ପ୍ରମୂଖ ଖବର
  • ୧୨ରେ ନୂଆ ସରକାର ଶପଥ ଗ୍ରହଣ, ବିଏମ୍‌ସି ଅଞ୍ଚଳରେ ଅଧା ଦିନ ଛୁଟି
  • ||
  • କୋରାପୁଟ: ରେଳ ଧାରଣାରୁ ବିଏସଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ବିଜେପି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା: ଜେ.ପି ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ, ଦୌଡ଼ରେ ଏକାଧିକ ନେତା
  • ||
  • ଭାରତ-ପାକ୍‌ ମ୍ୟାଚ୍‌ରେ ଚାଲିଥିବା ବେଳେ ଆଖି ବୁଜିଲେ ଏମ୍‌ସିଏ ସଭାପତି, ମୃତ୍ୟୁ ବେଳକୁ ହୋଇଥିଲା ୪୭ ବର୍ଷ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: କାନାଡାକୁ ଭେଟିବ ପାକିସ୍ତାନ, ‘କର ବା ମର’ ସ୍ଥିତିରେ ବାବର ବାହିନୀ
  • ||
  • ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକ, ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ, ୧୨ରେ ଶପଥ ଉତ୍ସବ
  • ||
  • ରାଜ୍ୟରେ ଆଣ୍ଠେଇଛି ମୌସୁମୀ : ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି, ୧୫ ପୂର୍ବରୁ ବର୍ଷା ନାହିଁ
  • ||

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସରୁନି ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି

ପୁରୀ,୧୬/୦୫: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭାଇଭଉଣୀଙ୍କ ସହ ରଥ ଚଢି ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ । ହେଲେ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦିର ମରାମତି କାର୍ଯ୍ୟ ସରିନି । ମରାମତି  ଆରମ୍ଭରୁ ୪ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର କାର୍ଯ୍ୟକୁ ୨ ବର୍ଷ ପୂରିଲାଣି ତଥାପି କାର୍ଯ୍ୟ ସରିନାହିଁ । ଠିକ୍‌ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଢେରା ଦେଇ କାମଚଳାରେ  ରଥଯାତ୍ରାର ନବଦିନାତ୍ମକ ଯାତ୍ରା ଶେଷ କରିବ ବୋଲି ଲକ୍ଷ୍ୟ ରଖିଥିବା ଜଣାପଡିଛି ।  

ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍‌ରେ  ଫାଟ ରହିଥିଲା । ନାଟମଣ୍ଡପର ୪ ମୁଖ୍ୟ ପଥର  ପିଲାର(ଖମ୍ବ) ଉପରେ ୪ ସେଣ୍ଟ୍ରାଲ ଷ୍ଟୋନ୍‌ କ୍ୟାପିଟାଲ ବିମ୍‌ ଓ ଏହା ତଳେ ୪ଟି ରଟ୍‌  ଆଇରନ ବିମ୍‌ ରହିଥିଲା । ଏହି ରଟ୍‌ ଆଇରନ  କଳଙ୍କି ଲାଗି ନଷ୍ଟ ହୋଇଯାଇଥିଲା । ଲୁଣି ପରିବେଶରେ ଏହି ରଟ୍‌ ଆଇରନ୍‌ ଫୁଲିବା  ଯୋଗୁ ୪ଟି ଯାକ ବିମ୍‌ରେ ଫାଟ ସୃଷ୍ଟି ହେବା  ସହ ଏହା ଅଲଗା ହୋଇଯାଇଥିଲା । ରଟ୍‌ ଆଇରନ୍‌ ବି ଝୁଲି ରହିଥିଲା । ୨୦୨୨ ଅକ୍ଟୋବର  ୨୯ରେ ଏନ୍‌ ସି ପାଲଙ୍କ ନେତୃତ୍ୱରେ ଏକ  ଉଚ୍ଚସ୍ତରୀୟ ବୈଷୟିକ ଟିମ୍‌ ନାଟମଣ୍ଡପ ଓ ଗର୍ଭଗୃହ ଜନ୍ମବେଦି ଭିତର ପାଶ୍ୱର୍କୁ ଅନୁଧ୍ୟାନ  କରିଥିଲେ । ପରେ ଏହାର ମରାମତି ଜରୁରୀ  ଥିବାରୁ ଏନେଇ ଯୋଜନା ପ୍ରସ୍ତୁତ ହୋଇଥିଲା ।  

ନଷ୍ଟ ହୋଇଥିବା ପଥର ବଦଳରେ ଗ୍ରାନାଇଟ୍‌  ପଥର ଲଗାଇବାକୁ ଯୋଜନା କରାଯାଇଥିଲା ।  କଳଙ୍କି ଲାଗିଥିବା ବିମ୍‌କୁ କଢାଯାଇ କଳଙ୍କି ବିହୀନ  ଷ୍ଟିଲ୍‌ ବିମ୍‌ ଲଗାଯିବାକୁ ଯୋଜନା କରାଯାଇଥିଲା ।  ସେହିପରି ମନ୍ଦିର ଛାତ, କାନ୍ଥ ସମେତ ଅନ୍ୟାନ୍ୟ  ସ୍ଥାନରେ ଫାଟ ଚିହ୍ନଟ କରାଯିବା ଲାଗି ଡିପ୍ଲାଷ୍ଟରିଂ  କରିବାକୁ ଯୋଜନା କରାଯାଇଥିଲା । ଏହି ସମସ୍ତ  କାର୍ଯ୍ୟ ୪ ମାସ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି  ହୋଇଥିଲା । ନିଷ୍ପତ୍ତି ମୁତାବକ ୨୦୨୩ ରଥଯାତ୍ରାକୁ  ଦୃଷ୍ଟିରେ ରଖି ସେହି ବର୍ଷର ଫେବୁୟାରୀ ଶେଷ  ବା ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ କାମ ଶେଷ  ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା  ଦିଆଯାଇଥିଲା । ୨୦୨୩ରେ ରଥଯାତ୍ରା ପୂର୍ବରୁ  କାମ ସରି ନ ଥିଲା । ସେଥିରେ ଢିରା ଦେଇ  କାମ ଚଳାଇ ଦିଆଗଲା । 

ଏବେ ପୁଣି ମୁଣ୍ଡ ଉପରେ ୨୦୨୪ ରଥଯାତ୍ରା । ପୂର୍ବବର୍ଷ ଭଳି  ଚଳିତବର୍ଷ ମଧ୍ୟ ଢିରା ଦେଇ କାର୍ଯ୍ୟ ଚଳେଇ  ନେବେ ବୋଲି ଅନୁମାନ କରାଯାଉଛି । ଏପରିକି  ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗହଳି  ରହିଥାଏ । କିଛି ଅଘଟଣ ଘଟିଲେ ଦାୟୀ କିଏ  ହେବ ବୋଲି ପ୍ରଶ୍ନ ଉଠୁଛି । ଏସମ୍ପର୍କରେ ଶ୍ରୀମନ୍ଦିର  ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କୁହନ୍ତି,  ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା ରହିଛି । ଶ୍ରଦ୍ଧାଳୁମାନେ କିଭଳି  ସୁରକ୍ଷିତ ଭାବେ ଦର୍ଶନ କରିବେ ସେ ନେଇ  ବନ୍ଦୋବସ୍ତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.