ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସାବଧାନା ! ପରକୀୟା ପ୍ରୀତି ଖୋଜାରେ ଘରୋଇ ଗୁଇନ୍ଦା, ଭାବି ଜୀବନସାଥୀର ବାହାର କରୁଛନ୍ତି କୁଣ୍ଡଳି..

ଭୁବନେଶ୍ୱର,୧୮/୧୧ ରାଜଧାନୀ ଭୁବନେଶ୍ୱରରେ କିଛି ଘରୋଇ ଗୁଇନ୍ଦା (ପ୍ରାଇଭେଟ୍‌  ଡିଟେକ୍ଟିଭ୍‌) ସଂସ୍ଥା ଖୋଲିଲାଣି । ଲୁଚାଛପାରେ  ଲୋକଙ୍କ ଚରିତ୍ର, କାରବାର, ଚାଲିଚଳନ, ଠିକଣା ଆଦି ଠଉରାଇ କାମ ଦେଇଥିବା ଲୋକଙ୍କୁ ତଥ୍ୟ ଦେଉଛନ୍ତି । ତା’ ବଦଳରେ ସମୁଚିତ ଫି’  ନେଉଛନ୍ତି । ବିଶେଷକରି ସ୍ୱାମୀ-ସ୍ତ୍ରୀ’ଙ୍କ ପରକୀୟା ପ୍ରୀତିର ତଥ୍ୟ ପ୍ରମାଣ ଯୋଗାଡିବାରେ ଘରୋଇ ଗୁଇନ୍ଦାମାନଙ୍କୁ ଲୋଡ଼ାଯାଉଛି । 

ଏହି ପ୍ରସଙ୍ଗରେ ଭୁବନେଶ୍ୱର ବାର୍‌ର ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ଘରୋଇ ଗୁଇନ୍ଦାଗିରି ସଂସ୍ଥା ଖୋଲିବା ପାଇଁ ଭାରତରେ ଏଯାବତ୍‌ କୌଣସି ପ୍ରକାର ସରକାରୀ ଅନୁମତି ମିଳିନି । ୨୦୦୭ରେ ଘରୋଇ ଗୁଇନ୍ଦା ସଂସ୍ଥା  (ପରିଚାଳନା) ବିଲ୍‌ ଲୋକସଭାରେ ଆଗତ  ହୋଇଥିଲା । ତା’ପରଠୁ ବିଲ୍‌ ଆଗେଇନି କି ଆଇନ୍‌ ପାରିତ ହୋଇନି । ତଥାପି ବିଭିନ୍ନ ରାଜ୍ୟ ସହରରେ ଘରୋଇ ସୁରକ୍ଷା ସଂସ୍ଥା  ଆଢ଼ୁଆଳରେ ଅନେକ ଗୁଇନ୍ଦା ସଂସ୍ଥା ଖୋଲିଛି ।  

ଅନୁରୂପ ଭାବେ ଜଣେ ବରିଷ୍ଠ ପୁଲିସ  ଅଧିକାରୀ କହିଛନ୍ତି, ଗୁଇନ୍ଦାଗିରି ନାଁରେ ଅନ୍ୟର ବ୍ୟକ୍ତିଗତ ଜୀବନରେ ଦଖଲ ଦେବା, ଫଟୋ ଉଠାଇବା କିମ୍ବା ପିଛା କରି ବେଆଇନ । ଯଦି ସଂପୃକ୍ତ ବ୍ୟକ୍ତି ଅଭିଯୋଗ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଓଡିଶାରେ ଏଭଳି ସଂସ୍ଥାର ସଂଖ୍ୟା ପ୍ରାୟ  ୮-୧୦ ଟପିଯିବ । ପ୍ରାୟ ସବୁ ସଂସ୍ଥାର କାର୍ଯ୍ୟାଳୟ ରାଜଧାନୀରେ । ଏମାନଙ୍କ ମଧ୍ୟରୁ ଅଧିକାଂଶ  ଘରୋଇ ସୁରକ୍ଷା ସଂସ୍ଥା (ପରିଚାଳନା) ଆଇନ୍‌  ୨୦୦୫ ଜରିଆରେ ଲାଇସେନ୍ସ ହାତେଇଛନ୍ତି ।  

ଏଭଳି ଏକ ଗୁଇନ୍ଦା ସଂସ୍ଥା ପରିଚାଳକ ମହେଶ ବାରିକଙ୍କ କହିବା ମୁତାବକ, ଅନ୍‌ଲାଇନ୍‌ରେ ବିଜ୍ଞାପନ ଦେଖି ଲୋକେ ସହୟତା ଆଶାରେ ଆମକୁ ପାଖକୁ ଆସୁଛନ୍ତି । ପ୍ରାୟ ଅଧାରୁ ଅଧିକ ଗ୍ରାହକଙ୍କ ଉଦ୍ଦେଶ୍ୟ ଥାଏ ନିଜ ଲୋକଙ୍କ ଗତିବିଧି ଉପରେ ନଜର ରଖିବା । ଯେମିତିକି, ବିବାହ  ପୂର୍ବରୁ ନିଜ ପାଇଁ ବାଛିଥିବା ଜୀବନସାଥୀର ଚରିତ୍ର, ଚାକିରି, ଚାଲିଚଳନ ଆଦି ଜାଣିବାକୁ ପ୍ରାୟ ସଭିଏଁ  ଆଗଭର । କିଛି ମଧ୍ୟସ୍ଥିମାନଙ୍କଠୁ ଚାଲିଚଳନ  ବୁଝି ନିଅନ୍ତି । କିଛି ସୋସିଆଲ ମିଡିଆରୁ କିମ୍ବା  ବନ୍ଧୁ ଓ ସହକର୍ମୀଙ୍କଠାରୁ ପୁଅ-ଝିଅର ଇତିହାସ  ଖୋଜନ୍ତି । 

