ନୂଆଦିଲ୍ଲୀ,୨୯/୦୮: ଆସନ୍ତା ମାସ ହେବାକୁ ଥିବା ଜିଏସ୍ଟି ପରିଷଦ ବୈଠକରେ ଟିକସ ହାର ହ୍ରାସ ଉପରେ ଆଲୋଚନା କରାଯିବ । ତେବେ ଟିକସ ଏବଂ ସ୍ଲାବ୍ ପରିବର୍ତ୍ତନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ପ୍ରକାଶ କରିଛନ୍ତି ।
ସ୍ୱାସ୍ଥ୍ୟ ପାଇଁ ହାନିକାରକ ଏବଂ ବିଳାସ ଉତ୍ପାଦ ଉପରେ କ୍ଷତିପୂରଣ ସେସ୍ ନେଇ ମଧ୍ୟ ଆଲୋଚନା କରାଯିବ । ଏହା ସେପ୍ଟେମ୍ବର ୯ ବୈଠକ କିମ୍ବା ପରେ ହୋଇପାରେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଟିକସ ହାର ହ୍ରାସ ଉପରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀଗୋଷ୍ଠୀ ଗତ ସପ୍ତାହରେ ଭେଟିଥିଲେ । ମନ୍ତ୍ରୀଗୋଷ୍ଠୀ ଜିଏସ୍ଟି ସ୍ଲାବ୍ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି ।