ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମାଟିକୁ ଉର୍ବର କରେ ମାଛ ଖତ

ଫିଶ୍‌ ଫର୍ଟିଲାଇଜର ବା ମାଛ ଖତ ମାଟିର ଉର୍ବରତାକୁ ବୃଦ୍ଧି କରିବାର କାମ କରିଥାଏ । ଯାହାଦ୍ୱାରା ଉଦ୍ଭିଦକୁ ଜରୁରୀ ପୋଷକତତ୍ତ୍ୱ ମିଳିପାରିଥାଏ । ଯଦି ଏହାର ଉପଯୋଗ ମାଟିରେ କରାଯାଏ ତା’ହେଲେ ଗଛ ସହଜରେ ବଢିପାରିଥାଏ । ଏଥିରେ ପୋଟାସିୟମ, ନାଇଟ୍ରୋଜେନ ଏବଂ ଫସଫରସ୍‌ର ମାତ୍ରା ଅଧିକ ଥାଏ ।

କିପରି ପ୍ରସ୍ତୁତି କରିବେ ?

ମାଛ ଖତ ପ୍ରସ୍ତୁତି କରିବା ପାଇଁ ମାଛ କଣ୍ଟା, ତ୍ୱଚା ଏବଂ ମାଟିର ଆବଶ୍ୟକ ହୋଇଥାଏ । ଏଥିପାଇଁ ଆପଣଙ୍କୁ ବଜାରରୁ ଖତ କରିବା ପାଇଁ ମାଛ କିମ୍ବା ଯେଉଁ ମାଛର ଉପଯୋଗ କରୁନଥିବେ ସେହି ମାଛ ଆଣନ୍ତୁ । ଏହାପରେ ଏହାକୁ ବଗିଚା ମାଟିରେ ପୋତି ଦେବେ । କିଛି ଦିନ ପରେ ମାଛ ସଢି ମାଟିରେ ମିଶିଯାଇଥିବ । ମାଛ ଖତ ଆପଣଙ୍କ ବଗିଚା ଏବଂ କ୍ଷେତ ପାଇଁ ବହୁତ ଲାଭକାରୀ ହୋଇପାରିଥାଏ । 

ମାଛ ଖତର ଲାଭ 

ମାଛ ଖତରେ ଅଧିକ ମାତ୍ରାରେ ଫସଫରସ୍‌ ଥାଏ । ଯାହା ଉଦ୍ଭିଦର ମୂଳକୁ ଶୀଘ୍ର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାର ଉପଯୋଗ କ୍ଷେତ କିମ୍ବା ବଗିଚା ମାଟିରେ ସୁଧାର ଆଣିବା ପାଇଁ ମଧ୍ୟ କରାଯାଇପାରିବ । ମାଟିରେ ଏହାର ବ୍ୟବହାର ଦ୍ୱାରା ଗଛ ଜଲଦି ବୃଦ୍ଧି ପାଇଥାଏ । ଏହାଦ୍ୱାରା ଫୁଲ ଏବଂ ଫଳ ଗଛରୁ ଅଧିକ ଉତ୍ପାଦନ ମିଳିପାରେ । ମାଛ ଖତ ମାଟିରେ ଉପଯୋଗ କରିବା ଦ୍ୱାରା ମାଟିରେ ପାଣି ଜମା ହୋଇନଥାଏ । ମାଛ ଖତରେ କାର୍ବନର ମାତ୍ରା ଅଧିକ ଥାଏ । ଏହା ମାଟିକୁ ଶକ୍ତ କରିଥାଏ । ଏହାଦ୍ୱାରା ମାଟିରେ ଥିବା ବ୍ୟାକ୍ଟେରିଆ ଏବଂ କବକ ଗଛର ମୂଳ ପର୍ଯ୍ୟନ୍ତ ପହଞ୍ଚିପାରିଥାଏ ଏବଂ ଗଛର ମୂଳ ମଜବୁତ ହୋଇଥାଏ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.