ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଓଟିଟିରେ ଧମାକା କରିବ 'ବ୍ୟାଡ୍ ନ୍ୟୁଜ୍', ଏହି ପ୍ଲାଟଫର୍ମରେ ହେଲା ରିଲିଜ

ମୁମ୍ବାଇ,୦୧/୦୯: ବିକି କୌଶଲ ଏବଂ ତ୍ରିପ୍ତୀ ଡିମ୍ରିଙ୍କ କମେଡି ଫିଲ୍ମ 'ବ୍ୟାଡ ନ୍ୟୁଜ' କୁ ନେଇ ଫ୍ୟାନ୍ସ ଓଟିଟି ରିଲିଜକୁ ଉତ୍ସାହର ଅପେକ୍ଷା କରିଥିଲେ । ବର୍ତ୍ତମାନ ସେମାନଙ୍କ ଅପେକ୍ଷାର ଅନ୍ତ ହୋଇଛି । ଥିଏଟରରେ ଦର୍ଶକଙ୍କୁମନୋରଞ୍ଜନ କରିଥିବା ବିକି କୌଶଲ ଏବଂ ତ୍ରିପ୍ତୀ ଡିମ୍ରିଙ୍କ କମେଡି ଚଳଚ୍ଚିତ୍ର 'ବ୍ୟାଡ ନ୍ୟୁଜ' ଓଟିଟିରେ ରିଲିଜ ହୋଇଛି । ଏହି ଫିଲ୍ମ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ  ରେ ରିଲିଜ ହୋଇଛି ।  ବିକି କୌଶଲ, ତ୍ରିପ୍ତୀ ଡିମ୍ରି ଏବଂ ଆମି ଭିର୍କଙ୍କ ଅଭିନୀତ ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍' ୧୯ ଜୁଲାଇ ୨୦୨୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହା ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଥିଲା । ଏହା ମଧ୍ୟ ବକ୍ସ ଅଫିସରେ ବହୁତ କଲେକ୍ସନ କରିଥିଲା । ବର୍ତ୍ତମାନ ଏହା ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧ । କିନ୍ତୁ ଆପଣ ଜଣେ ଗ୍ରାହକ ହୋଇଥିଲେ ମଧ୍ୟ ଦର୍ଶକଙ୍କୁ ୩୪୯ଟଙ୍କା ଦେୟ ଦେବାକୁ ପଡିବ । ଚଳଚ୍ଚିତ୍ରଟି ପ୍ରାଇମ ମେମ୍ବରଙ୍କ ସହିତ କେବେ ଯୋଡି ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ଅଦ୍ୟତନ ହୋଇନାହିଁ ।

ତେବେ 'ବ୍ୟାଡ ନ୍ୟୁଜ' ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ରୋଜଗାର ଦୃଷ୍ଟିରୁ ଏହି ଚଳଚ୍ଚିତ୍ରଟି ବହୁତ ସଫଳ ହୋଇଛି । ରିପୋର୍ଟ ଅନୁସାରେ, ସ୍ୱଳ୍ପ ବଜେଟରେ ନିର୍ମିତ ଫିଲ୍ମ ୨୮ଦିନ ମଧ୍ୟରେ ବକ୍ସ ଅଫିସରେ ୬୬ କୋଟି ଟଙ୍କାର ଭଲ ବ୍ୟବସାୟ କରିଛି ଏବଂ ଏହାର ବିଶ୍ୱ ବ୍ୟାପୀ ସଂଗ୍ରହ ୧୦୦ କୋଟିରୁ ଅଧିକ ହୋଇଛି । ବଶ୍ୱରେ ଫିଲ୍ମ ୧୧୩.୭୫ କୋଟି ଆୟ କରି ସଫଳତା ହାସଲ କରିଛି ।ବିଶ୍ୱାସ କରାଯାଉଥିଲା ଯେ ଏହି ଚଳଚ୍ଚିତ୍ର ଅକ୍ଷୟ କୁମାର ଏବଂ କରୀନା କପୁରଙ୍କ ଚଳଚ୍ଚିତ୍ର 'ଗୁଡ୍ ନ୍ୟୁଜ୍'ର ସିକ୍ୱେଲ୍ ଅଟେ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବରଂ ଏହି ଚଳଚ୍ଚିତ୍ର ଷଡଯନ୍ତ୍ର ବ୍ରାଜିଲିଅନ ୱେବ୍ ସିରିଜ୍ 'ଡେସେପେରେଟ ଲାଇଜ'ରୁ ଆସିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.