ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚେନ୍ନାଇ ସୁପର କିଙ୍ଗ୍‌ସକୁ ପରାଜିତ କରି ମଧ୍ୟ ପଏଣ୍ଟ ଟେବୁଲର ଶୀର୍ଷ ୪ ରେ ନାହିଁ ଲକ୍ଷ୍ନୌ; ସ୍ଥିତି ବଜାୟ ରଖିଛନ୍ତି ରାଜସ୍ଥାନ- କେକେଆର୍‌

Image source: Cricbuzz

ନୂଆଦିଲ୍ଲୀ,୨୦/୦୪: କେ.ଏଲ୍‌ ରାହୁଲଙ୍କ ଅଧିନାୟକତ୍ବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏପ୍ରିଲ ୧୯ ତାରିଖ ଶୁକ୍ରବାର ଦିନ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୮ ଓ୍ବିକେଟରେ ହରାଇ ଚଳିତ ସିଜିନ୍‌ର ଚତୁର୍ଥ ବିଜୟ ହାସଲ କରିଛି। କିନ୍ତୁ ଏହି ବିଜୟ ପଏଣ୍ଟ ଟେବୁଲ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ସିଏସ୍‌କେକୁ ହରାଇବା ପରେ ବି ଏଲ୍‌ଏସ୍‌ଜି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନ ଭିତରେ ପ୍ରବେଶ କରିପାରିନାହିଁ। ଦଳ ୮ ଅଙ୍କ ସହିତ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ସେହିପରି ଶୁକ୍ରବାର ମ୍ୟାଚ୍‌ ହାରିବା ପରେ ଋତୁରାଜ ଗାଏକଓ୍ବାଡଙ୍କ ସିଏସ୍‌କେ ୩ୟ ସ୍ଥାନରେ ରହିଛି। ଆଇପିଏଲ୍‌ ୨୦୨୪ର ପଏଣ୍ଟ ଟେବୁଲରେ କୋଲକାତା ନାଇ୍‌ଟ୍‌ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗସ୍‌, ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ସବୁ ଦଳ ୮-୮ ଅଙ୍କରେ ବରାବର ରହିଛନ୍ତି। କିନ୍ତୁ ଉତ୍ତମ ରନ୍‌ ରେଟ୍‌ ଅନୁସାରେ ଦଳଗୁଡ଼ିକ ଯଥାକ୍ରମେ ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। 

ଆଇପିଏଲ୍‌ ୨୦୨୪ର ପଏଣ୍ଟ ଟେବୁଲର ଶୀର୍ଷରେ ରାଜ୍‌ କରୁଛି ରାଜସ୍ଥାନ ରୟାଲ୍ସ। ଟିମ୍‌ ୧୨ ଅଙ୍କ ହାସଲ କରି ସବୋର୍ଚ୍ଚ ସ୍ଥାନରେ ରହିଛି। ରାଜସ୍ଥାନ ବ୍ୟତିତ ଅନ୍ୟ କୌଣସି ଦଳ ଦୁଇଅଙ୍କ ହାସଲ କରିପାରିନାହାନ୍ତି। ଏହି ଦଳମାନଙ୍କୁ ପ୍ଳେଅଫ୍‌ ପାଇଁ ଉତିର୍ଣ୍ଣ ହେବାକୁ ହେଲେ ଅତି କମ୍‌ରେ ଆଉ ଦୁଇଟି ମ୍ୟାଚ୍‌ ଜିତିବା ଜରୁରୀ ଅଟେ। 

କେମିତି ଥିଲା ଚେନ୍ନାଇ-ଲକ୍ଷ୍ନୌ ମ୍ୟାଚ୍‌?

ଟସ୍‌ ହାରିବା ପରେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିବା ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ଜାଡ଼େଜାଙ୍କ ଅର୍ଦ୍ଧଶତକ ବଳରେ ୧୭୬ ରନ୍‌ କରିପାରିଥିଲା। ଜାଡ଼େଜା ୪୦ ବଲ୍‌ରେ ୫ ଚୌକା ଏବଂ ଗୋଟିଏ ଛକା ବଳରେ ୫୭ ରନ୍‌ର ଅର୍ଦ୍ଧଶତକୀୟ ସ୍କୋର କରିଥିଲେ। ସେହିପରି ସିଏସ୍‌କେକୁ ଶେଷ ଚକତ୍କାର ସ୍ପର୍ଶ ଦେଇଥିଲେ ମହେନ୍ଦ୍ର ସିଂ ଧୋନୀ। ସେ ୯ ବଲ୍‌ରେ ୩୧୧.୧୧ ଷ୍ଟ୍ରାଇକ ରେଟ୍‌ରେ ୩ ଚୌକା ଓ ୨ଟି ଛକା ବଳରେ ୨୮ ରନ୍‌ର ଧୁଆଁଧାର ପାଳି ଖେଳିଥିଲେ। ଆଉ ଲକ୍ଷ୍ନୌ ଆଗରେ ୧୭୬ ରନ୍‌ର ଟାର୍ଗେଟ ରଖିଥିଲେ। 

୧୭୭ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୧୯ ଓଭରରେ ହାସଲ କରିନେଇଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍। ଦଳ ପକ୍ଷରୁ କେ.ଏଲ୍‌. ରାହୁଲ ଏକ ଦର୍ଶନୀୟ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ   କ୍ବିଣ୍ଟନ୍‌ ଡି କକ୍‌ଙ୍କ ବ୍ୟାଟ୍‌ରୁ ମଧ୍ୟ ବାହାରିଥିଲା ଏକ ଅର୍ଦ୍ଧଶତକ। ଲକ୍ଷ୍ନୌ ମାତ୍ର ଦୁଇଟି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା। ଦଳ ପକ୍ଷରୁ କେ.ଏଲ୍‌ ରାହୁଲ ୫୩ ବଲ୍‌ ଖେଳି ସର୍ବାଧିକ ୩ ଛକା ଓ ୯ ଚୌକା ସହାୟତାରେ ୮୨ ରନ୍‌ କରିଥିବା ବେଳେ କ୍ବିଣ୍ଟନ୍‌ ଡି କକ୍‌ ୪୩ ବଲ୍‌ ଖେଳି ଗୋଟିଏ ଛକା ଓ ୫ଟି ଚୌକା ସହାୟତାରେ ୫୪ ରନ୍‌ ସଂଗ୍ରହ କରିଥିଲେ।

You can also read: ରାହୁଲ ଓ ଡି କକ୍‌ଙ୍କ ଦର୍ଶନୀୟ ଅର୍ଦ୍ଧଶତକ; ୮ ଓ୍ବିକେଟରେ ବିଜୟୀ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.