ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହୁ ବର୍ଷ ପରେ ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ , ଏହି ରାଶିର ହେବ ଲାଭ

ନ୍ୟାୟ ଏବଂ କର୍ମର ଦେବତା ଶନି ୨୦୨୪ରେ ପୂରା ବର୍ଷ କୁମ୍ଭ ରାଶିରେ ବିରାଜମାନ ରହିବେ । ଜ୍ୟୋତିଷ ଗଣନା ଅନୁସାରେ, ୬ଏପ୍ରିଲରେ ଶନିଦେବ ପୂର୍ବାଭାଦ୍ରପଦ ନକ୍ଷେତ୍ରର ପ୍ରଥମ ପଦରେ ପ୍ରବେଶ କରି ସାରିଛନ୍ତି । ଏହାପରେ ୧୨ମଇରେ ଶନି ପୂର୍ବାଭାଦ୍ରପଦ ନକ୍ଷେତ୍ରରେ ଦ୍ବିତୀୟ ପଦରେ ବିରାଜିତ ହେବେ‌ ଏବଂ ୧୮ଅଗଷ୍ଟ ପର୍ଯ୍ୟନ୍ତ ଦ୍ବିତୀୟ ପଦରେ ହି ଉପସ୍ଥିତ ରହିବେ । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପୂର୍ବାଭାଦ୍ରପଦର ପ୍ରଥମ ଏବଂ ଦ୍ବିତୀୟ ପଦକୁ ବହୁତ ଶୁଭ ଧରାଯାଏ । ଏହାଦ୍ବାରା ରାଶିକୁ ବହୁତ ଶୁଭଫଳ ମିଳିବ ଏବଂ ଜୀବନର ସବୁ କଷ୍ଟରୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା ଶନିର ଚଳନ ବଦଳିବା ଦ୍ବାରା କେଉଁ ରାଶିର ଭାଗ୍ୟ ଫିଟିବ...

ମେଷ ରାଶି : ଶନିର ପୂର୍ବାଭାଦ୍ରପଦ ନକ୍ଷେତ୍ରର ଦ୍ବିତୀୟ ପଦରେ ବିଚରଣ କରିବା ଦ୍ବାରା ମେଷ ରାଶିର ବ୍ୟକ୍ତିଙ୍କୁ ଜବରଦସ୍ତ ଲାଭ ହେବ । ଲମ୍ବା ସମୟରୁ ଅଟକି ଥିବା ଧନ ଫେରି ପାଇବେ । ଧନ-ସମ୍ପତ୍ତିରେ ବୃଦ୍ଧିର ଯୋଗ ହେବ । ଆୟର ନୂଆ ସୂତ୍ରରୁ ଧନ ଲାଭ ହେବ । ସାମାଜିକ ପଦ-ପ୍ରତିଷ୍ଠାରେ ବୃଦ୍ଧି ହେବ । ପୁରୁଣା ପ୍ରପର୍ଟିରୁ ବିକ୍ରି କରି ତଥା ଭଡ଼ାରୁ ପଇସା ଆସିବ ।

କନ୍ୟା ରାଶି : ଶନି ଚଳନ ପରିବର୍ତ୍ତନ କରି କନ୍ୟା ରାଶିକୁ ବହୁତ ଶୁଭ ଫଳ ଦେବ । ଚାକିରୀ-ବ୍ୟବସାୟରେ ପଦନ୍ନୋତି ହେବ । ଲମ୍ବା ସମୟରୁ ଅଟକି ଥିବା କାମ ହୋଇଯିବ । ଭଲ ପ୍ୟାକେଜ ସହ ନୂଆ ଚାକିରୀର ଅଫର ମିଳିବ । ପାରିବାରିକ ଜୀବନରେ ସୁଖ- ଶାନ୍ତି ବଜାୟ ରହିବ । ସୁଖ- ସୁବିଧାରେ ଜୀବନ ବିତିବ ।

କୁମ୍ଭ ରାଶି : ଶନିର ପୂର୍ବାଭାଦ୍ରପଦ ନକ୍ଷେତ୍ରର ଦ୍ବିତୀୟ ଚରଣରେ ହେବା ଦ୍ବାରା କୁମ୍ଭ ରାଶି ବ୍ୟକ୍ତିଙ୍କ ଲାଗି ଲାଭବାନ ହେବ । ବୈବାହିକ ଜୀବନରେ ଚାଲୁ ରହିଥିବା ଅସୁବିଧା ଦୂର ହେବ । କୋର୍ଟ-କଚେରୀର ମାମଲାରେ ବିଜୟ ହେବେ । ନୂଆ କାର୍ଯ୍ୟର ଆରମ୍ଭ ଲାଗି ଶୁଭ ଯୋଗ ହେବ । ଚାକିରୀ-ବ୍ୟବସାୟରେ ବାତାବରଣ ଅନୁକୂଳ ହେବ । କାର୍ଯ୍ୟର ବାଧା ଦୂର ହେବ ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.