ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ପ୍ରଣବ

ପୁରୀ ୨୮/୩ : ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ। ଗୁରୁବାର ସକାଳୁ ସେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଗାଡି ରଖି ଚାଲିଚାଲି ସିଂହ ଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। ଅରୁଣସ୍ତମ୍ଭ ନିକଟରେ ରାଜ୍ୟସଭା ପ୍ରାର୍ଥୀ ସୁବାଶିଷ ଖୁଣ୍ଟିଆ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଥିଲେ। 

ଗତକାଲି  ବିଜେଡି ସୁପ୍ରିମୋ ପ୍ରଥମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସଙ୍କ ନାମ ଘୋଷଣା କରାଯାଇଛି। ଯାହାଫଳରେ ପ୍ରଣବ ପ୍ରକାଶ ଦାସ ଗୁରୁବାର ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି। ଶ୍ରୀମନ୍ଦିରର ବେଢା ପରିକ୍ରମା କରିଛନ୍ତି। ତେବେ ଗଣମାଧ୍ୟମଙ୍କୁ କୌଣସି ମନ୍ତବ୍ୟ ଦେଇନଥିବା ସୂଚନା ମିଳିଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.