ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ୍‌ ୨୦୨୪: ପଞ୍ଜାବକୁ ୨୧ ରନ୍‌ରେ ହରାଇଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌

Image Courtesy: espncricinfo

ଲକ୍ଷ୍ନୌ: ବ୍ୟାଟିଂ ପରେ ବୋଲିଂରେ ଦମଦାର ପ୍ରଦର୍ଶନ ଦେଖାଇଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ।   ପଞ୍ଜାବ କିଙ୍ଗ୍ସକୁ ୨୧ ରନ୍‌ରେ ହରାଇଲା ଲକ୍ଷ୍ନୌ । ଶିଖର ଧାଓ୍ବାନଙ୍କ ୭୦ ରନ୍‌ ବେକାର ଯାଇଛି । ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ପଞ୍ଜାବ ୧୭୮ ରନ୍‌ରେ ଅଟକି ଯାଇଛି । ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶିଖର ଧାଓ୍ବନଙ୍କ ନେତୃତ୍ବାଧୀନ ପଞ୍ଜାବ ପରାଜୟ ବରଣ କରିଛି । ଏହା ସହ ଚଳିତ ଆଇପିଏଲରେ ୩ଟି ମ୍ୟାଚ୍‌ରେ ଦୁଇଟିରେ ପରାସ୍ତ ହୋଇଛି ପଞ୍ଜାବ । ସେହିଭଳି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ଦୁଇଟି ମ୍ୟାଚ୍‌ ଖେଳିଥିବା ବେଳେ ପଞ୍ଜାବ ବିପକ୍ଷରେ ବିଜୟ ହାସଲ କରିଛି । 

ଆଜି ଘରୋଇ ମଇଦାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା  । ପ୍ରଥମେ ବ୍ୟାଟିଂ କରି ଦଳ ୮ ଓ୍ଵିକେଟ୍ ବିନିମୟରେ ୧୯୯ ରନର ବିଶାଳ ସ୍କୋର କରିଥିଲା । କ୍ଵିଣ୍ଟନ ଡି କକ ୫୪ ରନ କରିଥିବା ବେଳେ କୃଣାଲ ପାଣ୍ଡ୍ୟା ଅପରାଜିତ ୪୩ ରନ ଓ ନିକୋଲାସ ପୂରନ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପଞ୍ଜାବ ସମ୍ମୁଖରେ ଥିଲା ୨୦୦ ରନର ବିଜୟ ଲକ୍ଷ୍ୟ । ହେଲେ ପଞ୍ଜାବର ଓପନର ଯୋଡି ବେଶ ଭଲ ପ୍ରଦର୍ଶନ କରିଥିଲେ ହେଁ ଶେଷରେ ଦଳ ୨୧ ରନ୍‌ରେ ପରାସ୍ତ ହୋଇଛି ।

ଲକ୍ଷ୍ନୌ ପକ୍ଷରୁ ପଦାର୍ପଣ କରିଥିବା ମୟଙ୍କ ଯାଦବ ୨୭ ରନ ଦେଇ ୩ଟି ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗ୍ସ ଦମଦାର ଆରମ୍ଭ କରିଥିଲା। ଦୁଇ ଓପନର ଅଧିନାୟକ ଶିଖର ଧାଓ୍ଵନ ଓ ଜୋନି ବେୟାରଷ୍ଟୋ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଲକ୍ଷ୍ନୌ ବୋଲରଙ୍କୁ ନିରାଶ କରିଥିଲେ। ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ତେବେ ମୟଙ୍କ ଯାଦବ ବେୟାରଷ୍ଟୋଙ୍କୁ ଆଉଟ୍ କରି ଦଳକୁ ବଡ ସଫଳତା ଦେଇଥିଲେ। ବେୟାରଷ୍ଟୋ ୨୯ ବଲ୍‌ରୁ ୩ଟି ଚୌକା ଓ ୩ଟି ଛକା ସହ ୪୨ ରନ କରି ଆଉଟ୍ ହୋଇଥିଲେ। ୧୧.୪ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇ ୧୦୨ ରନ କରିଥିଲେ ହେଁ ପଞ୍ଜାବ ରନ ଗତି ଧିମେଇ ଯାଇଥିଲା । 

ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ମଧ୍ୟକ୍ରମରେ ପ୍ରଭସିମରନ ସିଂ ୧୯ ରନ, ଜିତେଶ ଶର୍ମା ୬ ରନ କରି ନିରାଶ କରିଥିଲେ। ଧାଓ୍ଵନ ୫୦ ବଲରୁ ୭ ଚୌକା ଓ ୩ ଛକା ସହ ୭୦ ରନ କରି ଆଉଟ୍ ହେବା ସହ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା। ଶେଷ ଆଡ଼କୁ ଲିୟାମ ଲିଭିଙ୍ଗଷ୍ଟୋନ ଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା। ଲିୟାମ ୧୭ ବଲରୁ ୨୮ ରନ କରି ଅପରାଜିତ ରହିଥିଲେ। ଶେଷରେ ପଞ୍ଜାବ ୫ ଓ୍ଵିକେଟ୍ ହରାଇ ୧୭୮ ରନ କରି ପାରିଥିଲା। 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.