ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୃଷ୍ଣପ୍ରସାଦରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନୀତିନ ଗଡଗରୀ, ଅଞ୍ଚଳବାସୀଙ୍କ ସ୍ଵପ୍ନ ସାକାର କରିବାକୁ ଦେଲେ ପ୍ରତିଶ୍ରୁତି

କୃଷ୍ଣପ୍ରସାଦ,୯।୫,ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚାରିଛକ ନିକଟସ୍ଥ ଖେଳପଡିଆରେ ବିଜେପି ତରଫରୁ ବିଜୟ ସେତୁ ସଂକଳ୍ପ ସମାବେଶ ଗୁରୁବାର  ଅନୁଷ୍ଠିତ ହୋଇଯାଇଛି | ସମାବେଶରେ କେନ୍ଦ୍ର ସଡକ ପରିବହନ ଓ ଜଳପଥ ମନ୍ତ୍ରୀ ନିତିନ ଗଡକରି ଯୋଗଦେଇ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ସାକାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି 

ଚାରିଛକ ଖେଳ ପଡିଆରେ ଆୟୋଜିତ ବିଜୟ ସେତୁ ସଂକଳ୍ପ ସମାବେଶରେ  ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି  କହିଥିଲେ ଓଡିଶାବାସୀଙ୍କ ବିକାଶ ଦିଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଛି।  ୨୦୧୪ ମସିହାରେ କୃଷ୍ଣପ୍ରସାଦ ଗସ୍ତରେ ଆସି ଚିଲିକା ଦ୍ଵିପାଞ୍ଚଳରେ ଥିବା ଅଞ୍ଚଳବାସୀଙ୍କ ଦୁଃଖ ଓ ପୂର୍ବ ଅନୁଭୂତିକୁ ମନେ ପକାଇ ଅଞ୍ଚଳବାସୀଙ୍କ ସମସ୍ଯା ଓ ବିକାଶ ଦିଗରେ ଗୁରୁତ୍ଵ ଦେବେ ବୋଲି କହିଥିଲେ | ପୁରୀ ଲୋକସଭା ସାଂସଦ ପାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟିକା ପାର୍ଥୀ ଉପାସନା ମହାପାତ୍ରଙ୍କ ଉପରେ ଅଞ୍ଚଳବାସୀ ଭରସା କରି ବହୁ ମାତ୍ରାରେ ଯୋଗ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥି ସହ ପ୍ରଗତି ଦିଗରେ ଦୃଷ୍ଟି ଦେବେ ବୋଲି କହିଥିଲେ | ଚିଲିକାରେ ବ୍ରିଜ ନିର୍ମାଣ ନିମନ୍ତେ ଡିପିଆର ପ୍ରସ୍ତୁତ କରାଯାଇଥିବା ବେଳେ ଆଗାମୀ ୫ ବର୍ଷ ମଧ୍ୟରେ ଅଞ୍ଚଳବାସୀଙ୍କ ଦୁଃଖ ଦୂର ହେବ ବୋଲି କହିବା ସହ ବହୁ ମାତ୍ରାରେ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଜିତାଇବାକୁ କହିଥିଲେ | 

ବ୍ଲକ ମଣ୍ଡଳ ସଭାପତି ଦୀନବନ୍ଧୁ ଜେନାଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା | ବରିଷ୍ଠ ସଭ୍ଯ ରଘୁନାଥ ବଡୁ, କେଳୁ ଚରଣ ଜେନା ଯୋଗଦେଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ଓଡିଶାର ଦିବଙ୍ଗତ ନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ଯାଧର ମହାପାତ୍ରଙ୍କ ଅବିସ୍ମରଣୀୟ କୀର୍ତ୍ତି ଓ ଅଭୂଲା ସ୍ମୃତି ସମ୍ପର୍କରେ ଉଦବୋଧନ ଦେଇଥିଲେ |  

ଶ୍ରୀମତୀ ମହାପାତ୍ର କହିଥିଲେ କି ସ୍ଵର୍ଗତ ପିତାଙ୍କ ଆଶୀର୍ବାଦ ଓ ଅଞ୍ଚଳବାସୀଙ୍କ ସ୍ନେହ ଭଲପାଇବା, କେନ୍ଦ୍ର ଓ ରାଜ୍ୟ ନେତୃମଣ୍ଡଳୀ ଆସ୍ଥା ପ୍ରକଟ କରି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବିଧାୟିକା ପାର୍ଥି ଭାବେ ଦାୟିତ୍ଵ ଦେଇଥିବାରୁ ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ | ଅଞ୍ଚଳବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ନିମନ୍ତେ ଚେଷ୍ଟା ଜାରି ରହିବ।  ଚିଲିକାରେ ବ୍ରିଜ ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ସାକାର ହେବେ ବୋଲି କହିଥିଲେ | ସାଂସଦ ପାର୍ଥୀ ସମ୍ବିତ ପାତ୍ର କହିଥିଲେ କି ନିର୍ବାଚନି ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକବାସୀଙ୍କ ପାଇଁ ଚିଲିକା ବିପଦ ସାବ୍ୟସ୍ତ ହୋଇଛି | ଯାତାୟତ ସମସ୍ଯା ଯୋଗୁଁ ଗର୍ଭବତୀ ପ୍ରସୂତି, ରୋଗାଗ୍ରସ୍ତ ଓ  ସଦର ମହକୁମା ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯାତାୟତ ନିମନ୍ତେ ଜହ୍ନିକୁଦା ଠାରୁ ସାତପଡା ଦୀର୍ଘ ୫ କିଲୋମିଟର ଚିଲିକା ବିପଦ ସାବ୍ୟସ୍ତ ହୋଇଥିବା ବେଳେ ରାତିରେ ଚିଲିକା ପାର ହେବା ଅସମ୍ଭବ ହୋଇପଡୁଛି । ଚିଲିକା ଟାପୁ ମଧ୍ୟରେ ଥିବା ମଏଁସା ଓ ବ୍ରହ୍ମପୁର ଦୁଇ ମତ୍ସ୍ୟଜୀବୀ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହୋଇ ଜୀବିକା ନିର୍ବାହ କରୁଥିବା ବେଳେ ଜରୁରୀକାଳୀନ ସେବାରୁ ବଞ୍ଚିତ ରହୁଛନ୍ତି | ଲକ୍ଷାଧିକ ଜନସାଧାରଣ ବିଶିଷ୍ଟ କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ସମସ୍ଯା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇ ସାତପଡା ଠାରୁ ବ୍ରହ୍ମପୁର ଓ ମଏଁସା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତାକୁ ସଂଯୋଗୀକରଣ ନିମନ୍ତେ ସହମତି ଦେଇଥିବାରୁ କୃତଜ୍ଞ ବୋଲି କହିଥିଲେ | କେନ୍ଦ୍ର ସରକାର କଥାରେ ନୁହେଁ କାମରେ କରି ଦେଖାନ୍ତି ବୋଲି କହି ଥିଲେ |  ସାତପଡା – ଜହ୍ନିକୁଦା ସେତୁ ନିର୍ମାଣ କମିଟି ସଭାପତି ଅଭିମନ୍ୟୁ ଜେନା,୩୫ ମୌଜା କମିଟି ସମ୍ପାଦକ ମନୋଜ ସାହୁ,ସୁରେନ୍ଦ୍ର ନାଥ ମାଝୀ ପ୍ରମୁଖ ସଭ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.