ନୂଆଦିଲ୍ଲୀ,୧୨।୮: ପଞ୍ଜାବ ଓ ହରିୟାଣାକୁ ଯୋଡୁଥିବା ଶମ୍ଭୁ ବର୍ଡରକୁ ଆଶିଂକ ଭାବରେ ଖୋଲିବାର ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୋମବାର ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ବର୍ଡରକୁ ମହିଳା ଓ ଶିଶୁଙ୍କ ପାଇଁ ଖୋଲି ଦେବା ଦରକାର। ଏହାଛଡା ଆମ୍ବୁଲାନ୍ସ, ଆବଶ୍ୟକୀୟ ସେବା ଓ ସ୍ଥାନୀୟ ଯାତ୍ରୀଙ୍କ ଯିବା ଆସିବା ପାଇଁ ଶମ୍ଭୁ ବର୍ଡରରେ ସଡକକୁ ଆଶିଂକ ଭାବରେ ଖୋଲିବାର ଆବଶ୍ୟକତା ରହିଛି। କୋର୍ଟ ପଞ୍ଜାବ ସରକାରଙ୍କୁ ଏହା ମଧ୍ୟ କହିଛନ୍ତି ଯେ, ସେ କୃଷକଙ୍କ ସହିତ କଥା ହୁଅନ୍ତୁ ଓ ତାଙ୍କୁ ଶମ୍ଭୁ ବର୍ଡରରୁ ଟ୍ରାକ୍ଟରକୁ ହଟାଇବା ପାଇଁ ରାଜି କରାନ୍ତୁ।
ଖଣ୍ଡପୀଠ ପଞ୍ଜାବ ସରକାରଙ୍କୁ ପ୍ରଦର୍ଶନକାରୀ କୃଷକଙ୍କୁ ସଡକରୁ ଟ୍ରାକ୍ଟର ହଟାଇ ପାଇଁ ବୁଝାଇବାକୁ କହିଛନ୍ତି। କୋର୍ଟ କହିଛନ୍ତି, ହାଇଓ୍ବେ ଗାଡି ପାର୍କିଂ ପାଇଁ ନୁହେଁ। ଏଭଳି ଭାବରେ ସର୍ବୋଚ୍ଚ ଅଦାଲତ ପ୍ରଦର୍ଶନକାରୀ କୃଷକଙ୍କୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି, ଯେଉଁମାନେ କି ମାସ ମାସ ଧରି ଟ୍ରାକ୍ଟର ନେଇକି ଶମ୍ଭୁ ବର୍ଡରରେ ଅଛନ୍ତି। କୋର୍ଟ ଶମ୍ଭୁ ବର୍ଡରରେ ଥିବା ସଡକକୁ ଆଶିଂକ ଭାବରେ ଖୋଲିବାକୁ ପଞ୍ଜାବ, ହରିୟାଣା ପୋଲିସ ମହାନିର୍ଦେଶକଙ୍କୁ ଏକ ସପ୍ତାହ ଭିତରେ ପଡୋଶୀ ଜିଲ୍ଲା ପୋଲିସ ଏସପିଙ୍କ ସହ ବୈଠକ କରିବାକୁ ନିର୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ସେ ଶମ୍ଭୁ ବର୍ଡରରେ ଥିବା କୃଷକଙ୍କ ସହ ଆଲୋଚନା କରିବା ପାଇଁ ଗଠିତ କରାଯାଇଥିବା କମିଟିର ସର୍ତ୍ତ ଉପରେ ସଂକ୍ଷିପ୍ତ ନିର୍ଦେଶ ପାସ୍ କରିବେ। ଆମ୍ବୁଲାନ୍ସ, ଆବଶ୍ୟକୀୟ ସେବା ଓ ସ୍ଥାନୀୟ ଯାତ୍ରୀଙ୍କ ଯିବା ଆସିବା ପାଇଁ ଶମ୍ଭୁ ବର୍ଡର ଉପରେ ସଡକକୁ ଆଶିଂକ ରୂପରେ ଖୋଲିବାର ଆବଶ୍ୟକତା ରହିଛି। କୋର୍ଟ କହିଛନ୍ତି, ହାଇଓ୍ବେ ପାର୍କିଂ ପାଇଁ ନୁହେଁ।