କାଶୀପୁର ୦୯/୧୧: କାଶୀପୁର ବ୍ଲକ ସିଆଡ଼ି ମାଳ ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସିନ୍ଦୁର ଘାଟି ପଞ୍ଚାୟତ ସଦର ବାସିନ୍ଦା ହାରୁମାଝୀ ବୋଲି ଜଣା ଯାଇଛି । ଆଜି (ଗୁରୁବାର) ସନ୍ଧ୍ୟାରେ ହାରୁମାଝୀ ବାଇକରେ କାଶୀପୁର ଠାରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ସୂଚନା ପାଇ କାଶୀପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆକ୍ସନ ମୋଡ୍ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ର...