ଭୁବନେଶ୍ବର, ୨୩/୮ : ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଭଦ୍ରା ଯୋଜନାର ନିୟମାବଳୀକୁ କ୍ୟାବିନେଟର ଅନୁମୋଦନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୨୧ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ ବୟସ ମଧ୍ୟରେ ମହିଳାଙ୍କୁ ମିଳିବ ଟଙ୍କା । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ୫୦ହଜାର ଟଙ୍କା ମିଳିବ ।
ଏହାଦ୍ବାରା ଏକ କୋଟିରୁ ଅଧିକ ମହିଳା ଲାଭବାନ ହେବେ । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଣ୍ଟକୁ ଯିବ ୫ହଜାର ଟଙ୍କା ଲେଖାଏଁ । ୫ ବର୍ଷରେ ମହିଳାମାନଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ସୁଭଦ୍ରା ଡେବିଟ୍ କାର୍ଡରେ ଯିବ ଟଙ୍କା । ଏଥିଲାଗି କଲ୍ ସେଣ୍ଟର ଖୋଲାଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରେ ଆବେଦନ କରିପାରିବେ ମହିଳାମାନେ ।
ସୁଭଦ୍ରା ଯୋଜନାର ଡେବିଟ କାର୍ଡ଼କୁ ଯେଉଁ ହିତାଧିକାରୀ ଅଧିକ ଡିଜିଟାଲ ମାଧ୍ୟମରେ ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ପ୍ରତି ପଂଚାୟତର ୧୦୦ଜଣ ଏଭଳି ହିତାଧିକାରୀଙ୍କୁ ପୁରସ୍କାର ଦିଆଯିବ ।