ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ ବିଶ୍ବକପ୍: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଆକ୍ରମଣ ନେଇ ଧମକ ଦେଲା ISIS

ନ୍ୟୁୟର୍କ/ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪କୁ ନେଇ ଖେଳପ୍ରେମୀଙ୍କ ଗହଣରେ ପ୍ରବଳ ଉତ୍ସାହ । ବିଶେଷ କରି ଭାରତ ବନାମ ପାକିସ୍ତାନ ମ୍ୟାଚ୍‌କୁ ଅପେକ୍ଷା କରି ବସିଛନ୍ତି କ୍ରିକେଟ ଫ୍ୟାନ୍ସ । ହେଲେ ଏହାରି ଭିତରେ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନ୍ୟୁୟର୍କର ଲଙ୍ଗ ଆଇଲାଣ୍ଡେରେ ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ISIS ତରଫରୁ ମିଳିଛି ଧମକ । ତେଣୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି । 

ଏକ ଭିଡିଓ ଜରିଆରେ ଇସଲାମିକ ଷ୍ଟେଟ ତରଫରୁ ଧମକ ଦିଆଯାଇଛି । ଭାରତ-ପାକିସ୍ତାନ ମ୍ୟାଚ ଉପରେ ଡ୍ରୋନ ଆକ୍ରମଣ ହେବା ନେଇ ଏହି ଭିଡିଓରେ ଧମକ ଦେଇଛି ଆତଙ୍କୀ ସଂଗଠନ । ଏହାପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥୀ ହୋଚୁଲ ନ୍ୟୁୟର୍କ ପୋଲିସକୁ ସରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଷ୍ଟାଡିୟମ ଏବଂ ନିକଟସ୍ଥ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । 

ସେପଟେ ESPNcricinfo ରିପୋର୍ଟ ଅନୁସାରେ, ଷ୍ଟାଡିୟମକୁ ଆତଙ୍କୀ ଧମକ ମିଳିଥିବା ନେଇ ଆଇସିସି ମୁଖପାତ୍ର କହିଛନ୍ତି, ‘ଆମେ ଏ ବାବଦରେ ଅବଗତ ଅଛୁ। ଇଭେଣ୍ଟରେ ପ୍ରତିଟି ବ୍ୟକ୍ତିଙ୍କ ସୁରକ୍ଷା ଓ ନିରାପତ୍ତା ଆମର ପ୍ରଥମ ପ୍ରାଥମିକତା। ଏଥିପାଇଁ ଆମେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ। ଆୟୋଜକ ଦେଶର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗରେ ରହିଛୁ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଆମେ ସଜାଗ ରହିଛୁ।’

ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ । ଜୁନ୍ ୩ରୁ ୧୨ ମଧ୍ୟରେ ସମ୍ପୂର୍ଣ୍ଣ ଆଠଟି ମ୍ୟାଚ୍ ଆମେରିକାର ନ୍ୟୁୟର୍କ ସହରରେ ଥିବା ଷ୍ଟାଡିୟମରେ ଖେଳାଯିବ । ଏହି ଷ୍ଟାଡିୟମରେ ଜୁନ୍ ୯ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରହିଛି । ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ଆତଙ୍କୀ ହମଲା ନେଇ ଭିଡିଓ ପୋଷ୍ଟ ଯୋଗେ ଧମକ ଦେଇଛି ISIS-k ଆତଙ୍କବାଦୀ ସଂଗଠନ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.