ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାପ୍ରଭୁଙ୍କ ହୋଲି ନୀତି ଓ ଚନ୍ଦନ ଯାତ୍ରା ଚାପ ଅନୁକୂଳ

ପୁରୀ, ୨୬।୩ : ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ହୋଲି ଓ ଚନ୍ଦନ ଯାତ୍ରାର ଶୁଭାରମ୍ଭ । ଦୋଳ ପର୍ବର ଅନ୍ତିମ ପର୍ବ ତଥା ଚନ୍ଦନ ଯାତ୍ରାର ଅନୁକୂଳ ପର୍ବ ହେଉଛି ଏହି ହୋଲି ପର୍ବ । ଏହି ଦିନ ମଧ୍ୟାହ୍ନ ଧୂପ ବେଶରେ ଶ୍ରୀଜୀଉଙ୍କ ନିକଟରେ ୩ ଖଣ୍ଡ ଆଜ୍ଞା ମାଳ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଗମ୍ଭୀରାରେ ପାଣି ପଡ଼ି ସଫା ହୋଇଥାଏ । ତତ୍ପରେ ଦକ୍ଷିଣୀ ଘର ଭୋଗ ସରିବା ପରେ ଦୋଳଗୋବିନ୍ଦ ରତ୍ନସିଂହାସନକୁ ବିଜେ କରିଥାନ୍ତି । ଏଥି ଉତ୍ତରାରେ ଭୂଦେବୀ, ଶ୍ରୀଦେବୀ, ଦୋଳଗୋବିନ୍ଦଙ୍କୁ ଆଜ୍ଞା ମାଳ ପ୍ରଦାନ କରାଯିବା ପରେ ମହାଜନ ସେବକ ୩ ବିଗ୍ରହଙ୍କୁ ମୁକ୍ତି ମଣ୍ଡପ ନିକଟରେ ଥିବା ବିମାନକୁ ବିଜେ କରାଇଥାନ୍ତି । ବିମାନବଡ଼ୁ ସେବକ ଉକ୍ତ ବିମାନକୁ ସିଂହଦ୍ୱାର ଦେଇ ନରେନ୍ଦ୍ର ଚକଡ଼ାକୁ ବିଜେ କରାଇଥାନ୍ତି । 

ନରେନ୍ଦ୍ର ଚକଡ଼ାରେ ମୁଦିରସ୍ତ ସେବକଙ୍କ ଦ୍ଵାରା ପ୍ରସାଦ ଲାଗି ଓ ହଳଦୀ ପାଣି ନୀତି ହୋଇଥାଏ । ପଞ୍ଚାମୃତ ସ୍ନାନ, ପଇଡ଼ ଜଳରେ ସ୍ନାନ ପରେ ଶୁକ୍ଳ ବସ୍ତ୍ର ଲାଗି ହୁଅନ୍ତି । ତତ୍ପରେ ପୂଜାପଣ୍ଡା ପଞ୍ଚଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି । ଭାଙ୍ଗ ପଣା ଭୋଗ, ବନ୍ଦାପନା ନୀତି ବଢ଼େ । ତତ୍ପରେ ମୁଦିରସ୍ତ ବନ୍ଦାପନା, ଚାମର, ଆଲଟ ସେବା କରିଥାନ୍ତି । ଏହା ପରେ ଲେଙ୍କା ସେବକଙ୍କ ଦ୍ଵାରା ପୂର୍ବ ଭଳି ୬ ଗୋଟି ପଇଡ଼ ଦ୍ଵାରା ବେଣ୍ଟ ନୀତି ସମାପନ ହୁଏ । ପରେ ଦିଅଁଙ୍କୁ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଲାଗି ହୁଏ । ପରେ ଦିଅଁ ବାହୁଡ଼ା ବିଜେ ହୋଇ ଦେଉଳକୁ ବିଜେ ପରେ ସନ୍ଧ୍ୟା ଆରତି ବଢ଼ି ଅନ୍ୟ ନୀତି ସମ୍ପନ୍ନ ହୁଏ ।  

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.