ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି, ବିଶ୍ଵ ଦେଖିଲା ଭାରତର ଶୌର୍ଯ୍ୟ, ପରାକ୍ରମ ଓ ବୀରତ୍ଵ

Published By : Prameya | January 26, 2024 11:08 AM

ନୂଆଦିଲ୍ଲୀ, ୨୬/୦୧ : ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଉତ୍ସବ ମୁଖର ପଲ୍ଲୀରୁ ଦିଲ୍ଲୀ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ମହାସମାରୋହରେ ଫ୍ରାନ୍ସ  ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି। ଉପରାଷ୍ଟ୍ରପତି ଜଗଦିପ୍ ଧନକଡ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦି ବହୁ ବରିଷ୍ଠ ମନ୍ତ୍ରୀ, ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଏହି ଅବସରରେ ରଙ୍ଗାରଙ୍ଗ ପରେଡ୍‌ର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିଛନ୍ତି। 

ଦିଲ୍ଲୀ କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ରାଷ୍ଟ୍ରପତି କହିଛନ୍ତି, ସମ୍ୱିଧାନର ପ୍ରସ୍ତାବନା ଭାରତବାସୀଙ୍କ ଠାରୁ ଆରମ୍ଭ ହେଉଛି। ଏହି ଶବ୍ଦ ଆମ ସମ୍ୱିଧାନର ମୂଳ ଭାବନାକୁ ରେଖାଙ୍କିତ କରୁଛି। ଦେଶ ସ୍ୱାଧୀନତାର ଶତାବ୍ଦୀ ଆଡ଼କୁ ଅଗ୍ରସର ହୋଇ ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଯାଉଛି। ସେହିପରି ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି, ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ଏହା ଆମର ଶାସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛଳ କରିବାରେ ସହଯୋଗ କରିବ।

କର୍ତ୍ତବ୍ୟ ପଥରେ ଭାରତୀୟ ସେନା ଶୌର୍ଯ୍ୟ ପ୍ରଦର୍ଶନ କରିଛି। ସାରା ବିଶ୍ଵ ଭାରତର ଶୌର୍ଯ୍ୟ, ପରାକ୍ରମ ଓ ବୀରତ୍ଵର ଗାଥା ଦେଖୁଛି। ସେନାର ଏମଆଇ-୧୭ ହେଲିକପ୍ଟର ପ୍ଲାଇପାଷ୍ଟ କରିଛି। ଏହା ସହ ଭାରତୀୟ ସେନାର ସର୍ବୋଚ୍ଚ ବୀରତ୍ଵ ପୁରସ୍କାର ବିଜେତା ପରମବୀର ଚକ୍ର ଏବଂ ଅଶୋକ ଚକ୍ରରେ ସମ୍ମାନିତ ଯବାନମାନେ ମାର୍ଚ୍ଚ କରିଛନ୍ତି। ଭାରତୀୟ ସେନାର ମେଜର ଯଶଦୀପ ଅହଲାବତ ଘୋଡ଼ାସବାର ଦଳର ନେତୃତ୍ଵ ନେଇଛନ୍ତି। ଫ୍ରାନ୍ସ ସେନାର ଏକ ଦଳ ମ୍ୟୁଜିକ ବ୍ୟାଣ୍ଡ ସହ କର୍ତ୍ତବ୍ୟ ପଥରେ ମାର୍ଚ୍ଚ କରିଛନ୍ତି। ଭାରତୀୟ ସେନା ରେଜିମେଣ୍ଟର ପିନାକା ରକେଟ ଅସ୍ତ୍ର ପ୍ରଦର୍ଶନ କରିଛି। ୨୬୨ ଫିଲ୍ଡ ରେଜିମେଣ୍ଟର ଲେପ୍ଟନାଣ୍ଟ ପ୍ରିୟଙ୍କା ସେବଦା ଏହାର ନେତୃତ୍ବ ନେଇଛନ୍ତି।





  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.