ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

ଦେଶରେ ହିଟ୍‌ଓ୍ବେଭ୍‌ର ପ୍ରଭାବ; ଗୁଳୁଗୁଳିରେ କଲବଲ ‌ଜନଜୀବନ, ପର୍ଯ୍ୟଟନ-ବୃତ୍ତି ବେଉଷା ପ୍ରଭାବିତ ଆଶଙ୍କା

Image source: Jagran

ନୂଆଦିଲ୍ଲୀ,୨୯/୦୪: ସମ୍ପ୍ରତ୍ତି ଦେଶ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦେଇ ଗତି କରୁଛି। ଦେଶର ଅନେକ ରାଜ୍ୟରେ ହିଟ୍‌ ଓ୍ବେଭ୍‌ ମଧ୍ୟ ବିପଦ ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ଏ ସମ୍ପର୍କରେ ରେଡ୍ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ଖରାରେ ବାହାରକୁ ଛାଡ଼ନ୍ତୁ ନାହିଁ। ଆସନ୍ତା ପାଞ୍ଚ ଦିନ ମଧ୍ୟରେ ୧୨ ଟି ଜିଲ୍ଲା ପାଇଁ ଆଇଏମ୍‌ଡି ସର୍ବାଧିକ ତାପମାତ୍ରା ସତର୍କ ସୂଚନା ଜାରି କରିଛି। ଆଉ ଏହି ହିଟ୍‌ ଓ୍ବେଭ୍‌ର ପ୍ରଭାବ ଏବେ ବୃତ୍ତି ବେଉଷା ଉପରେ ପଡ଼ୁଥିବା ବେଳେ ଅନେକ ରାଜ୍ୟର ପର୍ଯ୍ୟଟନକୁ ବି ପ୍ରଭାବିତ କରୁଛି। 

ଖରା ଯୋଗୁଁ ପର୍ଯ୍ୟଟକମାନେ କେରଳ ଭଳି ରାଜ୍ୟକୁ ବି ଯିବାକୁ ନାରାଜ। ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୪୦% ହ୍ରାସ ଘଟିଛି। ପାଣିପାଗ ବିଭାଗ ଅନୁଯାୟୀ ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ରାଜସ୍ଥାନରେ ମଧ୍ୟ ପ୍ରବଳ ଖରାର ପ୍ରଭାବ ଦେଖିବାକୁ ମିଳୁଛି। ଗତକାଲି ସେଠାରେ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ କରାଯାଇଥିଲା, ଯେଉଁ କାରଣରୁ ଲୋକଙ୍କୁ ଅସହ୍ୟ ଖରାର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ପରିସ୍ଥିତିରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସେଠାକାର ପର୍ଯ୍ୟଟନ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ପାଣିପାଗ ବିଭାଗ ଅନୁଯାୟୀ, ବର୍ତ୍ତମାନ କେରଳର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ, ଯାହା ସାଧାରଣ ତାପମାତ୍ରା ଠାରୁ ୪ ରୁ ୫ ଡିଗ୍ରୀ ଅଧିକ ଅଟେ। ଗୋଟିଏ ଦିନ ପୂର୍ବରୁ ପାଲକ୍କଡରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା, ଯାହା ଗତ ୧୦୦ ବର୍ଷ ମଧ୍ୟରେ ରାଜ୍ୟରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ଅଟେ। ବିଭାଗ ଅନୁଯାୟୀ, ୨୦୧୬ ମସିହାରେ ଏହି ତାପମାତ୍ରା ୪୧.୯ ରେକର୍ଡ କରାଯାଇଥିଲା। ତେବେ ଏପ୍ରିଲ ମାସରୁ ଏପରି ଅସହ୍ୟ ଖରାରେ ଲୋକେ ଜୁଝି ହେଉଥିବା ବେଳେ ମେ' ମାସ ବେଳକୁ ତାପମାତ୍ରା କେତେ ପହଞ୍ଚିବ ତାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.