ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୭ ସୁଦ୍ଧା ଫାଇଲେରିଆ ନିରାକରଣ ପାଇଁ ପ୍ରସ୍ତୁତି, ଘର ଘର ବୁଲି ଔଷଧ ଖାଇବାକୁ ଦିଆଯିବ

ଭୁବନେଶ୍ୱର, ୬।୦୨: ବାତଜ୍ୱର ନିରାକରଣ ପାଇଁ ଆସନ୍ତା ୧୦ ତାରିଖରୁ ୧୦ଦିନ ବ୍ୟାପି ସାମୂହିକ ଔଷଧ ସେବନ (ଏମ୍‌ଡିଏ) କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ ଓ ରାୟଗଡ଼ା ଆଦି ୭ ଜିଲ୍ଲାରେ କାର୍ଯ୍ୟକ୍ରମ ଜାରି ରହିବ । ବିଶେଷକରି ଏହି ଜିଲ୍ଲାର ୫୬ଟି ବ୍ଲକ୍‌ ତଥା ସହରାଞ୍ଚଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁଠି ବାତଜ୍ୱର ଅଧିକ ପ୍ରଭାବ ରହିଛି, ସେଠାରେ ଲୋକଙ୍କୁ ଔଷଧ ଖୁଆଇ ଦିଆଯିବ । ବଲାଙ୍ଗିର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ତିନି ପ୍ରକାର ବଟିକା ଖୁଆଇବାକୁ ଦିଆଯିବ । ସେଠାରେ ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକମିନ ଖାଇବାକୁ ଦିଆଯିବ । କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳରେ ଆଦି ୪ ଜିଲ୍ଲାରେ ଡିଇସି ଓ ଆଲବେଣ୍ଡାଜୋଲ ଆଦି ୨ଟି ଔଷଧ ଖାଇବାକୁ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । 

ଏକ କର୍ମଶାଳାରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଫାଇଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା । ଯାହା ମଶା କାମୁଡ଼ା ଦ୍ୱାରା ବ୍ୟାପିଥାଏ । ୭ଟି ଜିଲ୍ଲାରେ ପ୍ରାୟ ୪୫ ଲକ୍ଷ ୮୯ ହଜାର ୭୯୪ ଲୋକଙ୍କୁ ଔଷଧ ଖାଇବାକୁ ଦିଆଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ୧୬୭୪୭ ଡ୍ରଗ ଆଡମିନିଷ୍ଟ୍ରେଟର ବା ସ୍ୱେଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ନିୟୋଜିତ କରାଯାଇଛି । ସଠିକ୍‌ ଭାବରେ ତଦାରଖ ପାଇଁ ୧୭୧୨ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଘରକୁ ଘର ଯାଇ ଔଷଧ ଖୁଆଇବେ । ଜନସ୍ୱାସ୍ଥ୍ୟ ସ୍ୱତନ୍ତ୍ର ଶାସନ ସଚିବ ଡା. ସ୍ନେହଲତା ସାହୁ କହିଛନ୍ତି, ଭ୍ରାମ୍ୟମାଣ ଟିମ୍‌ ବିଭିନ୍ନ ସ୍କୁଲ, କଲେଜ ଓ ଅଫିସକୁ ଯାଇ ଔଷଧ ଖୁଆଇବେ । ଗର୍ଭବତୀ, ଦୁଇ ବର୍ଷରୁ କମ୍‌ ବୟସର ଶିଶୁ ଏବଂ ଗୁରୁତର ଅସୁସ୍ଥଙ୍କୁ ଛାଡ଼ି ସମସ୍ତଙ୍କୁ ଔଷଧ ସେବନ କରିବାକୁ ହେବ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ଡା. ଶୁଭାଶିଷ ମହାନ୍ତି, ସିନିୟର ରିଜିଓନାଲ ନିର୍ଦ୍ଦେଶିକା ଡା. ସୁଚିତ୍ରା ସାମଲ, ଅତିରିକ୍ତ ଡିଏମ୍‌ଇଟି ପ୍ରଫେସର ବ୍ରଜକିଶୋର ଦାସ, ଯୁଗ୍ମ ନିର୍ଦ୍ଦେଶକ ଡା. ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ନିଜ ମତ ରଖିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.