ହାଇଦ୍ରାବାଦ,୩।୯: ତେଲେଙ୍ଗାନାର ଏକ ବ୍ୟାଙ୍କର ଲକର ଭାଙ୍ଗିବାକୁ ଚେଷ୍ଟା କରିଥିଲା ଜଣେ ଲୁଟେରା। ହେଲେ ବ୍ୟାଙ୍କର ଲକର୍ ଭାଙ୍ଗିବାରେ ବିଫଳ ହୋଇଥିଲା ଚୋର ଜଣକ। ଏହାପରେ ସେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ଚିଠି ଖଣ୍ଡିଏ ଲେଖି ଚାଲିଯାଇଥିଲା। ଚିଠିରେ ସେ ବ୍ୟାଙ୍କର ସିକ୍ୟୁରିଟି ସିଷ୍ଟମକୁ ପ୍ରଶଂସା କରି ଲେଖିଛି, ଭଲ ବ୍ୟାଙ୍କ, ଟଙ୍କାଟିଏ ବି ମିଳିଲାନି। ଏହା ସହିତ ଚିଠିରେ ତାକୁ ନ ଖୋଜିବାକୁ ମଧ୍ୟ ନିବେଦନ କରିଥିଲା। ଚୋରର ଚିଠି ପୋଲିସ ପାଇବା ପରେ ଏହି କଥା ଜଣାପଡିଛି।
ଲୁଟ୍ର ଏହି ଘଟଣା କଥିତ ଭାବରେ ୩୧ ଅଗଷ୍ଟ ରାତି ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କର ଏକ ଶାଖାରେ ହୋଇଛି। ୧ ସେପ୍ଟେମ୍ବର ସକାଳେ ଯେତେବେଳେ ବ୍ୟାଙ୍କ ଷ୍ଟାଫ୍ ପହଞ୍ଚିଥିଲେ ତେବେ ନୋଟ୍ ଜରିଆରେ ତାଙ୍କୁ ସୂଚନା ମିଳିଥିଲା ଯେ, ବ୍ୟାଙ୍କରେ ଲୁଟ୍ ଚେଷ୍ଟା କରାଯାଇଛି। ବ୍ୟାଙ୍କକୁ ଏକ ଚିଠି ଲେଖି ଲୁଟେରା ଜଣକ ଲେଖିଥିଲା, ମୋ ଆଙ୍ଗୁଳିର ଚିହ୍ନ ସେଠାରେ ନଥିବ। ଭଲ ବ୍ୟାଙ୍କ। ଗୋଟିଏ ବି ଟଙ୍କା ମିଳିଲାନି। ତେଣୁ ମୋତେ ଧରିନି।’
ଏହି ମାମଲାରେ ପୋଲିସ କହିଛି ଯେ, ଲୁଟେରାର ଏହି କାର୍ଯ୍ୟକଳାପ ସିସିଟିଭିରେ କଏଦ ହୋଇଯାଇଛି। କିନ୍ତୁ ଚୋରଟି ଏତେ ସତର୍କ ଥିଲା ଯେ, ସେ ନିଜର ଚେହେରାକୁ ଢାଙ୍କିକି ରଖିଥିଲା। ପୋଲିସକୁ ସନ୍ଦେହ ରହିଛି ଯେ, ଲୁଟେରା ଜଣକ କୌଣସି ବ୍ୟାଙ୍କ କର୍ମଚାରୀ ନୁହନ୍ତି, ବଂର ସ୍ଥାନୀୟ ବ୍ୟକ୍ତି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ସମସ୍ତଙ୍କ ଟଙ୍କା ଏବଂ ଜିନିଷ ସୁରକ୍ଷିତ ରହିଛି।