ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

‘ଲାହୋର ଯାଇ ଚେକ୍ କରିକି ଆସିଛି ପାକିସ୍ତାନର ଶକ୍ତି କେତେ, ସେଠାର ରିପୋର୍ଟର କହିଲେ...ହାଏ ଆଲ୍ଲା ...

ନୂଆଦିଲ୍ଲୀ,୨୩।୬: କଂଗ୍ରେସ ନେତା ମଣିଶଙ୍କର ଅୟର ଗତ କିଛି ଦିନ ହେବ କହିଥିଲେ, ପାକିସ୍ତାନ ଇଜ୍ଜତ କରିବା ଦରକାର। କାରଣ ତାଙ୍କ ପାଖରେ ଆଟମ ବମ୍ ରହିଛି। ଏହାକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଜାଦାର ଜବାବ୍ ଦେଇଛନ୍ତି।ସେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ତାଙ୍କ ଶକ୍ତି ମୁଁ ନିଜେ ଲାହୋର ଯାଇ ଚେକ୍ କରିକି ଆସିଛି। ସେଠାର ଜଣେ ରିପୋର୍ଟର କହିଥିଲେ, ହାଏ ଆଲ୍ଲା ତୌବା, ହାଏ ଆଲ୍ଲା ତୌବା। ଏ ବିନା ଭିସାରେ ପାକିସ୍ତାନ କିପରି ପଳାଇ ଆସିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନକୁ କାହିଁକି ଆମେ ଡରିବା ? ଅତୀତରେ ସେ ହିଁ ଆମ ଦେଶର ଅଂଶ ଥିଲା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଭାବରେ ୨୦୧୫ ର ସେହି ଘଟଣା ବିଷୟରେ ଆଲୋଚନା କରିଛନ୍ତି, ଯେତେବେଳେ ସେ ହଠାତ ଲାହୋର ଯାଇଥିଲେ। ପିଏମ୍‌ ନରେନ୍ଦ୍ର ମୋଦି ଆଫଗାନିସ୍ତାନରୁ ଫେରିବା ବେଳେ ଲାହୋରରେ ଓହ୍ଲାଇଥିଲେ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କୁ ଭେଟିଥିଲେ। ତାଙ୍କର ଏହି ଯାତ୍ରା ୨୫ ଡିସେମ୍ବରରେ ହୋଇଥିଲା, ସେ ଦିନ ସରିଫ୍‌ଙ୍କ ଜନ୍ମଦିନ ଥିଲା।  ପ୍ରଧାନମନ୍ତ୍ରୀ ମୋଦି ନିଜ ଯାତ୍ରା ବେଳେ ସରିଫ୍‌ଙ୍କ ମା’ଙ୍କୁ ଉପହାର ମଧ୍ୟ ଦେଇଥିଲେ। ତାଙ୍କର ଏହି ଯାତ୍ରାର ଖୁବ୍ ଚର୍ଚ୍ଚା ହେଉଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ହଠାତ ଗସ୍ତକୁ ପାକିସ୍ତାନ ସହିତ ସମ୍ପର୍କକୁ ସୁଧାରିବା ଦିଗରୁ ଦେଖାଯାଇଥିଲା।

ତେବେ ପଠାନକୋଟ୍, ଉରି ଓ ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ଭିତରେ ସମ୍ପର୍କ ସୁଧୁରି ପାରିନଥିଲା। ଏହାପରେ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଉଲ୍ଲେଖନୀୟ ଯେ, ଆଜି ଇଣ୍ଟରଭ୍ୟୁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ମଣିଶଙ୍କର ଆୟରଙ୍କ ବୟାନ ଉପରେ ଜବାବ ଦେଇ ସାରିଛନ୍ତି। ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଂଗ୍ରେସର ଲୋକ ପାକିସ୍ତାନର ଇଜ୍ଜତ କରିବା ଓ ଡରିବା କଥା କହୁଛନ୍ତି। ଆମେ ତାଙ୍କୁ ଚୁଡି ପିନ୍ଧାଇ ଦେବୁ। ଆମେ ଶେଷରେ ପାକିସ୍ତାନକୁ କାହିଁକି ଡରିବା। ଉଲ୍ଲେଖନୀୟ ଯେ, ଲୋକସଭା ନିର୍ବାଚନ ୨୦୨୪ ପ୍ରଚାରରେ ପାକିସ୍ତାନକୁ ମଧ୍ୟ ବହୁବାର ସମାଲୋଚନା ହୋଇସାରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.