ନୂଆଦିଲ୍ଲୀ ୦୯/୦୮: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ବସ୍ତି। ୧୭ ମାସ ପରେ ମିଳିଲା ସର୍ତ୍ତମୂଳକ ଜାମିନ। ପ୍ରତି ସୋମବାର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ। ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ମନୀଷଙ୍କୁ ବେଲ୍ ମିଳିବା ପରେ ଆମ୍ ଆଦମୀ ପାର୍ଟି ଖୁସିର ମାହୋଲ ଦେଖିବାକୁ ମିଳିଛି ।
ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ସତ୍ୟର ବିଜୟ ହୋଇଛି । ଜଷ୍ଟିଲ୍ ବି.ଆର୍ ଗଓ୍ବାୟୀ ଏବଂ ଜଷ୍ଟିସ୍ କେ.ବି ବିଶ୍ବାନାଥନଙ୍କ ୨ଜଣିଆ ଖଣ୍ଡପୀଠ ଏହି ଫଇସଲା ଶୁଣାଇଛନ୍ତି । କିଛି ସର୍ତ୍ତ ସହିତ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସିସୋଦିଆଙ୍କ ୧୦ ଲକ୍ଷ ଟଙ୍କାର ଦୁଇ ଜାମିନ୍ଦାର ସହ ପାସ୍ପୋର୍ଟ ଜମା ରଖିବା ସହିତ ପ୍ରତି ସୋମବାର ଥାନାରେ ହାଜର ହେବାକୁ କହିଛନ୍ତି।