ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାରା ଦେଶରେ ୫୦୦ ରୁ ଅଧିକ ରେଲଓ୍ବେ ଷ୍ଟେସନର ହେବ ପୁନଃବିକାଶ, ପିଏମ୍ ମୋଦି କଲେ ଶିଳାନ୍ୟାସ

ନୂଆଦିଲ୍ଲୀ,୨୬।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ଜରିଆରେ ସୋମବାର ସାରା ଦେଶରେ ୨ହଜାର ରେଳ ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହା ଅନୁସାରେ, ସାରା ଦେଶରେ ଅମୃତ ଭାରତ ଷ୍ଟେସନ୍  ଅନ୍ତର୍ଗତ ୫୫୦ ରୁ ଅଧିକ ଷ୍ଟେସନ୍‌ର ପୁଃନବିକାଶ କରାଯିବ। ଏଥିରେ ପୂର୍ବ ମଧ୍ୟ ରେଳର ୩୮ ଷ୍ଟେସନ୍‌ରୁ ବିହାରରେ ୨୨, ଝାଡଖଣ୍ଡରେ ୧୪ ଓ ଉତ୍ତର ପ୍ରଦେଶରେ ୩ଟି ଷ୍ଟେସନ୍‌ ରହିଛି। ଏହାଛଡା ସାରାଦେଶରେ ୧୫୮୫ରୁ ଅଧିକ ନବ ନିର୍ମିତ ରୋଡ ଓଭର ବ୍ରିଜ୍ ଓ ଆରୟୁବି/ ଏଲଏଚଏସ୍‌ର ଲୋକାର୍ପଣ ମଧ୍ୟ କରିଛନ୍ତି। ଯେଉଁଥିରେ ପୂର୍ବ ମଧ୍ୟ ରେଳ ଅନ୍ତର୍ଗତ ଆସୁଥିବା ବିଭିନ୍ନ ରେଳ ଷ୍ଟେସନ୍‌ର ବିକାଶ ଯୋଜନା ମଧ୍ୟ ରହିଛି। 

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ରେଲଓ୍ବେ ସମ୍ପର୍କିତ ୨୦୦୦ ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯାଇଛି। ଏହା ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଜୁନ୍‌ରୁ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଯେଉଁ ପରିମାଣ ଓ ଗତିରେ କାମ କରିବା ଆରମ୍ଭ କରିଛି ତାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଅଟେ।’ 

ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଅମୃତ ଭାରତ ଷ୍ଟେସନ୍‌ ଯୋଜନା’ ଅନୁସାରେ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରର ପୂର୍ବ ରେଳ କ୍ଷେତ୍ରାଧିକାରରେ ୨୮ ଷ୍ଟେସନ୍‌ର ପୁନଃବିକାଶର ଆଧାରଶିଳା ରଖିଛନ୍ତି। ସେ କହିଛନ୍ତି, ଏହା ସେହି ୫୫୦ରୁ ଅଧିକ ରେଲଓ୍ବେ ଷ୍ଟେସନ୍‌ରେ ରହିଛି, ଯେଉଁଠି ପିଏମ୍‌ ଯୋଜନା ଅନୁସାରେ, ସୁବିଧାରେ ସୁଧାର ପାଇଁ ଆଧାରଶିଳା ରଖାଯାଇଛି। ଉଲ୍ଲେଖନୀୟ ଯେ, ୨୮ ଷ୍ଟେସନ୍‌ରୁ ୧୭ ପଶ୍ଚିମବଙ୍ଗ, ୭ଟି ଝାଡଖଣ୍ଡ ଓ ଚାରୋଟି ବିହାରର ରହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.