ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ସାନ୍ୟାଙ୍କ ‘ମିସେସ୍‌’, ଶେଷ ଦିନର ଫିଲ୍ମ ଭାବେ ଚୟନ

ନୂଆଦିଲ୍ଲୀ ୩୧/୦୫: ୨୪ତମ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ସାନ୍ୟା ମଲହୋତ୍ରାଙ୍କ ଅଭିନୀତ ‘ମିସେସ୍‌’ । ମହୋତ୍ସବର ଶେଷ ଦିନର ଫିଲ୍ମ ଭାବେ ଏହାକୁ ଚୟନ କରାଯାଇଛି । ଆସନ୍ତା ଜୁନ୍‌ ୨ ତାରିଖରେ ଏହା ପ୍ରଦର୍ଶିତ ହେବ । ଏହି ଫିଲ୍ମ ଜରିଆରେ ଜଣେ ମହିଳାଙ୍କ ସାମର୍ଥ୍ୟ ଓ ଦୃଢ଼ତାକୁ ବର୍ଣ୍ଣନା କରାଯାଇଛି । ସାନ୍ୟାଙ୍କ ସମେତ ଏଥିରେ ନିଶାନ୍ତ ଦହିୟା ଓ କଂୱଲଜିତ ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

‘ମିସେସ୍‌’ ବହୁଚର୍ଚ୍ଚିତ ମାଲାୟାଲମ୍‌ ଫିଲ୍ମ ‘ଦ ଗ୍ରେଟ୍‌ ଇଣ୍ଡିଆନ କିଚେନ୍‌’ର ହିନ୍ଦୀ ରିମେକ୍‌ । ମୂଳ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିମିଶା ସଜୟାନ । ଫିଲ୍ମଟି ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ପାଇଁ ଚୟନ ହେବା ବିଷୟରେ ସାନ୍ୟା କହିଛନ୍ତି, ଏହା ତାଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଏଥିରେ ସେ ରିଚା ଭୂମିକାରେ ଅଭିନୟ କରିଛନ୍ତି, ଯିଏ ପରମ୍ପରା ଓ ନିଜ ଅଭିଳାଷ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା ଫିଲ୍ମରେ ନଜର ଆସିବେ । ଏହା ତାଙ୍କ ପାଇଁ ବଡ଼ ସମ୍ମାନ ଓ ଦାୟିତ୍ୱ ମଧ୍ୟ ଥିଲା, କାରଣ ଏହା ଅନେକ ଭାରତୀୟ ମହିଳାଙ୍କ ସଂଘର୍ଷକୁ ପ୍ରତିନିଧିତ୍ୱ କରେ । ଫିଲ୍ମକୁ ସାରା ବିଶ୍ୱ ସହ ଶେୟାର କରିବାକୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଥିବା ସାନ୍ୟା କହିଛନ୍ତି । 

‘ମିସେସ୍‌’କୁ ଦୁଇଟି ବିଭାଗରେ ପୁରସ୍କାର ପାଇଁ ନୋମିନେଟ୍‌ କରାଯାଇଛି । ଶ୍ରେଷ୍ଠ ଅଭିନେତ୍ରୀ ବିଭାଗରେ ସାନ୍ୟାଙ୍କୁ ନୋମିନେଟ୍‌ କରାଯାଇ ଥିବାବେଳେ ଶ୍ରେଷ୍ଠ ନିର୍ଦ୍ଦେଶନା ବିଭାଗରେ ଫିଲ୍ମର ନିର୍ଦ୍ଦେଶିକା ଆରତି କାଦଭଙ୍କୁ ନୋମିନେଟ୍‌ କରାଯାଇଛି । ସେତିକି ନୁହେଁ, ଜୁନ୍‌ ୨ ତାରିଖରେ ଆଉ ଏକ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ ଯାହାର ଶୀର୍ଷକ ‘ସୁମୋ ଦିଦି’ । ଫିଲ୍ମକୁ ଦୁଇଟି ପୁରସ୍କାର ଶ୍ରେଷ୍ଠ ଡେବ୍ୟୁ ଫିଲ୍ମ ଓ ଶ୍ରେଷ୍ଠ ପଟ୍ଟକଥା ପାଇଁ ମଧ୍ୟ ନୋମିନେଟ୍‌ କରାଯାଇଛି । ଏହାର ପଟ୍ଟକଥା ଲେଖିଛନ୍ତି ନିଖିଲ ସଚାନ । ମୁମ୍ବାଇ, କୋଲକାତା ଓ ଜାପାନରେ ସୁଟିଂ ହୋଇଥିବା ‘ସୁମୋ ଦିଦି’ ଜଣେ ମଧ୍ୟବିତ୍ତ ବର୍ଗର ରକ୍ଷଣଶୀଳ ମାରୱାଡ଼ି ପରିବାର ଝିଅର କାହାଣୀ ଉପରେ ପର୍ଯ୍ୟବସିତ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.