ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାରଣାସୀ ପରେ ସବୁଠାରୁ ଲୋକପ୍ରିୟ ସିଟ୍ : ଯୋଗୀଙ୍କ ଗଡ଼ ଗୋରଖପୁରରୁ ରବି କିଶନଙ୍କୁ ଟିକେଟ

ନୂଆଦିଲ୍ଲୀ,୩/୩ : ଭୋଜପୁରୀ ଫିଲ୍ମ‌ଷ୍ଟାର ରବି କିଶନଙ୍କ ଉପରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଭରସା କରିଛି ଏବଂ ଆଗାମୀ ଲୋକସଭା ନିର୍ବାଚନ ଲାଗି ତାଙ୍କୁ ଗୋରଖପୁରରୁ ନିର୍ବାଚନ ମୈଦାନରେ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ରବି କିଶନ ପୂର୍ବ ବର୍ଷ ୨୦୧୯ରେ ଏହି ସିଟରେ ବିଜୟୀ ହୋଇଥିଲେ । ବିଜେପି ଶନିବାର ୧୯୫ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି । ଯେଉଁଥିରେ ଘୋଷଣା କରାଯାଇଛି କି ପିଏମ ମୋଦୀ ପୁଣି ଥରେ ବାରଣାସୀରୁ ନିର୍ବାଚନ ମୈଦାନରେ ଓହ୍ଲାଇବେ । ଏହା ତୃତୀୟ ଥର ଅଟେ, ଯାହା କି ପିଏମ ମୋଦୀ ବାରଣାସୀ ସିଟରୁ ନିର୍ବାଚନ ଲଢି‌ବେ । ୨୦୧୪ରେ ସେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଥିଲେ ଏବଂ ୨୦୧୯ରେ ସମାଜବାଦୀ ପାର୍ଟିର ଶାଳିନୀ ଯାଦବଙ୍କ ବିରୁଦ୍ଧରେ ବିଜୟ ହାସଲ କରିଥିଲେ ।

ବିଜେପି ସାଂସଦ ରବି କିଶନ କହିଛନ୍ତି କି, ମୁଁ ଶୀର୍ଷ ନେତୃତ୍ବଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି... ସଂଗଠନ ମୋତେ କାଶୀ ପରେ ସବୁଠାରୁ ହଟ୍ ସିଟ୍‌ରୁ ଦ୍ବିତୀୟ ସୁଯୋଗ ଦେଇଛି । ମୁଁ ପୁରା ସଂଗଠନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ ଏହି ଭରୋସାକୁ ବଜାୟ ରଖିଛି । ବିଜେପି ୪୦୦ସିଟ୍ ଜିତିବ ଏବଂ ଗୋରଖପୁର ସିଟ୍ ଇତିହାସ ସୃଷ୍ଟି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.