ମୁମ୍ବାଇ,୨୨/୮: ରାଜନୀତିରେ ପାଦ ଦେଇଛନ୍ତି ତାମିଲ ସୁପରଷ୍ଟାର ଥାଲାପତି ବିଜୟ । ଅଭିନେତା ଚଳିତ ବର୍ଷ ଫେବୃଆରୀ ୨ ତାରିଖରେ ନିଜସ୍ବ ରାଜନୈତିକ ଦଳ 'ତାମିଲାଗା ଭେଟ୍ରି କାଝାଗାମ' (TVK)ଘୋଷଣା କରି ରାଜନୀତିରେ ଏଣ୍ଟ୍ରି ନେଇ ସୂଚନା ଦେଇଥିଲେ । କିନ୍ତୁ ଏହାର ଚିହ୍ନ ନେଇ କୌଣସି ସୂଚନା ଦେଇନଥିଲେ । ଯାହାକୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହୋଇଛି । ଅଭିନେତା ତଥା ରାଜନେତା ଥାଲାପତି ବିଜୟ ଆଜି ନିଜ ରାଜନୈତିକ ଦଳୀୟ 'ତାମିଲାଗା ଭେଟ୍ରି କାଝାଗାମ' (ଟିଭିକେ)ର ପତାକା ଉନ୍ମୋଚନ କରିଛନ୍ତି ।
ସୂଚନା ମୁତାବକ, ତାମିଲନାଡୁ ପାନାୟୁରର ଭେଟ୍ରି କାଝାଗାମ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ରାଜନୈତିକ ପାର୍ଟି ପତାକା ଓ ସଂଗୀତ ଉନ୍ମୋଚିତ କରିଛନ୍ତି ଅଭିନେତା । ମେରୁନ ରଙ୍ଗ ଏବଂ ୟେଲୋ ରଙ୍ଗର ଏହି ଦଳୀୟ ପରତାକାର ମଝିରେ ଦୁଇ ହାତୀ ଏବଂ ଭାଗାଇ ଫୁଲକୁ 'ବିଜୟର ପ୍ରତୀକ' ବୋଲି ଚିତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଲୋକ ସାମିଲ ଥିଲେ । ତେବେ ଅଭିନେତା ଦଳୀୟ ପତାକା ଉତ୍ତୋଳନ କରି ଚିହ୍ନ ଉପରୁ ପରଦା ହଟାଇବା ସହ ଶପଥ ପାଠ କରିଛନ୍ତି । ଏହି ସମୟରେ ଥାଲାପତି ବିଜୟ ଶପଥ ପାଠ କରି କହିଛନ୍ତି, "ଆମ ଦେଶର ମୁକ୍ତି ପାଇଁ ସଂଗ୍ରାମ କରିଥିବା ତଥା ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀ ତଥା ତାମିଲ ମାଟିରୁ ଆମ ଲୋକଙ୍କ ଅଧିକାର ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଅସଂଖ୍ୟ ସୈନିକଙ୍କୁ ଆମେ ସର୍ବଦା ପ୍ରଶଂସା କରିବୁ । ଜାମୁଁ ଦୃଢ ଭାବରେ ନିଶ୍ଚିତ କରେ ଯେ ମୁଁ ସମସ୍ତ ଜୀବଙ୍କ ପାଇଁ ସମାନତାର ନୀତି ରକ୍ଷା କରିବି ।'' ପ୍ରକାଶ ଥାଉକି, ଲୋକସଭା ନିର୍ବାଚନରେ ବିଜୟଙ୍କ ଦଳ କୌଣସି ଦଳକୁ ସମର୍ଥନ କରିନଥିଲା।