ପ୍ରମୂଖ ଖବର
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଦୋହଲିଲା ଲେବାନନର ରାଜଧାନୀ ବେରୁଟ, ସିରିଏଲ ବିସ୍ଫୋରଣରେ ୮ ମୃତ, ୩ ହଜାରରୁ ଅଧିକ ଆହତ...

ନୂଆଦିଲ୍ଲୀ: ହିଜବୁଲ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ । ଇସ୍ରାଏଲ ହିଜବୁଲ ଉପରେ ଏକ ବିରାଟ 'ପେଜର୍ଷ୍ଟ୍ରାଇକ୍ କରିଛି । ମଙ୍ଗଳବାର ଲେବାନନର ରାଜଧାନୀ ବେରୁଟରେ ହଠାତ୍ ଏକାଧିକ ଲୋକଙ୍କ ହାତରେ ଥିବା ପେଜରରେ ବିସ୍ଫୋରଣ ହୋଇଛି । ଏହି ଆକ୍ରମଣରେ  ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । କୁହାଯାଉଛି ଯେ ଆହତଙ୍କ ମଧ୍ୟରେ ଲେବାନନରେ ନିଯୁକ୍ତ ହୋଇଥିବା ଇରାନର ରାଷ୍ଟ୍ରଦୂତ ଅଛନ୍ତି ।

ରିପୋର୍ଟ ଅନୁଯାୟୀଏହି ବିସ୍ଫୋରଣ ପେଜରର ସଫ୍ଟୱେର୍ ହ୍ୟାକ୍ କରି କରାଯାଇଛି । ବର୍ତ୍ତମାନ ସୁଦ୍ଧା  ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ମଧ୍ୟରେ ଜଣେ ସାଂସଦଙ୍କ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ଏହା ସହିତ ଲେବାନନରେ ନିଯୁକ୍ତ ହୋଇଥିବା ଇରାନର ରାଷ୍ଟ୍ରଦୂତଙ୍କ ସମେତ  ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଶ୍ବର ସବୁଠୁ ବଡ ସିରିଏଲ ବିସ୍ଫୋରଣ କୁହାଯାଉଥିବା ଏହି ଆକ୍ରମଣ ପାଇଁ ନିଜକୁ ଏପର୍ଯ୍ୟନ୍ତ କେହି ଦାୟୀ କରିନାହାନ୍ତି । କିନ୍ତୁ ଏହି ପ୍ରସଙ୍ଗରେ ଇସ୍ରାଏଲ ଉପରେ ସନ୍ଦେହ ସୃଷ୍ଟି ହେଉଛି ।

ଖବର ଅନୁଯାୟୀ, ସିରିଏଲ ବିସ୍ଫୋରଣରେ ଆହତ ହୋଇଥିବା ଅଧିକାଂଶ ଲୋକ ଆତଙ୍କବାଦୀ ସଂଗଠନ ହିଜବୁଲ ସହ ଜଡିତ । ଇସ୍ରାଏଲ ସହିତ ଚାଲିଥିବା ସାମରିକ ବିବାଦ ମଧ୍ୟରେ ଏହାର ଲୋକମାନଙ୍କର ଅବସ୍ଥାନକୁ ରକ୍ଷା କରିବା ପାଇଁ ହିଜବୁଲ ଚାରିମାସ ପୂର୍ବରୁ ଜୋର୍ଡାନରୁ ବହୁ ପରିମାଣର ପେଜର୍ କିଣି ଏହାକୁ ନିଜ କ୍ୟାଡର ମଧ୍ୟରେ ବଣ୍ଟନ କରିଥିଲା । ସଂଗଠନ ସହ ଜଡିତ ସମସ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମୋବାଇଲ୍ ଫୋନରେ କୌଣସି ପ୍ରକାର ଚାଟ୍ ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସମସ୍ତ ବାର୍ତ୍ତା ପେଜର୍ ମାଧ୍ୟମରେ ହେଉଥିଲା । 

ଖବର ଅନୁଯାୟୀଆଜି ସନ୍ଧ୍ୟାରେ ଲେବାନାନର ରାଜଧାନୀ ବେରୁଟ ସମେତ ସମଗ୍ର ଦେଶରେ ହିଜବୁଲ କ୍ୟାଡରଙ୍କ ପେଜରରେ ଏକକାଳୀନ ଏକ ମେସେଜ୍ ପହଞ୍ଚିଥିଲା। ମେସେଜ ଦେଖିବା ମାତ୍ରେ ସେ ଏହାକୁ ଟର୍ନ୍ ଅନ୍ କରିବା ମାତ୍ରେ ପେଜର୍ ହଠାତ୍ ଏକ ଜୋରରେ ଶବ୍ଦ କରିବାକୁ ଲାଗିଲା । ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହି ପ୍ରମୁଖ ଆକ୍ରମଣ ପେଜରର ସଫ୍ଟୱେର୍ ହ୍ୟାକ୍ କରି ଏକ ସମୟରେ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.