ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୀର୍ଘ ୨୦ ଘଣ୍ଟା ଧରି ଟ୍ରାକ୍ଟର ତଳେ ଚାପି ହୋଇରହିଛି ଶବ, କ୍ଷତିପୂରଣ ଦାବିରେ ଶବ ଉଦ୍ଧାର କରିବାକୁ ଦେଉ ନାହାଁନ୍ତି ପରିବାର ଲୋକ

ସିଲିପୁଞ୍ଜି, ୦୧/୦୨ : ଦୀର୍ଘ ୨୦ ଘଣ୍ଟା ଧରି ଟ୍ରାକ୍ଟର ତଳେ ଚାପି ହୋଇ ରହିଛି ଶବ। କ୍ଷତିପୂରଣ ଦାବିରେ ଶବ ଉଦ୍ଧାର କରିବାକୁ ଦେଉ ନାହାଁନ୍ତି ପରିବାର ଲୋକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଜ୍ୟୋତିପୁର ବର୍ଦ୍ଧନା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବାରିଆ ପୋଲିସ, ଚମ୍ପୁଆ ଏସଡିପିଓ ଓ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। 

ସୂଚନାନୁଯାୟୀ, ବାରିଆ ଥାନା ଜ୍ୟୋତିପୁର ବର୍ଦ୍ଧନା ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯାଇ ଓଲଟି ପଡିଥିଲା। ଫଳରେ ଡ୍ରାଇଭର୍ ଜଣଙ୍କ ତଳେ ଚାପି ହୋଇଯାଇଥିଲେ। ମୃତ ଡ୍ରାଇଭର ହେଲେ ବର୍ଦ୍ଧନା ଗ୍ରାମର ସଞ୍ଜୀତ ଖିଲାର (୧୯ ବର୍ଷ)। ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ସେ ଟ୍ରାକ୍ଟରରେ ବାଲି ବୋଝେଇ ଟ୍ରାକ୍ଟରକୁ ଖାଲି କରି ଜ୍ୟୋତିପୁର ପଟୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୀର୍ଘ ୨୦ ଘଣ୍ଟା ହେବ ମୃତଦେହ ଟ୍ରକ୍ ତଳେ ଚାପି ହୋଇ ରହିଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ଶବକୁ ଉଦ୍ଧାର କରିବାକୁ ଦେଉ ନାହାଁନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବାରିଆ ପୋଲିସ, ଚମ୍ପୁଆ ଏସଡିପିଓ ଓ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ଏହି ଅଞ୍ଚଳରେ ବେଆଇନ ଭାବେ ବାଲି ଚୋରାଚାଲାଣ ଚାଲିଥିବା ବେଳେ ଏହି ପରି ଦୁର୍ଘଟଣା ଘଟି ଜନଜୀବନ ଯାଉଥିବା ଚର୍ଚ୍ଚା ହେଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.