ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇ ଦିନରେ କୋରାପୁଟ ନିଷ୍ପତ୍ତି; ଆଶା ଆଶଙ୍କାରେ ଆଶାୟୀ, ଲବି ପାଇଁ ସମସ୍ତେ ରାଜଧାନୀରେ

କୋରାପୁଟ/ରାୟଗଡ଼ା, ୨୦।୩: ଆସନ୍ତା ଦୁଇ ଦିନ ମଧ୍ୟରେ କୋରାପୁଟ ଲୋକସଭା ଓ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚୟନ ଉପରେ ଆଲୋଚନା ହେବ । ନବୀନ ନିବାସରେ ଦଳୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନେତୃବୃନ୍ଦଙ୍କ ସହିତ ରୁଦ୍ଧଦ୍ୱାର ବୈଠକ ବସିବ । ଏହାପରେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବ ଓ ନାଁ ଘୋଷଣା କରାଯିବ । ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକ୍‌କା ଏହି ସୂଚନା ଦେଇଛନ୍ତି । ୨୦୧୯ରେ କୋରାପୁଟ ଲୋକସଭାରେ କଂଗ୍ରେସର ସପ୍ତଗିରି ଶଙ୍କର ଉଲାକା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଲୋକସଭା କ୍ଷେତ୍ର ଅନ୍ତର୍ଗତ ୫ଟି ବିଧାନସଭା କୋରାପୁଟ, ପଟ୍ଟାଙ୍ଗି, ଲକ୍ଷ୍ମୀପୁର, କୋଟପାଡ଼, ବିଷମକଟକ ଓ ଗୁଣପୁରରେ ବିଜେଡି ବିଧାୟକ ରହିଛନ୍ତି । 

ଜୟପୁରରେ କଂଗ୍ରେସ ଏବଂ ରାୟଗଡ଼ାରେ ସ୍ୱାଧୀନ ବିଧାୟକ ଅଛନ୍ତି । ଏହି ଲୋକସଭା ଆସନରେ ଗତ ଥର ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍‌କାଙ୍କ ନାଁ ଚର୍ଚ୍ଚାରେ ରହିଛି । କୋରାପୁଟରେ ବିଜେଡିର ରଘୁନାଥ ପଡ଼ାଲ ବିଧାୟକ ଅଛନ୍ତି । ଏଠାରେ ଦଳୀୟ ସଂଗଠନ ଦୁର୍ବଳ ଥିବାରୁ ଏକାଧିକ ଆଶାୟୀ ମୁଣ୍ଡ ଟେକିଛନ୍ତି । ବିଜେଡି ନେତା ଡମ୍ବରୁ ନାଏକ, ଟି କିରଣ କୁମାର, ତ୍ରିନାଥ ପାତିକା ପ୍ରମୁଖ ଏଠାରେ ଆଶାୟୀ ରହିଛନ୍ତି । ଲକ୍ଷ୍ମୀପୁରରେ ବିଜେଡି ବିଧାୟକ ରହିଛନ୍ତି ପ୍ରଭୁ ଜାନୀ । ଏଠାରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଶଙ୍କର ସାଉନ୍ତା, କୁମୁଦ ସାଉନ୍ତା ପ୍ରମୁଖ ଆଶାୟୀ ରହିଛନ୍ତି । ପଟ୍ଟାଙ୍ଗି ଆସନରେ ବିଜେଡି ବିଧାୟକ ପୀତମ୍‌ ପାଢ଼ୀ ବିଧାୟକ ରହିଛନ୍ତି । 

ତଥାପି ଏହି ଆସନ ପାଇଁ ଜିଲ୍ଲାପରିଷଦ ସଭ୍ୟ ଲଇଚନ ଖରା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗିଙ୍କ ନାଁ ଚର୍ଚ୍ଚାରେ ରହିଛି । ଜୟପୁର ଆସନରେ କଂଗ୍ରେସର ତାରାପ୍ରସାଦ ବାହିନୀପତି ବିଧାୟକ ରହିଛନ୍ତି । ଏହି ଆସନ ପାଇଁ ବିଜେଡିରୁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ତାଙ୍କ ସ୍ତ୍ରୀ ଇନ୍ଦିରା ନନ୍ଦ, ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ ସୁବାସ ରାଉତଙ୍କ ନାଁ ଦଳୀୟ ମହଲରେ ଆଲୋଚନାରେ ରହିଛି । ରାୟଗଡ଼ାରେ ସ୍ୱାଧୀନ ବିଧାୟକ ରହିଛନ୍ତି ମକରନ୍ଦ ମୁଦୁଲି । ୨୦୧୯ରେ ସେ ସ୍ୱାଧୀନ ଭାବେ ବିଜୟୀ ହୋଇଥିଲେ ବି ବିଜେଡିକୁ ସମର୍ଥନ କରୁଛନ୍ତି । ଏହି ଆସନ ପାଇଁ ସେ ଆଶାୟୀ ରହିଛନ୍ତି । 

ଏଥିସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ ଓ ନବାଗତା ରୀନାରାଣୀ ସାଉନ୍ତା ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ରହିଛି । ଗୁଣପୁରରେ ବିଜେଡିର ରଘୁନାଥ ଗମାଙ୍ଗ ରହିଛନ୍ତି ବିଧାୟକ । ଏଠାରେ ପଦ୍ମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ମାଝୀ ଆଶାୟୀ ରହିଛନ୍ତି । ବିଷମକଟକ ଆସନରେ ବିଜେଡିର ଜଗନ୍ନାଥ ସାରକା ବିଧାୟକ ରହିଛନ୍ତି । ସେ ରାଜ୍ୟ ଆଇନ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରହିଛନ୍ତି । ପୂର୍ବରୁ ଆଶାୟୀ ଥିବା ଜଗନ୍ନାଥ ନୁଣ୍ଡୃକା ବିଜେପିରେ ଯୋଗ ଦେବା ପରେ ଜଗନ୍ନାଥଙ୍କ ପାଇଁ ରାସ୍ତା ସଫା ରହିଥିବା କୁହାଯାଉଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.