ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

କାହାକୁ କ୍ଲିନ୍‌ ଚିଟ୍‌ ଦେଇ ପାରିବି ନାହିଁ , ସେଦିନ ଅରବିନ୍ଦ ଜୀ ଘରେ ଥିଲେ : ସ୍ୱାତୀ ମାଲିୱାଲ

Published By : Prameya | May 23, 2024 5:06 PM

ନୂଆଦିଲ୍ଲୀ – ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଦୁର୍ବ୍ୟବହାର ମାମଲାକୁ ନେଇ ସ୍ୱାତୀ ମାଲିୱାଲ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଧ୍ୟରେ କଳହ ଏବେ ଜୋରସୋରରେ। ଉଭୟ ପକ୍ଷ ପରସ୍ପର ଉପରେ ଅନେକ ଗୁରୁତର ଅଭିଯୋଗ ଲଗାଉଛନ୍ତି। ଏହି ମଧ୍ୟରେ ସ୍ୱାତୀ ମାଲିୱାଲ ଏଏନଆଇକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ମାରପିଟି ବିଷୟରେ କହି କାନ୍ଦିବାକୁ ଲାଗି ଥିଲେ। ସେ କହିଥିଲେ କି, ମୁଁ କାହାକୁ କ୍ଲିନ୍‌ ଚିଟ୍‌ ଦେଇ ପାରିବି ନାହିଁ , କିନ୍ତୁ ଏହି ସମୟରେ ଅରବିନ୍ଦ ଜୀ ଘରେ ଥିଲେ।

ସ୍ୱାତୀ ମାଲିୱାଲ କହିଛନ୍ତି , ମୁଁ ୧୩ ମେ’ ସକାଳ ୯ଟା ପାଖାପାଖି ଅରବିନ୍ଦ କେଜ୍ରିୱାଲ ଜୀଙ୍କୁ ଭେଟିବାକୁ ତାଙ୍କ ବାସ ଭବନକୁ ଯାଇଥିଲି। ମୋତେ ସେଠାରେ ଷ୍ଟାଫ୍‌ ଡ୍ରାଇଭିଂ ରୁମ୍‌ରେ ବସାଇଲେ। ମୋତେ କୁହାଗଲା କି ଅରବିନ୍ଦ ଜୀ ଘରେ ଅଛନ୍ତି। ତାଙ୍କୁ ଭେଟିବାକୁ ଆସୁଛନ୍ତି। ଏହା ପରେ ବିଭବ କୁମାର , ଯିଏ ତାଙ୍କର ପିଏସ୍‌ ଥିଲେ , ସେ ସେଠାକୁ ଖୁବ୍‌ ଜୋରରେ ଆସି ଠିଆ ହେଲେ। ମୁଁ ତାଙ୍କୁ କହିଲି , ଭାଇ କଣ ହେଲା ? ଅରବିନ୍ଦ ଜୀ ଆସୁଛନ୍ତି , କଣ ହୋଇ ଗଲା ? ଏତିକି ମୁଁ କହିଲି ।

ସ୍ୱାତୀ ମାଲିୱାଲ ଆହୁରି କହିଛନ୍ତି , ସେ ( ବିଭବ କୁମାର) ମୋତେ ଜୋରରେ ୭-୮ଟି ଚାପୁଡ଼ା ମାରିଲେ। ଯେବେ ମୁଁ ତାଙ୍କୁ ଠେଲିବାକୁ ଚେଷ୍ଟା କଲି , ସେତେବେଳେ ସେ ମୋ ପାଦ ଧରିନେଲେ ଏବଂ ମୋତେ ତଳକୁ ଟାଣି ଦେଲେ। ଏହି ସମୟରେ ମୋ ମୁଣ୍ଡ ଏକ ଟେବୁଲରେ ମାଡ଼ ହୋଇଗଲା । ମୁଁ ତଳେ ପଡ଼ିଗଲି ଏବଂ ଏହାପରେ ସେ ମୋତେ ଗୋଇଠା ମାରିବା ଅରମ୍ଭ କଲେ। ମୁଁ ବହୁତ ଜୋରରେ ପାଟି କରି ସାହାଯ୍ୟ ମାଗୁ ଥିଲି। ହେଲେ କେହି ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.