ହେଲେ, ଏମିତି ବି ଅନେକ ଲୋକ  ଅଛନ୍ତି ଯେଉଁମାନେ ଜୀବନସାଥୀ ପାଇଁ ଖୋଜିଥିବା ପ୍ରାର୍ଥୀର ପୂରା କୁଣ୍ଡଳି ବାହାର କରିବାକୁ ଆମ ପାଖକୁ ଆସୁଛନ୍ତି । ଅନେକ ପୁଅ-ଝିଅଙ୍କ ପ୍ରେମ ସମ୍ପର୍କ ସହ ଅନ୍ୟ ବଦଭ୍ୟାସ ବି ଆମେ ଖୋଜି  ବାହାର କରିଛୁ । ପ୍ରାୟ ୫୦ ପ୍ରତିଶତରୁ ଅଧିକ  ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ପରକୀୟା ପ୍ରୀତିର କାହାଣୀ  ଖୋଜୁ । ବର୍ତ୍ତମାନ ଅନେକ ପାଶ୍ଚାତ୍ୟ ସଭ୍ୟତାକୁ  ଆଦରି ନେଉଥିବାରୁ କିଛି ବୈବାହିକ ଜୀବନରେ  ଝଡ଼ ସୃଷ୍ଟି ହେଉଛି । ବ୍ୟସ୍ତବହୁଳ ଜୀବନଶୈଳୀ  ଯୋଗୁ ଅନେକଙ୍କ ଜୀବନସାଥୀର ଘର ବାହାର  ପ୍ରେମକାହାଣୀ ଖୋଜିବାରେ ଆମେ ଲୋଡା ପଡୁ ।  ଏମିତିକି ପରସ୍ପରଙ୍କ ଚରିତ୍ର ଉପରେ ସନ୍ଦେହ  କରି ପତିପତ୍ନୀ ଆମକୁ ସହୟତା ମାଗନ୍ତି ବୋଲି  ଶ୍ରୀ ବାରିକ କହିଛନ୍ତି । 

ବଜାରରେ ନକଲି ବ୍ରାଣ୍ଡେଡ୍‌ ଖାଦ୍ୟ, ପାନୀୟ ଓ  ଅନ୍ୟାନ୍ୟ ଉତ୍ପାଦ ମିଳୁଛି । ନାମୀ କମ୍ପାନୀ ବ୍ରାଣ୍ଡ୍‌ରେ ନକଲି ଜିନିଷ ବଜାରକୁ ଛାଡ଼ୁଛନ୍ତି । ଏସବୁ ନକଲି ଉତ୍ପାଦର ଚେର ଖୋଜିବାକୁ ଘରୋଇ ଗୁଇନ୍ଦାଙ୍କ ସହାୟତା ନେଉଛନ୍ତି ଅସଲି କମ୍ପାନି । ଘରୋଇ  ଗୁଇନ୍ଦା ପକ୍ଷରୁ ନକଲି ଫ୍ୟାକ୍ଟ୍ରିର ଠିକଣା ଓ ଦଲାଲଙ୍କ  ତଥ୍ୟ ପରବର୍ତ୍ତୀ ସମୟରେ ପୁଲିସ ଓ ଖାଦ୍ୟ  ନିରପତ୍ତା ଅଧିକାରୀଙ୍କ କାମରେ ଆସୁଛି । ଉଚ୍ଚ ଶିକ୍ଷା  ପାଇଁ ଦୂର ସହରକୁ ଛାଡୁଥିବା ପିଲାଙ୍କ ଗତିବିଧି  ଉପରେ ନଜର ରଖିବାକୁ କିଛି ଅଭିଭାବକ ଘରୋଇ  ଗୁଇନ୍ଦା ଖୋଜୁଛନ୍ତି । କର୍ପୋରେଟ୍‌ ଜଗତରେ  ପ୍ରତିଦ୍ୱନ୍ଦୀ ସଂସ୍ଥାର ଦୁର୍ବଳତା ଖୋଜିବାରେ,  ଇନସୁରାନ୍ସ ହିତାଧିକାରୀଙ୍କ ସତ୍ୟସତ୍ୟ ଜାଣିବାରେ  ଘରୋଇ ଗୁଇନ୍ଦାମାନେ କାମରେ ଆସୁଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.