ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ସମ୍ବଲପୁର ବିଶ୍ୱବିଦ୍ୟାଳୟ: ଆଜିଠାରୁ ତ୍ରିଦିବସୀୟ ଓଡ଼ିଶା ଗବେଷଣା ସମ୍ମେଳନ, ଯୋଗଦେବେ ଅଧ୍ୟାପକ ଏବଂ ଗବେଷକ

ବୁର୍ଲା,୧୪/୧୦: ଆଜିଠୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ରାଜ୍ୟ ଗବେଷଣା ସମ୍ମେଳନ- ୨୦୨୩ । ଏଥିରେ ରାଜ୍ୟର ସମସ୍ତ ସରକାରୀ  ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଗବେଷକମାନେ ଏବଂ  ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଅଂଶଗ୍ରହଣ  କରିବେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ  ଏହି ରାଜ୍ୟସ୍ତରୀୟ ସମ୍ମେଳନ ପ୍ରଥମ କରି  ଆୟୋଜିତ ହେଉଥିବା ବେଳେ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥିବା  ସୂଚନା ଦେଇଛନ୍ତି । ସୋମବାର‌ ଏନେଇ  ବିଶ୍ୱବିଦ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି  ଏହି କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଛନ୍ତି  କର୍ତ୍ତୃପକ୍ଷ । 

ବିଶ୍ୱବିଦ୍ୟାଳୟ କୁଳପତି  ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ  ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା  ବେଳେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର  ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ,  ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ପ୍ରଫେସର  ମିହିର ଦାସ, ବିଶ୍ୱବିଦ୍ୟାଳୟ କୁଳସଚିବ ଡ.  ନୃପରାଜ ସାହୁ, ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷା  ପ୍ରଫେସର ସଂଯୁକ୍ତା ଦାସ ପ୍ରମୁଖ ଉପସ୍ଥିତ  ଥିଲେ । ତେବେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା  ପରିଷଦ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର  ମିଳିତ ଆନୁକୂଲ୍ୟରେ ୧୪ ନଭେମ୍ବରରୁ  ୧୬ ନଭେମ୍ବର ପର୍ଯ୍ୟନ୍ତ ତିନିଦିନିଆ  ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୩  ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ  ଆୟୋଜିତ ହେବ । 

ଏଥିରେ ଓଡ଼ିଶା  ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନର ଅଧ୍ୟାପକ  ଏବଂ ଗବେଷକଙ୍କ ଦ୍ୱାରା କରାଯାଉଥିବା  ଗବେଷଣାର ତତ୍ତ୍ୱ ଓ ତଥ୍ୟର ପ୍ରଦର୍ଶନ  ଓ ପ୍ରସାର କରାଯିବ । ଏହି ତ୍ରିଦିବସୀୟ  କାର୍ଯ୍ୟକ୍ରମରେ ଖ୍ୟାତିସମ୍ପନ୍ନ ଶିକ୍ଷାବିତଙ୍କ  ଦ୍ୱାରା କରାଯାଇଥିବା ଗବେଷଣାଭିତ୍ତିକ  ଅନୁସନ୍ଧାନର ପ୍ରଦର୍ଶନ ଓ ପ୍ରସାର,  ଗବେଷକଙ୍କ ଦ୍ୱାରା ପୋଷ୍ଟର୍‌ ଉପସ୍ଥାପନ,  ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଗୋଲ ଟେବୁଲ୍‌ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

Copyright © 2022 - Summa Real Media Private Limited. All Rights Reserved.