ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

`ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌'ର ଶୁଭାରମ୍ଭ: 'ଭାରତର ଡିଜିଟାଲ ବ୍ୟବସ୍ଥାକୁ ବିଶ୍ୱ ଅନୁସରଣ କରିବା ସହ ପ୍ରଶଂସା କରୁଛି'

ନୂଆଦିଲ୍ଲୀ / ଭୁବନେଶ୍ୱର, ସେପ୍ଟେମ୍ବର ୧୩ : ଭାରତର ଦକ୍ଷତା ବିକାଶ ମଡେଲକୁ ଆଜି ବିଶ୍ୱ ଅନୁକରଣ କରୁଛି ବୋଲି ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ ଫସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌' ପ୍ଲାଟଫର୍ମର   ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଏହି  (www.skillindiadigital.gov.in) ପ୍ଲାଟଫର୍ମକୁ ଶୁଭାରମ୍ଭ କରି ପ୍ରଧାନ କହିଛନ୍ତି, ନିକଟରେ ସମାପ୍ତ ହୋଇଥିବା ଜି ୨୦ ବୈଠକରେ ୧୦ଟି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେଥିମଧ୍ୟରୁ ବିଶ୍ୱ ସ୍କିଲ ଗ୍ୟାପ ଆନାଲିସିସ ଓ ଭାରତର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟର୍କଚର ଉପରେ ଗୁରୁତ୍ୱ ଦେଆଯାଇଥିଲା । ଏହି ରାଷ୍ଟ୍ରସମୂହ ଭାରତର  ଡିଜିଟାଲ ପଦକ୍ଷେପକୁ ପ୍ରଶଂସା କରିବା ସହ ଭାରତର ମଡେଲ ପ୍ରତି ବିଶ୍ୱ ଅନେକ ଆଶା ରଖିଛି ।  ଭାରତର ୟୁପିଆଇ, ଭିମ ଆପ, ଡିଜି ଲକର, ୱାନ ନେସନ ୱାନ କାର୍ଡ, ରାସନ କାର୍ଡ ପୋର୍ଟାବିଲିଟି, ଡ଼ିବିଟି, ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟକୁ ଲୋକମାନେ ଭଲରେ ବୁଝିପାରିଛନ୍ତି । ଭାରତର ସ୍କିଲ ଇଣ୍ଡିଆ ଏକ ବ୍ରାଣ୍ଡ ହେବା ସହ ଜନଆନ୍ଦୋଳନ ହୋଇପାରିଛି ଓ ଶିଳ୍ପ ବିପ୍ଳବ ୪.୦ରେ ବିଶ୍ୱ ଭାରତର ଡିଜିଟାଲ ସ୍ପେସକୁ ଆଦୃତ କରିଛି । ଭାରତ ଡିଜିଟାଲ ଇନଫ୍ରାଷ୍ଟର୍କଚର ବିଶେଷ ଭାବରେ କମ ମୂଲ୍ୟରେ ପବ୍ଲିକ ଇନଫ୍ରାଷ୍ଟ୍ରକଚର ତିଆରି କରିବାରେ କିର୍ତ୍ତୀ ସ୍ଥାପନ କରିଛି । ବିଭିନ୍ନ ମନ୍ତ୍ରାଳୟ, ରାଜ୍ୟ, ଶିଳ୍ପ ସମୂହକୁ ଦକ୍ଷ ମାନବ ସମ୍ବଳ ଆବଶ୍ୟକ ରହିଅଛି ଓ ଭାରତକୁ କେବଳ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବରେ ଗଢିବା ଆମର ଲକ୍ଷ୍ୟ ରହିବ ସହ ବିଶ୍ୱର ବିକାଶ ବିଶ୍ୱରେ ମୁଦ୍ରାସ୍ଫୀତି ପ୍ରବନ୍ଧନ ପାଇଁ ଯଦି ସମାଜରେ ଦକ୍ଷ ମାନବ ସମ୍ବଳ ରହିବେ ତେବେ ଉତ୍ପାଦନ ବୃଦ୍ଧିପାଇବ । ଏହାକୁ ସମସ୍ତେ ବୁଝିପାରିଥିଲେ କିନ୍ତୁ ଭିନ୍ନ ଭିନ୍ନ ଶୈଳୀରେ କାର୍ଯ୍ୟ କରୁଥିଲେ । ଆଜି ଲୋକାର୍ପିତ ହୋଇଥିବା ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲରେ ସବୁକିଛି ଡିଜିଟାଲ ପ୍ଲାଟଫର୍ମର ଏକତ୍ରିତ ହୋଇଛି ।

ଏହି ଅବସରରେ ପ୍ରଧାନ କହିଛନ୍ତି ଯେ ସ୍କିଲ ଫର ଅଲ, ସ୍କିଲ ଏନିଟାଇମ, ସ୍କିଲ ଏନିହୋୟାର ବ୍ୟବସ୍ଥା ରହିଥବାରୁ କୌଣସି ବ୍ୟକ୍ତି ଯେକୌଣସି ସମୟରେ ନିଜକୁ କିଛି କ୍ଷେତ୍ରରେ କୌଶଳରେ ଦକ୍ଷ ହେଇ ପାରିବ, ଯାହା ଏକ ନୂଆ ବେଞ୍ଚମାର୍କ ସ୍ଥାପିତ କରିପାରିବ। ଦେଶର ଯେ କୌଣସି ସ୍ଥାନରେ ରହୁଥିବା ବ୍ୟକ୍ତି ହେଉ କିମ୍ବା  ଓଡିଶା, ଆନ୍ଧ୍ରପ୍ରଦେଶ  ଛତିଶଗଡ ସୀମାରେ କୁଓ୍ୱି ଭାଷା କହୁଥିବା ଜନଜାତି ଲୋକମାନେ ଯଦି ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ନିଜ ଭାଷାରେ ସେମାନେ ନିଜ ଦକ୍ଷତା ହାସଲ କରିବେ ତେବେ ଯାଇ ଏହି ବ୍ୟବସ୍ଥା ସଫଳ ହେବ ଓ ଏଆଇ ଆମକୁ ଉଦ୍ଭାବନରେ ସହାୟକ ହେବା ସହିତ ସୂଚନା ପ୍ରଦାନ କରିବ । କିନ୍ତୁ ହ୍ୟୁମାନ ଇଣ୍ଟେଲିଜେନ୍ସ ସବୁଠୁ ଅଗ୍ରଣୀ ରହିବ ଓ ଜାତୀୟ ଶିକ୍ଷାନୀତିରେ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହିତ ସର୍ବବ୍ୟାପୀ, ସ୍ରବସ୍ପର୍ଶୀ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରିବା ଲକ୍ଷ୍ୟ  ରହିଛି ଯାହାକି ଡିଜିଟାଲ ଶିକ୍ଷା ମାଧ୍ୟମରେ ସମ୍ଭବ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ମାଇକ୍ରୋସଫ୍ଟ , ଏଡବ୍ଲୁଏସ, ରେଡହେଟ୍, ୱାଧୱାନି ଫାଉଣ୍ଡେସନ, ୟୁନିସେଫ୍,ଏସଏପି, ସିବିଏସଇ, ଏନ୍ଆଇଇଏଲ୍ଆଇଟି ଦକ୍ଷତା ବିକାଶ ମନ୍ତ୍ରଣାଳୟ  ଅଧୀନ  ଜାତୀୟ କୌଶଳ ବିକାଶ ନିଗମ (ଏନଏସଡ଼ିସି) ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

Copyright © 2022 - Summa Real Media Private Limited. All Rights Reserved.