ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଚିନ୍ତା ବ୍ୟକ୍ତ କଲେ ଆର୍‌ବିଆଇ ଗଭର୍ଣ୍ଣର: କମୁଛି ବ୍ୟାଙ୍କ ଜମା, ବଢୁଛି ବଜାର ନିବେଶ

ନୂଆଦିଲ୍ଲୀ,୦୯/୦୮: ଦେଶର ବ୍ୟାଙ୍କଗୁଡ଼ିକର ଋଣ ଅଭିବୃଦ୍ଧି ବଢୁଛି  କିନ୍ତୁ ଜମା ଉକ୍ତ ହିସାବରେ ବଢୁନାହିଁ ।  ନିକଟରେ ଏସ୍‌ବିଆଇ ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଥିଲା । ଲୋକେ ବ୍ୟାଙ୍କରେ ଜମା କରିବା ବଦଳରେ ମ୍ୟୁଚୁଆଲ ଫଣ୍ଡ୍‌ ଏବଂ ଇକ୍ୱିଟିରେ ନିବେଶ କରୁଛନ୍ତି । ଗତ ମାସରେ କେବଳ  ମ୍ୟୁଚୁଆଲ ଫଣ୍ଡ୍‌ରେ ୨୧,୦୦୦ କୋଟି  ଟଙ୍କାରୁ ଊଦ୍ଧ୍ୱର୍ ନିବେଶ ହୋଇଥିଲା । ତେବେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି  ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।  

ଆର୍‌ବିଆଇର ମୁଦ୍ରାନୀତି କମିଟି  (ଏମ୍‌ପିସି) ବୈଠକରେ ନିଆଯାଇଥିବା  ନିଷ୍ପତ୍ତି ଉପରେ ସୂଚନା ଦେବା ସମୟରେ  ଶ୍ରୀ ଦାସ କହିଲେ ଯେ, ଖୁଚୁରା ଟଙ୍କା ବିକଳ୍ପ  ନିବେଶ ରୁଟ୍‌କୁ ଯାଉଛି । ଏଥିପାଇଁ ଦେଶର  ବ୍ୟାଙ୍କଗୁଡ଼ିକ ପାଇଁ ଢ଼ାଞ୍ଚାଗତ ସମସ୍ୟା  ଉପୁଯିପାରେ ବୋଲି ଆର୍‌ବିଆଇ ଗଭର୍ଣ୍ଣର  ସତର୍କ କରିଛନ୍ତି ।  

ଦାସ କହିଛନ୍ତି ଯେ, ରିଟେଲ  ଗ୍ରାହକଙ୍କ ପାଇଁ ବୈକଳ୍ପିକ ନିବେଶ ରାସ୍ତା  ଅଧିକ ଆକର୍ଷକ ହେବାରେ ଲାଗିଛି  ।  ଫଳରେ ବ୍ୟାଙ୍କଗୁଡ଼ିକୁ ଫଣ୍ଡିଂ କ୍ଷେତ୍ରରେ  ଆହ୍ୱାନଗୁଡ଼ିକର ସାମ୍ନା କରିବାକୁ ପଡୁଛି ।  ଏହାର କାରଣ ହେଉଛି, ବ୍ୟାଙ୍କଗୁଡ଼ିକରେ  ଜମା ଅଭିବୃଦ୍ଧି ଋଣ ଅଭିବୃଦ୍ଧି ତୁଳନାରେ  ପଛୁଆ ରହିଛି । ଏହି କାରଣରୁ ବ୍ୟାଙ୍କଗୁଡ଼ିକୁ  ବର୍ଦ୍ଧିତ ଋଣ ଚାହିଦା ପୂରଣ କରିବା  ପାଇଁ ସ୍ୱଳ୍ପମିଆଦୀ ଅଣ-ରିଟେଲ ଜମା  ଏବଂ ଲାଏବିଲିଟିର ଅନ୍ୟ ମାଧ୍ୟମର  ଅଧିକ ସାହାଯ୍ୟ ନେବାକୁ ପଡୁଛି । ଦାସ  କହିଛନ୍ତି ଯେ,ଏହା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ  ଢାଞ୍ଚାଗତ ସମସ୍ୟା ଆଣିପାରେ । ଏଥିପାଇଁ  ବ୍ୟାଙ୍କଗୁଡ଼ିକୁ ନିଜର ବ୍ୟାପକ ନେଟ୍‌ୱର୍କର  ଫାଇଦା ଉଠାଇ ଅଭିନବ ଉତ୍ପାଦ ଏବଂ  ସେବା ମାଧ୍ୟମରେ ଘରୋଇ ସଞ୍ଚୟ ସଂଗ୍ରହ  ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ।  

ଏସ୍‌ବିଆଇର ସଦ୍ୟ ରିପୋର୍ଟ  ଅନୁସାରେ, ଭାରତୀୟ ବ୍ୟାଙ୍କଗୁଡ଼ିକର  ଋଣ ଅଭିବୃଦ୍ଧି ଲଗାତର ବଢ଼ୁଛି କିନ୍ତୁ  ଏହା ତୁଳନାରେ ଜମା ବଢୁନାହିଁ । ଲୋକେ  ମ୍ୟୁଚୁଆଲ ଫଣ୍ଡ୍‌ ଏବଂ ସେୟାର୍‌ରେ ବଡ଼  ଆକାରରେ ଟଙ୍କା ଲଗାଉଛନ୍ତି । ଗତ ମାସ  କେବଳ ମ୍ୟୁଚୁଆଲ ଫଣ୍ଡ୍‌ରେ ୨୧,୦୦୦  କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି ।  

ଆର୍‌ବିଆଇ ଗଭର୍ଣ୍ଣର ଶ୍ରୀ ଦାସ  ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଲୋକେ ନିଜର ସଞ୍ଚୟରାଶିକୁ  ପାରମ୍ପରିକ ବ୍ୟାଙ୍କଗୁଡ଼ିକ ତୁଳନାରେ ପୁଞ୍ଜି  ବଜାରରେ ନିବେଶ କରିବାକୁ ଅଧିକ ପସନ୍ଦ  କରୁଛନ୍ତି। ଏହା ଆଗକୁ ବ୍ୟାଙ୍କଗୁଡ଼ିକ  ପାଇଁ ବଡ଼ ସମସ୍ୟା ଆଣିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.