ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ସ୍କିଲ୍ ପ୍ରତିଯୋଗିତାରେ ସୋଆ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପଦକ ହାସଲ

ଭୁବନେଶ୍ୱର, ୧୮/୦୩: ରାଜ୍ୟର ସବୁଠାରୁ ବଡ଼ ସ୍କିଲ ପ୍ରତିଯୋଗିତା ଓଡ଼ିଶା ସ୍କିଲ୍ସ ୨୦୨୩-୨୪ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଛାତ୍ରଛାତ୍ରୀ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ମାର୍ଚ୍ଚ ୧୨ ରୁ ୧୫ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଏଠାରେ ଆୟୋଜିତ ହୋଇଥିଲା ।

ହୋଟେଲ ମ୍ୟାନେଜମେଂଟର ୫ଟି ସ୍କିଲ୍ ଯେପରିକି ହୋଟେଲ୍ ରିସେପ୍ସନ୍‌, ରେଷ୍ଟୁରାଂଟ ସର୍ଭିସ୍‌, କୁକିଙ୍ଗ୍‌, ବେକରି, ପାଟିସେରୀ ଓ କନ୍‌ଫେକ୍ସନାରୀକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏସ୍‌ଏଚ୍‌ଏମ୍‌ର ବ୍ୟାଚଲର ଅଫ୍ ହୋଟେଲ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଙ୍ଗ ଟେକ୍ନୋଲୋଜି (ବିଏଚ୍‌ଏମ୍‌ସିଟି) ବିଭାଗର ପ୍ରଥମ ବର୍ଷ ଛାତ୍ର ସକେତ୍ କୁମାର ମାଝି କୁକିଙ୍ଗ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ବିଏଚ୍‌ଏମ୍‌ସିଟି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ରିଜ୍‌ୱାନୁଲ୍ ଖାନ୍ ରେଷ୍ଟୁରାଂଟ ସର୍ଭିସ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ ।

ବିଜେତା ମାନଙ୍କୁ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ପୁରସ୍କୃତ କରିଥିଲେ । ପଦକ ହାସଲ କରିଥିବା ଦୁଇ ଛାତ୍ର ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଥିବା ବେଳେ ପ୍ରଫେସର ନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ଥିଲେ ।

ଆହୁରି ପଢନ୍ତୁ : ସମ୍ମମ୍‌ରେ ପୁଣି ଅଙ୍ଗଦାନ: ଅନ୍ୟ ରାଜ୍ୟକୁ ପଠାଗଲା ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଅଙ୍ଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.