ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖାରକିଭ୍ ଜିତିବା ପାଇଁ ପୁଟିନ୍ ୭ ଦିନରେ ହରାଇଲେଣି ୧୫୦୦ ଯବାନ, ନିଜ ଦେଶ ବଞ୍ଚାଇବାକୁ ନାଟୋର ଶରଣରେ ଜେଲେନସ୍କି

ନୂଆଦିଲ୍ଲୀ,୨୧।୫:  ୟୁକ୍ରେନ୍ ଓ ଋଷ ଭିତରେ ଜାରି ଯୁଦ୍ଧକୁ ଦୁଇ ବର୍ଷରୁ ଅଧିକ ସମୟ ହୋଇଯାଇଛି। ଫେବୃଆରୀ ୨୦୨୨ ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ କେବେ ୟୁକ୍ରେନ୍ ତ ଆଉ କେବେ ଋଷ ସେନାର ଶକ୍ତି ଦେଖିବାକୁ ମିଳୁଛି। ଲକ୍ଷାଧିକ ସୈନିକ ପ୍ରାଣ ହରାଇଲେଣି, ହେଲେବି ପରିଣାମ କିଛି ଆସିପାରିନି। ନିକଟରେ ଋଷ ସେନା ୟୁକ୍ରେନ୍‌ ଉପରେ ଭାରି ପଡିଥିବାର ଦେଖିବାକୁ ମିଳିଥିଲା। ୟୁକ୍ରେନ୍‌ର ବଡ ସହର ଖାରଖିବ ଜିତିବାକୁ ଚେଷ୍ଟା କରୁଛି। ତେବେ ଖାରକିଭ ଜିତିବା ପାଇଁ ଋଷର ଗତ ୭ ଦିନରେ ୧୫୦୦ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇସାରିଛି।  ଏହା ସହିତ ବହୁ ମିଶାଇଲ ଓ ଟ୍ୟାଙ୍କ ମଧ୍ୟ ହରାଇ ସାରିଛି। ଯୁଦ୍ଧର ଲଗାତାର ପଛୁଆ ଥିବା ୟୁକ୍ରେନ୍ ସେନାକୁ ଏପର୍ଯ୍ୟନ୍ତ ଆମେରିକାର ସାହାଯ୍ୟ ମିଳିପାରିନି। ଏବେ ନିଜ ଦେଶକୁ ବଞ୍ଚାଇବା ପାଇଁ ଜେଲେନସ୍କି ନାଟୋର ଶରଣ ନେଇଛନ୍ତି।

ଗତ କିଛି ଦିନ ହେବ ଗଣମାଧ୍ୟମର ରିପୋର୍ଟ ଥିଲା, ଋଷ ସେନା ୟୁକ୍ରେନ୍‌ର ଖାରକିଭ୍ ସହରର ବହୁ ଅଞ୍ଚଳ ଉପରେ କବଜା କରିନେଇଛି। ଋଷ ସେନା ଯେତିକି ଆଗୋଉଛି ସେତେ ପଛକୁ ଆସୁଛି। ୟୁକ୍ରେନ୍ ଅସ୍ତ୍ରଶସ୍ତ୍ରର ମୁକାବିଲା କରିବା ଋଷ ପାଇଁ କଷ୍ଟକର ହୋଇପଡିଛି। ୟୁକ୍ରେନକୁ ସାହାଯ୍ୟ ପାଇଁ ଆମେରିକା ଘୋଷଣା କରିସାରିଛି, କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ୍‌ ପର୍ଯ୍ୟନ୍ତ ହତିଆର ପହଁଞ୍ଚି ପାରିନାହିଁ। ଅସ୍ତ୍ରଶସ୍ତ୍ରର ପ୍ରବଳ ଅଭାବ ଯୋଗୁଁ ୟୁକ୍ରେନ୍ ସେନାର ମନୋବଳ ଭାଙ୍ଗି ଯାଇଛି। ଅନ୍ୟପକ୍ଷେ ପୁଟିନ୍ ସେନା ୟୁକ୍ରେନ୍ ସହର ଉପରେ ଲଗାତର ବୋମାମାଡ କରୁଛି। 

ୟୁକ୍ରେନର ରାଷ୍ଟ୍ରପତି ବ୍ଳାଡିମିର ଜେଲେନସ୍କି କିଭ୍‌କୁ ବଞ୍ଚାଇବା ପାଇଁ ନାଟୋର ଶରଣ ନେଇଛନ୍ତି। ସେ ଅପିଲ କହିଛନ୍ତି, ନାଟୋ ଦେଶ ଋଷ ବିରୋଧରେ ଯୁଦ୍ଧର ଭରଣା କରିବା ପାଇଁ ଅଧିକ ସହାୟତା କରୁ, ଯାହାଫଳରେ ଋଷର ମିଶାଇଲକୁ ନଷ୍ଟ କରିପାରିବେ। ତାକୁ ମନେପକାଇ ୟୁକ୍ରେନ ଏବେ ବି ଋଷ ସେନାର ମୁକାବିଲ କରିବା ପାଇଁ ଆମେରିକା ଏଫ୍-୧୬ ଯୁଦ୍ଧ ବିମାନର ଅପେକ୍ଷାରେ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.