା ଅନୁସାରେ ଗୋଛାପଡ଼ା ଥାନା ଅଧିକାରୀ ପ୍ରଭାତ ବେହେରାଙ୍କ ନିର୍ଦେଶ କ୍ରମେ ପ୍ରଥମେ ଥାନାରେ କାର୍ଯ୍ୟରତ ଏସଆଈ ସୃତି ସାଗର ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ଗୋଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଅଧୀନରେ ଥିବା ବଦାପାଜୁ ଗାଁର ମାୟାଧର କହଁର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ଚାଲାଣ ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ୯୦୮କିଲୋ ଗଂଜେଇ ଜବତ କରିଥିବାବେଳେ ଘରମାଲିକ ଅଭିଯୁକ୍ତ ମାୟାଧର କହଁର ଫେରାର ହୋଇଯାଇଥିଲା I 

ସେହିଭଳି ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଏଇ ଦୀପକ ଦଳେଇଙ୍କ ନେତୃତ୍ୱରେ ଗୋଛାପଡା ଥାନା ମୁସୁଲି ପାଙ୍ଗା ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ଉ କରି ଜଙ୍ଗଲ ଭିତରେ ଥିବା ଏକ ଝାଟିମାଟି କୁଡ଼ିଆରେ ପ୍ରସ୍ତୁତ କରି ରଖାଯାଇଥିବା ୧୮୩କିଲୋ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିବାବେଳେ ସେହି ଜାଗାରୁ ମଧ୍ୟ ପୋଲିସ ଆସିବାର ଆଗୁଆ ସୂଚନା ପାଇ ମାଫିଆମାନେ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I 

ଅନ୍ୟପଟେ ଏହି ଗଞ୍ଜେଇ ଜବତ ମାମଲାରେ କେଶ ନଂ ୬୬/୨୪ ଓ ୬୭/୨୪ରେ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଥିବାବେଳେ ଫେରାର ଅଭିଯୁକ୍ତ ମନକୁ ଖୁବଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭାତ ବେହେରା I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.