ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରବି ଡାହିୟାଙ୍କ ପ୍ୟାରିସ ଅଲମ୍ପିକ ଯିବାର ସ୍ବପ୍ନ ଭାଙ୍ଗିଲା: WFI କହିଲା- ଯିଏ କୋଟା ଜିିତିଛନ୍ତି ସେ ହିଁ କେବଳ ଯିବେ

ନୂଆଦିଲ୍ଲୀ,୨୧।୫: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରବି ଡାହିୟାଙ୍କ ପ୍ୟାରିସ ଅଲିମ୍ପିକ୍ସ ଯିବାର ସ୍ବପ୍ନ ଭାଙ୍ଗିଲା।   ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ)ର ନିଷ୍ପତ୍ତି ଡାହିୟାଙ୍କ ପ୍ୟାରିସର ଅଲମ୍ପିକ୍ ଆଶାକୁ କରିଛି  ଧୂଳିସାତ। ଡବ୍ଲୁଏଫ୍ଆଇ ମଙ୍ଗଳବାର ଅର୍ଥାତ୍ ୨୧ ମଇରେ ଏକ ବଡ ନିଷ୍ପତ୍ତି ନେଇଛି। ଯେଉଁଥିରେ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ  କୌଣସି ସିଲେକ୍ସନ ଟ୍ରାଏଲ କରାଯିବ  ନାହିଁ ବୋଲି କୁହାଯାଇଛି।

ଡବ୍ଲୁଏଫ୍ଆଇ ଅଧ୍ୟକ୍ଷ ସଞ୍ଜୟ ସିଂ କହିଛନ୍ତି, କୋଟା ହାସଲ କରିଥିବା କେବଳ କୁସ୍ତି ଖେଳାଳିଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସକୁ ପଠାଯିବ। ସଞ୍ଜୟ ସିଂ ଆହୁରି କହିଛନ୍ତି ଯେ ଚୟନ କମିଟି ନିଷ୍ପତ୍ତି ନେଇଛି , ବର୍ତ୍ତମାନ ପର୍ଯ୍ୟନ୍ତ କୋଟା ଆଣିବାର ପରମ୍ପରା ପାଳନ କରାଯିବ ଏବଂ ଏଥର ମଧ୍ୟ ସମାନ ଘଟଣା ଘଟିବ। କେବଳ ଆଣିଥିବା ଆଥଲେଟ୍‌ଙ୍କୁ ପ୍ୟାରିସ୍ ପଠାଯିବ। କୌଣସି ସିଲେକ୍ସନ ଟ୍ରାଏଲ ହେବନି। କୋଟା ଯୋଗ୍ୟତା ଅର୍ଜନ କରିବେ ପ୍ୟାରିସକୁ ।  

ରବି ଡାହିୟାଙ୍କ ୫୭ କିଲୋଗ୍ରାମର କାଟାଗୋରୀରେ ଅମନ ସେହରାୱତ କୋଟା ନେଇଛନ୍ତି। WFI ର ନିଷ୍ପତ୍ତି ପରେ କେବଳ ଅମନ ପ୍ୟାରିସ ଯିବେ। ସେଭଳି ଟୋକିଓ ଅଲମ୍ପିକ୍ରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆଙ୍କ ଉପରେ ମଧ୍ୟ ପୂର୍ବରୁ ବ୍ୟାନ୍ ଲାଗି ସାରିଛି। 

ଡବ୍ଲୁଏଫ୍‌ଆଇର ନିଷ୍ପତ୍ତି ରବି ଡହିୟାଙ୍କ ବ୍ୟତୀତ ମହିଳା ବିଶ୍ବ ଚମ୍ପିଆନସିପ୍‌ର ବ୍ରୋଞ୍ଜ ପଦକ ବିଜେପା ସରିତା ମୋର(୫୭ କେଜି)ଙ୍କ ପାଇଁ ପ୍ୟାରିସ ଅଲମ୍ପିକ୍ ରାସ୍ତା ବନ୍ଦ କରିଦେଇଛି। ରବି ଓ ସରିତା ଟ୍ରାଏଲ ପାଇଁ ପ୍ରସ୍ତୁତି କରୁଥିଲେ। ଏହାର ଅର୍ଥ ଭିନେଶ ଫୋଗାଟଙ୍କୁ ଏବେ ମହିଳାଙ୍କ ୫୦ କେଜି ବର୍ଗ ମୁକାବିଲାରେ ଭାଗ ନେବାକୁ ହେବ। ଯଦି ସେ ଟ୍ରାଏଲରେ ହରାଇ ଦିଅନ୍ତି ତେବେ ତାଙ୍କ ପାଖରେ ୫୩ କେଜି ବର୍ଗରେ ଖେଳିବାର ସୁଯୋଗ ମିଳିଥାନ୍ତା। ତେବେ ଏହି କାଟାଗୋରୀରେ ଅନ୍ତିମ ପଙ୍ଘାଲ କୋଟା ହାସଲ କରିଛନ୍ତି। ଏବେ ଏହି କାଟାଗୋରୀରେ ସେ ପ୍ରତିନିଧିତ୍ବ କରିବ।

ପ୍ୟାରିସ ଯାଉଥିବା ରେସଲରଙ୍କ ଲିଷ୍ଟ

ଭିନେଶ ଫୋଗାଟ- ୫୦ କେଜି

ଅନ୍ତିମ ପଙ୍ଘାଲ-୫୩ କେଜି

ଅଂଶୁ ମଲିକ୍-୫୭ କେଜି

ନିଶା ଡାହିୟା-୬୮ କେଜି

ରିତିକା ହୁଡା-୭୬ କେଜି

ଅମନ ସହରାଓ୍ବତ-୫୭ କେଜି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.