ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୀମାନ୍ତରୁ ଜଣେ ମାଓବାଦୀ ଗିରଫ

ମାଲକାନଗିରି : ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ଥାନା ଅଞ୍ଚଳରେ ମାଓ ସଙ୍ଗଠନରେ ଜଡ଼ିତ ଥିବା ଜଣେ ବ୍ୟକ୍ତିକୁ , ଦାନ୍ତେୱାଡା ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଲଗାତାର ସୁରକ୍ଷାକର୍ମୀଙ୍କ କମ୍ବୀ ଅପେରସନ ଏବଂ ପାଟ୍ରୋଲିଂ ଚାଲିଥିବା ବେଳେ ଦାନ୍ତେୱାଡ଼ା ଜିଲ୍ଲାର କଟେକଲ୍ୟାଣ ଥାନା ଅନ୍ତର୍ଗତ ନଦେନାର ଗ୍ରାମରେ ଥିବା ସିଏଏଫ କ୍ୟାମ୍ପ ଅଞ୍ଚଳରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ବୁଲୁ ଥିବା ନେଇ ସୂଚନା ମିଳିଥିଲା। ଏହାପରେ ଦାନ୍ତେୱାଡା ପୁଲିସ ଏବଂ ସୁରକ୍ଷାକର୍ମୀ ତାକୁ ଘେରାବନ୍ଦୀ କରି ଗିରଫ କରିଥିଲେ।

ଗିରଫ ବ୍ୟକ୍ତିଙ୍କ ନାଁ ହଡ଼ମା କାୱାସୀ ହୋଇଥିବା ବେଳେ ତାଙ୍କୁ ପଚରାଉଚରା କରିବା ପରେ ସେ ଜଣେ ମାଓବାଦୀ ବୋଲି ସ୍ଵୀକାର କରି ଥିଲେ। ଦାନ୍ତେୱାଡା ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ହଡ଼ମା କାୱାସୀ ୨୦୧୯ ଠାରୁ ମାଓ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିବା ଦାନ୍ତେୱାଡା ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ସେହି ଆଧାରରେ ପୁଲିସ ଏବଂ ସୁରକ୍ଷାକର୍ମୀ ତାଙ୍କ ଉପସ୍ଥିତିର ଖବର ପାଇ ହଡ଼ମା କାୱାସୀକୁ ପଚରାଉଚରା କରିବା ପରେ ପୁଲିସ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.