ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାରିଣୀଙ୍କ ପୀଠରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପଣା ପର୍ବ

ଘଟଗାଁ, ୧୪/୪ :  ଆଜି ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି। ଏହି ଅବସରରେ ଆଜି ରାଜ୍ୟବ୍ୟାପୀ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଘଟଗାଁ ପୀଠରେ ଏହି ମହାବିଷୁବ ପଣା ପର୍ବକୁ ମହାଆଡମ୍ବରରେ ପାଳନ କରାଯାଉଛି । କାରଣ ଆଜିର ଦିନକୁ ମା’ତାରିଣୀଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଏ । 

ଏହି ଅବସରରେ ମା’ଙ୍କର ସେବାୟତମାନେ ଆଜି ଭୋର୍ ୪ଟା ସମୟରୁ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ଷୋଳଶ ଉପଚାର ପୂଜା କରିବା ସହିତ ମାଙ୍କର ସମସ୍ତ ନିତିକାନ୍ତି ସମ୍ପର୍ଣ୍ଣ କରି ମା’ଙ୍କ ସେବାୟତ ମାନେ ମା’ଙ୍କୁ ସୁନାବେଶରେ ସୁ ସଜ୍ଜିତ କରିଛନ୍ତି । ତା ସହିତ ମାଙ୍କ ପାଖରେ ଆଜି ପ୍ରଥମେ ପଣା ଲାଗି କରାଯାଇଛି । ତେବେ ଏହି ପଣା ପର୍ବରେ ମା ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନଙ୍କର ଲମ୍ବା ଲାଇନ୍ ଲାଗିଛି । ଅନ୍ୟପକ୍ଷରେ ଭକ୍ତଙ୍କ ଶ୍ରୁଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.